Pratidin TV

Odisha's Digital News Platform

ସାବଧାନ! ପୁଣି ମାତିଲା ମଣିଷଖିଆ , ବଡ ଭାଇ ସାମ୍ନାରୁ ସାନଭାଇକୁ ଟାଣିନେଲା କୁମ୍ଭୀର ..

1 min read

ପୁଣି ମାତିଛି ମଣିଷ ଖିଆ କୁମ୍ଭୀର । ନଦୀ କୂଳରେ ଚୁପ୍ ଚାପ ଲୁଚି ରହୁଛି । ସୁଯୋଗ ଦେଖି ଆକ୍ରମଣ କରୁଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ପୁଣି ମଣିଷ ଖାଇଲା କୁମ୍ଭୀର । ବଡଭାଇର ଆଖି ଆଗର ସାନ ଭାଇକୁ ଟାଣିନେଲା । ଆଖି ସାମ୍ନାରେ ସାନ ଭାଇର ଆକୁଳ ଚିତ୍କାର ଶୁଣିବି କିଛି କରିପାରି ନଥିଲା ବଡ ଭାଇ । ସେ ମଣିଷଖିଆ କୁମ୍ଭୀର ଆଗରେ ପୁରା ପରି ଅସହାୟ ହୋଇପଡିଥିଲା ବଡ ଭାଇ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଦକ୍ଷିଣଭେଡା ଗାଁ ଏହି ଅଘଟଣ ଘଟିଛି ।

ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ ନିମାଇଁ ମଳିକ । ନିମାଇଁଙ୍କୁ ନଦୀରେ ଖୋଜାଖୋଜି କରାଯାଉଛି । ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ । ସୂଚନାନୁଯାୟୀ ଆଜି ସକାଳେ ନିମାଇଁ ହଂସୁଆ ନଦୀରୁ ନିଜ ଚାଷ ଜମିକୁ ପାଣି ମଡାଉଥିଲେ । ତାଙ୍କ ସହିତ ତାଙ୍କ ବଡ ଭାଇ ମଧ୍ୟ ଥିଲେ । ଏହି ସମୟରେ ଏକ କୁମ୍ଭୀର ନଦୀରୁ ଆସି ନିମାଇଁଙ୍କୁ ଟାଣି ନେଇ ପଳାଇଥିଲା । ନିମାଇଁକୁ କୁମ୍ଭୀର ନିକଟରୁ ବଞ୍ଚାଇବାକୁ ଭାଇ ଯେତେ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ । କୁମ୍ଭୀର ନିମାଇଁଙ୍କୁ ନଦୀକୁ ଟାଣିନେଇଥିଲା । ପରେ ନିମାଇଁଙ୍କ ଭାଇ ଘଟଣା ବିଷୟରେ ପରିବାର ଲୋକ ଓ ଗ୍ରାମବାସୀଙ୍କୁ କହିଥିଲେ । ଖବର ପାଇବା ପରେ ଗ୍ରାମବାସୀ , ପୋଲିସ ଓ ଅଗ୍ନିଶମ କର୍ମଚାରୀ ନିମାଇଁ ଙ୍କୁ ଖୋଜାଖୋଜି କରୁଛନ୍ତି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ । ତେବେ ଏଭଳି ଘଟଣା ନୂଆ ନୁହଁ । ରାଜନଗର ଅଞ୍ଚଳରେ ବାରମ୍ବାର ଏମିତି ଘଟଣା ଘଟିବାର ଲାଗିଛି । ବନ ବିଭାଗ ସଚେତନ କରୁଥିଲେ ମଧ୍ୟ ରାଜନଗର ଅଞ୍ଚଳର ଲୋକମାନେ ନଦୀଜଳ ଉପରେ ଚାଷ ପାଇଁ ନିର୍ଭର କରିଥାନ୍ତି । ଯାହା ଫଳରେ କୁମ୍ଭୀର ଆକ୍ରମଣ ର ଶିକାର ହେଉଛନ୍ତି ।

Advertisement

Leave a Reply

Your email address will not be published. Required fields are marked *