Pratidin TV

Odisha's Digital News Platform

କଂଗ୍ରେସରୁ ମିଲମ୍ବିତ ହେଲେ ଅର୍ଚ୍ଚନା ଗୌତମ , କଂଗ୍ରେସ ମୁଖ୍ୟାଳୟ ସାମ୍ନାରେ ମାଡ ମାରିଲେ ମହିଳା….

1 min read

ନୂଆଦିଲ୍ଲୀ ; କଂଗ୍ରେସ ନେତ୍ରୀ ତଥା ବିଗ୍ ବସ୍ ଫ୍ରେମ୍ ଅର୍ଚ୍ଚନା ଗୌତମଙ୍କୁ କଂଗ୍ରେସ ଏବେ ୬ବର୍ଷ ପାଇଁ ନିଲମ୍ବିତ କରିଛି । କଂଗ୍ରେସ ମୁଖ୍ୟାଳୟ ସାମ୍ନାରେ ଅର୍ଚ୍ଚନା ଗୌତମଙ୍କ ସହ କିଛି ମହିଳା ମାରପିଟ୍ କରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଏହି ଭିଡିଓରେ ଦେଖିବାକୁ ମିଳିଛି କି କିଛି ମହିଳା କଂଗ୍ରେସ ମୁଖ୍ୟାଳୟ ସାମ୍ନାରେ ଅର୍ଚ୍ଚନାଙ୍କ ଚୁଟି ଟାଣି ତାଙ୍କୁ ମାରଧର କରୁଛନ୍ତି ।

ସୂଚନା ଅନୁଯାୟୀ ଅର୍ଚ୍ଚନା ଓ ତାଙ୍କ ବାପା କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ପ୍ରିୟଙ୍କା କାନ୍ଧୀଙ୍କୁ ବଧେଇ ଜଣାଇବାକୁ ଯାଇଥିଲେ । ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ଯୋଗୁ ବଧେଇ ଜଣାଇବାକୁ ଦିଲ୍ଲୀ କଂଗ୍ରେସ ଅଫିସ ଯାଇôତଲେ ଅର୍ଚ୍ଚନା ଓ ତାଙ୍କ ବାପା । ଏହି ସମୟରେ କିଛି ମହିଳା ତାଙ୍କୁ ଘେରି ଅଫିସ୍ ଭିତରକୁ ଛାଡିନଥିଲେ । ଏହା ପରେ ଅର୍ଚ୍ଚନାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ।ଯେଉଁଥିରୁ ଅର୍ଚ୍ଚନା ବଞ୍ଚିଯାଇଥିଲେ ମଧ୍ୟ ତାଙ୍କ ବାପା ଓ ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି ।

Advertisement

ଏହା ପରେ ଏହି ଘଟଣା ପାଇଁ କିଛି କଂଗ୍ରେସ ନେତା ଦାୟୀ ବୋଲି ଅଭିଯୋଗ କରିଥିଲେ ଅର୍ଚ୍ଚନା ଗୌତମ । ସେପଟେ ସମ୍ପୂର୍ଣ୍ଣ ଘଟଣାକୁ ନେଇ ଶନିବାର ଦିନ କଂଗ୍ରେସ ନେତାମାନେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଅର୍ଚ୍ଚନାଙ୍କ ଏଭଳି ଅଭିଯୋଗକୁ କଂଗ୍ରେସ ନେତାମାନେ ସତ୍ୟହୀନ ବୋଲି କହିଛନ୍ତି । ଏହାସହ ଦଳ ତରଫରୁ ତାଙ୍କୁ ୬ବର୍ଷ ପାଇଁ ନିଲମ୍ବିତ କରାଯାଇଥିବା କଥା କୁହାଯାଇଛି ।

ଘଟଣାଟି ଏମିତିକି ଅର୍ଚ୍ଚନାଙ୍କ ବାପା ପ୍ରିୟଙ୍କାଙ୍କ ସହାୟକ ସନ୍ଦୀପ କୁମାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଲଗାଇଥିଲେ । ଥାନାରେ ମଧ୍ୟ ମାମଲା ରୁଜ୍ଜୁ ହୋଇଥିଲା । ସନ୍ଦୀପ ଅର୍ଚ୍ଚନାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ ତାସହ ଜାତିଆଣ ଗାଳିବି କରିଥିବା ଅଭିଯୋଗ ହୋଇଥିଲା ।

Leave a Reply

Your email address will not be published. Required fields are marked *