ଭୂକମ୍ପରେ ଥରିଲା କ୍ୟୁବା; ରିକ୍ଟର ସ୍କେଲ୍ରେ ତୀବ୍ରତା ୬.୮, ଥରିଲା ଅଟ୍ଟାଳିକା,ଭୁଶୁଡିଲା କୋଠାବାଡି
1 min readଭୂକମ୍ପରେ ଥରହର କ୍ୟୁବା |ରବିବାର ବିଳମ୍ବିତ ରାତିରେ ଏହି ଭୂକମ୍ପ ଅନୁଭୂତ ହୋଇଛି | ଏହାର ତୀବ୍ରତା ପ୍ରାୟ ୬.୮ ଥିଲା | ଏହି ଭୂକମ୍ପ ବହୁ ଶକ୍ତିଶାଳୀ ଥିଲା | ଏଥିରେ କୌଣସି ପ୍ରାଣହାନୀ ହୋଇନାହିଁ କିନ୍ତୁ ଘର, ବିଦ୍ୟୁତ ତାର କ୍ଷତିଗ୍ରସ୍ତ ହୋଇଛି | କୋଠାବାଡି ଭାଙ୍ଗି ଯାଇଛି, ଅଟ୍ଟାଳିକା ଥରି ଉଠିଛି, ଏପରିକି ସାଧାରଣ ଲୋକଙ୍କ ଘର କବାଟ, ଝରକା ଦୋହଲି ଯାଇଛି | ଅନେକ ଲୋକ ଭୟରେ ଘର ବାହାରକୁ ପଳାଇ ଆସି ବାହାରେ ରାତି ଅଵିଵାହିତ କରିଥିଲେ | ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଘରର କାନ୍ଥ ଭାଙ୍ଗି ଘର ଭୁସୁଡ଼ିଯାଇଛି |
କୁହଜୁଛି ଯେ ସାଣ୍ଟିଆଗୋ ଡି କ୍ୟୁବାରେ ଭୂକମ୍ପ ଅନୁଭବ ହୋଇଥିଲା | ଭୂମିକମ୍ପର କେନ୍ଦ୍ର ପୂର୍ବ କ୍ୟୁବାର ଦକ୍ଷିଣ ଗ୍ରାନମା ପ୍ରଦେଶର ବାର୍ଟୋଲୋମେ ମାସୋ ଠାରୁ ପ୍ରାୟ ୪୦କିଲୋମିଟର ଦୂରରେ ଥିଲା ଏବଂ ଏହାର ଗଭୀରତା ୧୬.୬ ମାଇଲ ଥିଲା ଦ୍ୱିତୀୟ ଶକ୍ତିଶାଳୀ ଭୂମିକମ୍ପ, ଯାହାର ତୀବ୍ରତା ୬.୮ ଥିଲା । ଭକମ୍ପ ଯୋଗୁଁ ବିଦ୍ୟୁତ ସମସ୍ୟା ଦେଖା ଦେଇଛି |