‘ସୁଭଦ୍ରା’ ଯୋଜନା ଫର୍ମ ପାଇଁ ଜନସେବା କେନ୍ଦ୍ରରେ ଲାଗିଲା ଗହଳି
1 min readସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିରେ ଟଙ୍କା ପାଇବା ପାଇଁ ଗତକାଲି ଏହି ଫର୍ମଟି ପ୍ରକାଶ ପାଇଛି | ଫର୍ମ ପ୍ରକାଶ ପାଇବା କ୍ଷଣି ଆବେଦନକାରୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି | ପାଖାପାଖି ଗୋଟେ ଦିନରେ ୫0 ହଜାରରୁ ଉର୍ଦ୍ଧ୍ବ ମହିଳା ଆବେଦନ କରିଥିବା ଜଣାପଡିଛି | ଯେଉଁଥିପାଇଁ ଜନସେବା କେନ୍ଦ୍ର, ମୋ ସେବା କେନ୍ଦ୍ର, ବ୍ଲକ ଅଫିସରେ ଆବେଦନକାରୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି | ଏପରିକି ଗାଁରେ ଅଙ୍ଗନବାଡି ଦିଦି ମାନେ ଘର ଘର ବୁଲି ଫର୍ମ ବାଣ୍ଟୁଛନ୍ତି |
ତେବେ ଅନେକ ଆବେଦନକାରୀ ଅନଲାଇନରେ ଫର୍ମ ଆବେଦନ କରିଛନ୍ତି | ଏହାଫଳରେ ସାଇବର ସ୍ଲୋ ହେବାର କଥା ମଧ୍ୟ ସାମ୍ନାକୁ ଆସିଛି | ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୁଭଦ୍ରା ଯୋଜନାର ଏହି ଫର୍ମଟିକୁ ପୁରାଣ କରିବାକୁ ହେଲେ ସମ୍ପୂର୍ଣ୍ଣ ନିର୍ଭୁଲ ଭାବେ ପୁରାଣ କରନ୍ତୁ | ସାମାନ୍ୟ ଭୁଲ ହେଲେ ଆକାଉଣ୍ଟକୁ ନ ଆସିପାରେ ସୁଭଦ୍ରା ଯୋଜନା ଟଙ୍କା !
ତେବେ ଫର୍ମଟିକୁ ପୁରାଣ କରିବା ଲାଗି ପ୍ରଥମେ ଆଧାରକାର୍ଡ଼ରେ ଥିବା ନାଁ ଆଧାର ନମ୍ବର ଲେଖିବାକୁ ପଡିବ | ଏହାପରେ ସ୍ୱାମୀ କିମ୍ବା ବାପାଙ୍କ ନାମ ଲେଖିବାକୁ ପଡିବ | ଜନ୍ମ ତାରିଖ ସ୍ଥାନରେ ଆଧାରକାର୍ଡ଼ରେ ଥିବା ଜନ୍ମ ତାରିଖ ଲେଖିବାକୁ ପଡିବ | ଜୁଲାଇ ୧ ସୁଦ୍ଧା ଆବେଦନକାରୀଙ୍କ ୨୧ ବର୍ଷ ଥିବା ଆବଶ୍ୟକ | ଏହାପରେ ଜାତି ସମ୍ପର୍କରେ ଥିବା ବକ୍ସରେ ନିଜ ବର୍ଗ ମାରିବାକୁ ପଡିବ | ଏହାସହ ଆଧାରକାର୍ଡ଼ରେ ଥିବା ନମ୍ବର ଲେଖିବାକୁ ପଡିବ | ବିକଳ୍ପ ଭାବେ ଅନ୍ୟ ନମ୍ବର ଦେଇପାରିବେ | ଏହାପରେ ଠିକଣା ଲେଖି ଆଧାର ଲିଙ୍କ ଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେବାକୁ ପଡିବ | ଏହା ପର ପୃଷ୍ଠାରେ ଥିବା ଯୋଗ୍ୟତା ମାନଦଣ୍ଡ ଆଧାରିତ ଏକ ଘୋଷଣା ପତ୍ରକୁ ନିଜେ ଆବେଦନକାରୀ ଦସ୍ତଖତ କରି ଆବେଦନ କରିବେ | ଫର୍ମ ଫିଲଅପ ପରେ ଆଧାରକାର୍ଡ଼, ବ୍ୟାଙ୍କ ପାସବୁକ, ରାସନକାର୍ଡର ଫଟୋ କପି ଦେଇ ଅନଲାଇନରେ ସୁଭଦ୍ରା ପୋର୍ଟାଲରେ ଆବେଦନ କରାଯିବ | ଏହାପରେ ଆବେଦନ ଗ୍ରହଣ ପତ୍ର ଆଣିବେ ଯେଉଁଥିରେ ଆବେଦନପତ୍ରର ନମ୍ବର ରହିଥିବ |