ବନ୍ୟା ଜଳରେ ଆତଙ୍କ ଖେଳାଇଛନ୍ତି କୁମ୍ଭୀର..
1 min readଆଳି : ବନ୍ୟା ସାଙ୍ଗକୁ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି କୁମ୍ଭୀର । ନଦୀରେ ବଢୁଥିବା ବନ୍ୟାଜଳ ସାଙ୍ଗକୁ ଆତଙ୍କ ଖେଳାଇଛନ୍ତୁ କୁମ୍ବୀର । ବୈତରଣୀ ନଦୀରେ ବୁଲୁଛି ବିରାଟକାୟ କୁମ୍ଭୀର।
କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଦେଇ ପ୍ରବାହିତ ହୋଇଥିବା ବୈତରଣୀ ନଦୀର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ଆଜି ଅପରାହ୍ନରେ ୧୫ଫୁଟ ଲମ୍ଭର ଏକ କୁମ୍ଭୀର ନଦୀରେ ବିଚରଣ କରୁଥିବା ଦେଖିବାକୁ ମିଳିଛି।ଯାହାକୁ ନେଇ ରାଜକନିକାର ବୈତରଣୀ ନଦୀର ଅବବାହିକାରେ ବସବାସ କରୁଥିବା ବରାଡ଼ିଆ, ଉପୁଳେଇ,ବାଙ୍ଗରକୁଆଁ,ଦେଉଳି, ଗୁଆଳିଗାଁ,ବଜରପୁର,ଆଦି ନଦୀକୂଳିଆ ଗାଁର ଲୋକଙ୍କ ମନରେ ଭୟ ଦେଖାଦେଇଛି ।