Pratidin TV

Odisha's Digital News Platform

ଧାନ ଚାଷରେ ଚକଡା ଆତଙ୍କ ଯୋଗୁଁ ଚାଷୀ ମୁଣ୍ଡରେ ଚଡକ…

1 min read


ବରଗଡ: ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାରରେ ଚାଷକୁ ନେଇ ଦେଖାଇଦେଇଛି ବଡ ସମସ୍ୟା । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଷୀଭାଇଙ୍କ ଧାନ ବିଲରେ ଚକଡା ଆତଙ୍କଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି। ବର୍ତ୍ତମାନ ଧାନଗଛ ଗୁଡିକ ଧାନ କେଣ୍ଡା ଦେବା ଅବସ୍ଥାରେ ଥିବା ବେଳେ ଚକଡା ପୋକ ଯୋଗୁଁ ଶସ୍ୟ ନଷ୍ଟ ହୋଇଛି । ଯାହାକି ଚାଷୀଙ୍କ ଚିନ୍ତା ବଢାଇ ଦେଇଛ । ପ୍ରାଥମିକ ପର୍ଯ୍ୟାୟରେ ଚକଡା କମ ପରିମାଣରେ ଲାଗିଥିବା ବେଳେ ଆଗକୁ ଏହାର ପ୍ରଭାବ ଅଧିକ ରହିବ ବୋଲି ଚାଷୀ ଅନୁମାନ କରୁଛି । ବରଗଡ ବ୍ଲକ ର ସରସରା,ଖୁଣ୍ଟାପାଲି, ବେହେରା, ନୀଲେଶ୍ୱର ଆଦି ଅଞ୍ଚଳରେ ଚକଡାପୋକର ଆତଙ୍କ ଦେଖାଦେଇଛି । ଅନ୍ୟପଟେ ଚକଡା ପୋକରୁ ଚାଷୀ ନିଜ ଫସଲ କୁ ବଞ୍ଚାଇବା ପାଇଁ କୃଷି ଅଧିକାରୀ ଙ୍କ ପରାମର୍ଶ ଅନୁସାରେ ଚାଷୀ ମାନେ ଜମିରେ ଔଷଧ ପ୍ରୟୋଗ କରିଥିଲେ । ତଥାପି ଚକଡା ଆତଙ୍କରୁ ଚାଷୀ ତ୍ରାହି ପାଇ ପାରୁନାହିଁ । ସେଥିପାଇଁ ବଜାରରେ ମିଳୁଥିବା ଔଷଧ କିଣିଆଣି ଚାଷୀ ମାନେ ନିଜ ଚାଷ ଜମିରେ ବ୍ୟବହାର କରୁଛନ୍ତି । ଗୋଟିଏ କେଜି କିମ୍ବା ଗୋଟିଏ ଲିଟର ଚକଡା ଔଷଧକୁ ୬ ହଜାର ରୁ ବାର ହଜାର ଟଙ୍କା ଦେଇ କିଣିବାକୁ ପଡୁଥିବା ବେଳେ ୬ ଏକର ଜମିରେ ଗୋଟିଏ ଲିଟର ଔଷଧ ପ୍ରୟୋଗ କରାଯାଉଛି । ଯାହା ଚାଷୀ କୂଳକୁ ଅଧିକ ଖର୍ଚ୍ଚାନ୍ତରେ ପକାଉଛି । ହେଲେ ଔଷଧ କାମ କରୁନଥିବା ଅଭିଯୋଗ କରିଛନ୍ତି ଚାଷୀ । ଏଭଳି ପରିସ୍ଥିତିରେ ଚାଷୀମାନେ ସେମାନଙ୍କ ଫସଲକୁ ନେଇ ଚିନ୍ତାରେ ପଡିଛନ୍ତି।

Advertisement

Leave a Reply

Your email address will not be published. Required fields are marked *