Pratidin TV

Odisha's Digital News Platform

କାନ୍ଧିବା ଖରାପ ନୁହେଁ , କାନ୍ଧିଲେ ବଢେ ଦୃଷ୍ଟିଶକ୍ତି ତା ସହ ହୁଏ ଏପରି ୭ ଫାଇଦା ….

1 min read

କାନ୍ଦିବା ଏକ ପ୍ରାକୃତିକ ଭାବନାର ପରିପ୍ରକାଶ, ମନୁଷ୍ୟ ବା ପଶୁ ସମସ୍ତେ କାନ୍ଦିବା ଦେଖାଯାଏ। କାନ୍ଦିବା କାରଣ ଭିନ୍ନ ଭିନ୍ନ, କେବେ ଦୁର୍ଘଟଣା ରେ କଷ୍ଟର ମାତ୍ରା ଅଧିକ ହେଲେ ତ କେବେ, ମନକଷ୍ଟ ହେଲେ କେବେ ଖୁସିରେ ତ କେବେ ସିନେମା ଦେଖି ଓ କେବେ କେବେ ପିଆଜ କାଟିଲେ ଆଖିରୁ ଲୁହ ବାହାରି ଯାଏ। ମନୁଷ୍ୟ ଆଖିସହ ମନୁଷ୍ୟ ସମ୍ବେଦନଶିଳ ତନ୍ତୁ ଯୋଡ଼ିହେଇ ରହିଥାଏ। ତେବେ ପୁରୁଷ ତୁଳନା ରେ ମହିଳା ଅଧିକ ଲୁହଝରାନ୍ତି।
ମନୁଷ୍ୟ କାନ୍ଦ ୩ ପ୍ରକାର….
Basal- ଆଖି ଯେବେ ପ୍ରୋଟିନ ଯୁକ୍ତ ଆଣ୍ଟି ବ୍ୟାକ୍ଟେରିଆ ଲୁହ ଝରାଇ ଥାଏ।

Reflex- ଯେବେ ପିଆଜ କାଟିଲେ, ବା ଆଖିରେ କିଛି ଧୂଳି ପଡ଼ିଲେ ଯେଉଁ ଲୁହ ବାହାରେ।

Advertisement

Emotional- ଯେବେ ମନୁଷ୍ୟ ଭାବନା ତୀବ୍ର ହୋଇଯାଏ, ବିଶାଦ ବା stress ହର୍ମୋନ ଆଖିଦେଇ ନିଷ୍କାସିତ ହୁଏ।

ତେବେ କାନ୍ଦିବାର ରହିଛି ବହୁତ୍ ଫାଇଦା ଚାଲନ୍ତୁ, ଜାଣିବା…

୧. କାନ୍ଦିବା ଦ୍ଵାରା ମନୁଷ୍ୟ ମନ ହାଲୁକା ହେଇଯାଏ, ମନୁଷ୍ୟ ଭାବନା ସନ୍ତୁଳିତ ହୁଏ ଓ ମନୁଷ୍ୟ ଶାନ୍ତ ହେବା ଆରମ୍ଭ କରେ।

୨. ୨୦୧୬ ଏକ ସର୍ଭେ ରେ ଜଣାପଡେ ଯେ କାନ୍ଦିବା ଏକ ଆକର୍ଷକ ବ୍ୟବହାର, କେହି କାନ୍ଦୁଥିବ ଦେଖିଲେ ମଣିଷ ତା ପ୍ରତି ଦେଖିବା ଓ ସହାନୁଭୂତି ଦେଖାଇବା ଆରମ୍ଭ କରେ ଓ ତାକୁ ସାହାଯ୍ୟ କରେ, ଏଣୁ ଅନେକ ସମୟରେ କାନ୍ଦୁଥିବ ବ୍ୟକ୍ତିକୁ ଅନ୍ୟ ମାନଙ୍କ ସମର୍ଥନ ସହଜରେ ମିଳିଯାଏ।

୩. କଷ୍ଟ କମ୍ କରିବାରେ ସାହାଯ୍ୟ କର କାନ୍ଦ। କାନ୍ଦିଲେ oxytocin ଓ endorphins ହର୍ମୋନ ନିର୍ଗତ ହୁଏ ଯାହା ଉଭୟ ଶାରିରୀକ ଓ ମାନସିକ ଯନ୍ତ୍ରଣା କମ୍ କରିବାରେ ସହାୟକ ହୁଏ।

୪. କାନ୍ଦିବା ପରେ ମନ ପ୍ରସନ୍ନ ହୁଏ, କାରଣ ଶରୀର ରୁ oxytocin ଓ endorphins ହର୍ମୋନ ବାହାରିଯିବ ପରେ ଶରୀର ହାଲୁକା ଲାଗେ ଓ ଯାହା ମନଖୁସି ରଖିବାରେ ସହାୟକ ହୁଏ।

୫. କାନ୍ଦିବା ବେଳେ ଶରୀରର ଅନେକ ବିଷାକ୍ତ କେମିକାଲ ମଧ୍ୟ ଲୁହଦେଇ ବାହାରିଯାଏ ଯାହାକୁ ଟକ୍ସିନ କୁହନ୍ତି, ଯାହା ଶରୀର ହର୍ମୋନ ସନ୍ତୁଳନ ରଖିବାକୁ ସାହାଯ୍ୟ କରିବା ସହ ମନର ଅନେକ ମଇଳା ସଫା କରିଦିଏ।

୬. କାନ୍ଦିବା ପରେ ଭଲ ନିଦହୁଏ, ଯଦି ଦିନସାରା ମଣିଷ ଶାରୀରିକ ପରିଶ୍ରମ କରି ତେବେ ରାତିରେ ନିଦ ସ୍ଵାଭାବିକ ହେଲେ ଯଦି ମନରେ ଅନେକ କଥା ବା ବିଷୟ ଚାଲୁଛି ତେବେ ନିଦ ଆସିବା ବହୁତ୍ କଷ୍ଟ, ଅନେକ ସମୟରେ ଲୋକ ବହୁତ୍ ଭାବି ଭାବି ରାତି ଅନିଦ୍ରା ହୁଅନ୍ତି, ବା ମାଦକ ଦ୍ରବ୍ୟ ନେଇ ଶୁଅନ୍ତି। କିନ୍ତୁ କାନ୍ଦିଲେ ଏ ସବୁ ଆବଶ୍ୟକତା ନଥାଏ ,ନିଦ ଭଲହୁଏ।

୭. ବ୍ୟାକ୍ଟେରିଆ ସହ ଲଢ଼ିବା ଶକ୍ତି, ବଢ଼ିଯାଏ ଶରୀରରେ କାରଣ ଲୁହରେ ଥାଏ lysozyme ୨୦୧୧ ଏକ ରିପୋର୍ଟ ହିସାବରେ ଲୁହରେ ଥିବା lysozyme ରେ କିଛି ଏଭଳି ତତ୍ତ୍ଵ ରହିଛି ଯାହା Anthrax ସହ ଲଢ଼ିବାକୁ କାର୍ଯ୍ୟକ୍ଷମ।

୮. କାନ୍ଦିଲେ ବଢେ ଦୃଷ୍ଟିଶକ୍ତି, ଗବେଷକ ମାନଙ୍କ ମତରେ ଆଖିରୁ ବାହାରୁଥିବା ଈବଗ୍ଦବକ୍ଷ ଗ୍ଧରବକ୍ସଗ୍ଦ ବା ପ୍ରୋଟିନ ଯୁକ୍ତଲୁହ ଆଖିକୁ ସବୁବେଳେ ଓଦା ରଖେ ଯାହାଦ୍ଵାରା, ମେମ୍ବ୍ରେନ୍ ଶୁଖିଲା ହୋଇ ଯେଉଁ ଧୁଆଁଳିଆ ଭଳିଦେଖା ଯାଏଁ ତାହା ଆଉ ହୁଏନି।

କାନ୍ଦିବା ଅନ୍ୟପକ୍ଷେ ଏକ ଦୁର୍ବଳତା ଚିହ୍ନ ବୋଲି ଅନେକ ଗ୍ରହଣ କରନ୍ତି, ଯାହାଦ୍ଵାରା ସମାଜରେ ମାନସିକ ବିଶାଦ ବଢିବା ହେତୁ ଲୋକ ଚରମ ନିଷ୍ପତି ନେବାକୁ ବାଧ୍ୟ ହେଇଯାଉଛନ୍ତି। ଯେଉଁଥିରେ ପୁରୁଷ ଙ୍କ ସଂଖ୍ୟା ଅଧିକ।

Leave a Reply

Your email address will not be published. Required fields are marked *