ପୁଣି ମାତିଲା ମଣିଷଖିଆ କୁମ୍ଭୀର , ମଇଁଷି ଚରାଳୀଙ୍କୁ ଟାଣିନେଲା କୁମ୍ଭୀର ..
1 min readପୁଣି ମାତିଛି ମଣିଷ ଖିଆ କୁମ୍ଭୀର । ବ୍ରାହ୍ମଣୀ ନଦୀ କୂଳରେ ଚୁପ୍ ଚାପ ଲୁଚି ରହୁଛି । ସୁଯୋଗ ଦେଖି ଆକ୍ରମଣ କରୁଛି ।ପାଣି ଭିତରେ ଚୁପ୍ ଚାପ ଲୁଚି ରହୁଛି । ସୁଯୋଗ ଦେଖି ଆକ୍ରମଣ କରୁଛି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା କୋଲିଢିଅ ପଞ୍ଚାୟତ ଇଚ୍ଛାପୁର ଗାଁରେ ପୁଣି ମଣିଷ ଖାଇଲା କୁମ୍ଭୀର ।ଜୋର ପାର ହେବା ବେଳେ ମଇଁଷି ଚରାଳି ଙ୍କୁ କୁମ୍ଭୀର ଟାଣିନେଇଛି । ଖବର ପାଇବା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଖୋଜାଖୋଜି ଜାରି ହୋଇଛି । ସଂପୃକ୍ତ ବ୍ୟକ୍ତି ଜଣଙ୍କକୋଲିଢିଅ ପଞ୍ଚାୟତ ଇଚ୍ଛାପୁର ଗାଁରେ ବୋଲି ସୂଚନା ମିଳିଛି ।
ଅଭିଯୋଗ ଅନୁସାରେ ଅଜାମ୍ବର ଓ ବାବୁରାମ ନାୟକ ମଇଁଷି ଚରାଇବାକୁ ଯାଇଥିଲେ । ଜୋର ପାର ହେବା ନିମନ୍ତେ ଡଙ୍ଗା ନିକଟକୁ ଯାଇଥିବା ବେଳେ ଏକ କୁମ୍ଭୀର ଅଜାମ୍ବରଙ୍କୁ ଭିଡ଼ିନେଇଥିଲା । ଏନେଇ ବାବୁରାମ ଗାଁରେ ଖବର ଦେବାପରେ ଅଗ୍ନିଶମ ବାହିନୀ, ପୋଲିସ ଓ ବନ ବିଭାଗ ମିଳିତ ଭାବେ ନିଖୋକ ଅଜାମ୍ବରଙ୍କୁ ଖୋଜାଖୋଜି କରୁଛନ୍ତି ।ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ । ବନ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।