Pratidin TV

Odisha's Digital News Platform

ପ୍ରବଳ ବର୍ଷାରେ ବେହାଲ ଚେନ୍ନାଇ, ରାସ୍ତାରେ ବୁଲୁଛି ମଣିଷ ଖିଆ କୁମ୍ଭୀର…

1 min read

ବାତ୍ୟା ମିଗଜୋମ୍‌ର ପ୍ରଭାବରେ ବେହାଲ ହେଲା ଚେନ୍ନାଇ । ପ୍ରବଳ ବର୍ଷାରେ ରାସ୍ତାଘାଟ ହେଲା ଜଳମଗ୍ନ । ଚେନ୍ନାଇର ବିଭିନ୍ନ ସ୍ଥାନରେ ପାଣି ଜମି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏପରି ପରିସ୍ଥିତିରେ ୮ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଲାଣି । ଏପରିକି ବିମାନ ବନ୍ଦରେ ମଧ୍ୟ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି । ଚେନ୍ନାଇ ଏୟାରପୋର୍ଟ ରନ୍‌ୱେ ବର୍ଷା ପାଣିରେ ବୁଡିଯାଇଛି । ଫଳରେ ଅନେକ ବିମାନ ଉଡାଣ ବାତିଲ ହୋଇଛି । ସେହିପରି ଘରେ ଭିତରେ ପାଣି ପଶି ଯାଇଛି । ପାର୍କିଂରେ ରଖାଯାଇଥିବା କାର ମଧ୍ୟ ଭାସି ଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଛି । ସେହିପରି ପ୍ରବଳ ବର୍ଷା ଯୋଗୁ ରାସ୍ତା ଉପରକୁ ବିରାଟ ବଡ଼ କୁମ୍ଭୀର ମଧ୍ୟ ଚାଲି ଆସିଥିବା ଦେଖିବାକୁ ମିଳିଛି । ତଳିଆ ଅଞ୍ଚଳରେ ବନ୍ୟାପାଣି ପଶି ରହିଥିବା ବେଳେ ରସ୍ତାଘାଟରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ରାସ୍ତା ଅବରୋଧ ହୋଇଛି । ପ୍ରବଳ ବର୍ଷା ଫଳରେ ୱାଲାଝା ରୋଡ, ମାଉଣ୍ଟ ରୋଡ, ଆନ୍ନା ସଲାଇ, ଚେପକର ତଳିଆ ଅଞ୍ଚଳରେ ଘରେ ପଶିଛି ପାଣି । ଫଳରେ ଲୋକମାନେ ଘରୁ ବାହାତି ପାରୁନାହାନ୍ତି । ସେଥିପାଇଁ ଚେନ୍ନାଇ ରେ ସମସ୍ତ ଘରୋଇ ଓ ସରକାରୀ ଶିକ୍ଷା ଅନୁଷ୍ଠାନକୁ ବନ୍ଦ ରଖାଯାଇଛି । ରବିବାର ଠାରୁ ଲାଗି ରହିଥିବା ବର୍ଷା ଫଳରେ ଚେନ୍ନାଇରେ ବର୍ଷା ୮୦ ବର୍ଷର ରେକର୍ଡ ଭାଙ୍ଗିଥିବା କୁହାଯାଇଛି।

Advertisement

Leave a Reply

Your email address will not be published. Required fields are marked *