କେନ୍ଦ୍ରାପଡାରେ କୁମ୍ଭୀର ଆତଙ୍କ : ପୁଣି ନେଲା ବୃଦ୍ଧଙ୍କ ଜୀବନ ….
1 min readକେନ୍ଦ୍ରାପଡ଼ା : ପୁଣି ଥରେ କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ କୁଳସାହି ଗ୍ରାମର ଅମୁଲ୍ୟ ଦାସ । ଅମୁଲ୍ୟ ଘର ପାଖରେ ଥିବା ବ୍ରାହ୍ମଣୀ ନଦୀ କୁ ଶୌଚ ହେବାକୁ ଯାଇଥିବା ବେଳେ ଝାମ୍ପି ନେଇଥିଲା କୁମ୍ଭୀର । କେନ୍ଦ୍ରାପଡା ଜିଲ୍ଲାରେ ଗତ ମାସେ ଭିତରେ କୁମ୍ଭୀର ଆକ୍ରମଣ ରେ ୪ ଜଣ ଶିକାର ହୋଇ ମୃତ୍ୟୁ ବରଣ କରିଥିବା ବେଳେ ବନ ଭିବାଗ ର ନୀରବତା କୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା ।
ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ନଦୀରେ ବାରମ୍ବାର କୁମ୍ଭୀର ଆକ୍ରମଣ ରେ ଶିକାର ହେଉଥିବାରୁ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅନ୍ୟପଟେ କୁଳସାହି ରେ ପାନୀୟ ଜଳ ଶଙ୍କଟ ଥିବାରୁ ଲୋକ ମାନେ ପ୍ରାୟତଃ ନଦୀ ଓପରେ ନିର୍ଭର କରିଥାନ୍ତି । ସେଥିପାଇଁ ବାରମ୍ବାର ଏଭଳି ଦୁର୍ଘଟଣା ର ଶିକାର ହୋଇ ଜୀବନ ହାରୁଛନ୍ତି ନିରୀହ ମଣିଷ । ତୁରନ୍ତ ଗାଧୁଆ ତୁଠ ନିର୍ମାଣ ସହିତ କୁମ୍ଭୀର କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି ହୋଇଛି । ଅନ୍ୟପଟେ କୁମ୍ଭୀର ଆକ୍ରମଣରେ ଶିକାର ହୋଇ ନିଖୋଜ ଥିବା ଅମୁଲ୍ୟ ଦାସକୁ ଖୋଜିବା ସହିତ କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।
ଖବର ଅନୁଯାୟୀ ଜୁନ୍ ୨୯ ତାରିଖ ଦିନ ଶୌଚ ପାଇଁ ଯାଇଥିବା ବେଳେ ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଥିଲା। ସେହିପରି ରଜ ବେଳେ ମାଆ ଆଗରେ ନାବାଳକକୁ ନଦୀ ଭିତରକୁ ଟାଣି ନେଇଥିଲା କୁମ୍ଭୀର। ସେହିଭଳି ଗତ ୨୨ ତାରିଖରେ ରାଜନଗର ହାତିଆଗଡ଼ି ଗାଁର ଜଣେ ମହିଳାଙ୍କୁ ଟାଣି ନେଇଥିଲା। ତେବେ ସମୃକ୍ତ ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ବନବିଭାଗ ନିରବ ।