Pratidin TV

Odisha's Digital News Platform

ଅଳିଆଗଦା ରେ ଫିଙ୍ଗିଦେଲା ନିଷ୍ଠୁର ମାଆ , ପରିତ୍ୟକ୍ତ ଅବସ୍ଥାରେ ନବଜାତକୁ ଉଦ୍ଧାର କଲେ ମହିଳା ..

1 min read

ନିର୍ଦୟୀ ମା ଅଲୋଡ଼ା ଶିଶୁ । ନବଜାତ ଶିଶୁକୁ ପରିତ୍ୟକ୍ତ ଅବସ୍ଥାରେ ଅଳିଆ ଗଦାରେ ଫିଙ୍ଗିଦେଲା ନିଷ୍ଠୁର ମାଆ । ସନ୍ତାନ ଟିଏ ପାଇବା ପାଇଁ ବାପା ମାଆ କେତେ ପୂଜା ପାଠ କରିଥାନ୍ତି ଏବଂ କିଛି ଏଥିପାଇଁ ବିଭିନ୍ନ ଡାକ୍ତରଖାନା ରେ ବହୁ ଟଙ୍କା ଖର୍ଚ୍ଚ କରିଥାନ୍ତି । ହେଲେ ଠିକ ଏହି ସମୟରେ ଅଳିଆଗଦା ଭିତରେ ଏକ ନବଜାତ ଶିଶୁଟି ମିଳେ ତାହେଲେ ଏହା ନିଶ୍ଚିତ କାହା ପାପ ଲୁଚାଇବା କଥା ମନରେ ସନ୍ଦେହ ହୁଏ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ ।ଚାନ୍ଦବାଲି ବ୍ଲକ ଧାମରା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତକାଲି ସନ୍ଧ୍ୟାରେ ମୁନିପଦା ଛକ ରାସ୍ତା ପାଖ କଣ୍ଟା ବୁଦାରେ ଏହି ନବ ଜାତ ଶିଶୁ କନ୍ୟାକୁ କେହି ଫିଙ୍ଗି ଦେଇଥିଲେ । ସେହି ବାଟ ଦେଇ ଯାଉଥିବା ସ୍ଥାନୀୟ ଯୁବକ ନବଜାତ ଶିଶୁର କାନ୍ଦ ଶୁଣି ଶିଶୁଟିକୁ ଉଦ୍ଧାର କରିଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ପଲିଥିନରେ ବନ୍ଧା ଶିଶୁ କନ୍ୟାଟିକୁ ଉଦ୍ଧାର କରି ଧାମରା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଶିଶୁଟିର ସ୍ଵାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏପର୍ଯ୍ୟନ୍ତ ଶିଶୁ କନ୍ୟା କାହାର ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନଥିବା ବେଳେ କଣ୍ଟାବୁଦାରୁ ଉଦ୍ଧାର କରି ମେଡିକାଲ କୁ ଆଣିଥିବା ଓ ନିଜର ସ୍ତନ୍ୟପାନ କରାଇଥିବା ମହିଳା ଅଜଣା ଶିଶୁକନ୍ୟା କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଦାବିକରିଛନ୍ତି |ଅନ୍ୟପଟେ ଶିଶୁଟିର ଅବସ୍ଥା ଶଙ୍କଟାପନ୍ନ ଥୁବାରୂ 5 ଦିନ ଯାଏ ICU ରେ ରହିବେ ବୋଲି ଡାକ୍ତର ସୂଚନା ଦେଇଛନ୍ତି |

Leave a Reply

Your email address will not be published. Required fields are marked *