Pratidin TV

Odisha's Digital News Platform

ମଇଁଷି ଚରାଇବାକୁ ଯାଇଥିଲେ , ଟାଣିନେଲା କୁମ୍ଭୀର ….

କେନ୍ଦ୍ରାପଡା ; ରାଜ୍ୟରୁ ଥମୁନି କୁମ୍ଭୀର ଆତଙ୍କ । ଗତ ୨ ମାସରେ ୪ ଜଣଙ୍କୁ ଟାଣି ନେଲାଣି କୁମ୍ଭୀର । ସେହିଭଳି ଆଜି କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ବ୍ରାହ୍ମଣ ନଦୀକୁ ଜଣେ ମଇଁଷି ଚରାଳିଙ୍କୁ ଟାଣିନେଇଛି କୁମ୍ଭୀର । ଏନେଇ ସ୍ଥାନୀୟ ଲୋକେ ଡଙ୍ଗା ମଧ୍ୟମରେ ତୁରନ୍ତ ଖୋଜାଖୋଜି କରୁଥିବା ଜଣାପଡିଛି ।

ମଇଁଷି ଚରାଳି ଜଣଙ୍କ ହେଲେ ଭାସ୍କର ରାଉତ । ତାଙ୍କ ବୟସ ୫୦ ବର୍ଷ । ଆଜି ସକାଳେ ଭାସ୍କର ମଇଁଷି ଚରାଇବା ପାଇଁ ଯାଇ ବ୍ରାହ୍ମଣୀ ନଦୀ ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ଏକ କୁମ୍ଭୀର ଆସି ଭାସ୍କରଙ୍କୁ ଟାଣି ନେଇଥିଲା । ପ୍ରତ୍ୟେକ୍ଷଦର୍ଶୀ ତାଙ୍କ  ପାଟି ଶୁଣି ଦୌଡ଼ି ଆସିଥିଲେ । ହେଲେ ସେତେବେଳକୁ କୁମ୍ଭୀରଟି ଭାସ୍କରଙ୍କୁ ନଈ ଭିତରକୁ ଟାଣି ନେଇଥିଲା।

Leave a Reply

Your email address will not be published. Required fields are marked *