Pratidin TV

Odisha's Digital News Platform

କମ୍ପ୍ୟୁଟର କି ମୋବାଇଲ୍ ଟ୍ରେଡିଂ ଜାଣି ନ ଥିବା ଲୋକଙ୍କୁ ଠକୁଥିଲେ ବେଦ ପ୍ରକାଶ ଓ ସୁଧୀର ପଟେଲ…………

1 min read

କ୍ରିପ୍ଟୋ କରେନ୍ସିରେ ଇନଭେସ୍ଟି କରିବା ନାଁରେ ହୋଇଛି ୧୫ କୋଟିର ଠକେଇ | ତେବେ ଏହି ଘଟଣାରେ ଅର୍ଥନୈତିକ ଅପରାଧ ଶାଖା ୨ କାର୍ପଟଦାରଙ୍କୁ କରିଛି ଗିରଫ | ତେବେ ଏହି ଅପରାଧୀଙ୍କ ପରିଚୟ ହରିଆନ ଅନୁପଗଡ଼ର ବେଦ ପ୍ରକାଶ ଓ ସୁନ୍ଦରଗଡ଼ ର ସୁଧୀର ପଟେଲ ବୋଲି ଜଣାପଡିଛି |

ରାଜସ୍ଥାନ ଅନୁପଗଡ଼ର ବେଦ ପ୍ରକାଶ ଓ ସୁନ୍ଦରଗଡ଼ ର ସୁଧୀର ପଟେଲ ୨୦୨୨ ମସିହାରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରମୋସନାଲ ମିଟିଂ କରି ଲୋକଙ୍କ ମନରେ ବିଶ୍ୱାସ ଯୋଗାଉଥିଲେ | ତେବେ ସେମାନେ ପୁରୀ, ଭୁବନେଶ୍ୱର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ ବରଗଡ଼ ରୁ ୫ ଶହ ଲୋକଙ୍କ ଠାରୁ ଏହି ଭଳି ଭାବରେ କରିଛନ୍ତି ଲୁଟ |

Advertisement

ପୋଲିସ ସୂଚନା ମୁତାବକ ଅଭିଯୁକ୍ତ ବେଦପ୍ରକାଶ ହରିଆନ ପୋଲିସରେ ଜଣେ କନଷ୍ଟେବଳ ଭାବେ କାମ କରୁଥିଲେ। ହେରଫେର ଘଟଣାରେ ପୋଲିସ ଚାକିରିରୁ ତାଙ୍କୁ ୫ ବର୍ଷ ତଳେ ବହିଷ୍କାର କରାଯାଇଥିଲା | ଗତ ବର୍ଷ ଅକ୍ଟୋବରେ ଏହି କ୍ରିପ୍‌ଟୋ କରେନ୍ସିକୁ ନେଇ ସାଂଘାତିକ ଅଭିଯୋଗ ଆସିଥିଲା | ସୂଚନା ଆଧାରରେ କୁହାଯାଇଥିଲା କ୍ରିପ୍ଟୋ କଏନ୍‌ ମାଧ୍ୟମରେ ଆତଙ୍କବାଦୀଙ୍କୁ କରାଯାଉଥିଲା ଫଣ୍ଡିଂ । ତେବେ ଦିଲ୍ଲୀ ପୋଲିସ କରିଥିଲା ଏହାର ଖୁଲାସା | କ୍ରିପ୍ଟୋ କେସ ତଦନ୍ତ କରିବା ସମୟରେ ସାମ୍ନାକୁ ଆସିଥିଲା ଏହି ତଥ୍ୟ |

ତେବେ ଏହି ଘଟଣା ଗତ ୨୦୨୧ରେ ପଶ୍ଚିମ ଦିଲ୍ଲୀର ଜଣେ ବ୍ୟବସାୟୀ ୨୦୨୧ରେ ୪ କୋଟିର କ୍ରିପ୍ଟୋ କରେନ୍ସି ହରେଇ ଥିଲେ । ପରେ ସେ ଦିଲ୍ଲୀ ପୋଲିସ ନିକଟରେ କରିଥିଲେ ଅଭିଯୋଗ | ପରେ ଦିଲ୍ଲୀ ଆଣ୍ଟି ଟେରର୍ ୟୁନିଟ ତଦନ୍ତ ଆରମ୍ଭ କରିବା ପରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ଜଣା ପଡ଼ିଥିଲା | ଏହାସହ କେତକ ସନ୍ଦିଗ୍ଧ ଆଇଡି ମଧ୍ୟ ପୋଲିସ କରିଥିଲା ଜବତ |

Leave a Reply

Your email address will not be published. Required fields are marked *