Pratidin TV

Odisha's Digital News Platform

IPL ନିଲାମିରେ ଐତିହାସିକ ରେକର୍ଡ : ୧୮.୫୦ କୋଟିରେ କିଣାହେଲେ ସାମ କୁରାନ

1 min read

ନୂଆଦିଲ୍ଲୀ : ଆଇପିଏଲ ଅକ୍ସନରେ ଆଜି ନୂଆ ରେକର୍ଡ ସୃଷ୍ଟି କଲେ ଟି-୨୦ ବିଶ୍ୱକପର ମ୍ୟାନ ଅଫ ଦି ସିରିଜ୍ ତଥା ଷ୍ଟାର ଇଂଲିଶ ଅଲରାଉଣ୍ଡର ସାମ କୁରାନ । ସାମ କୁରାନଙ୍କୁ ୧୮,୫୦ କୋଟି ଟଙ୍କାରେ କିଣିଛି ପଞ୍ଜାବ । ଇତିହାର ସବୁଠୁ ମହଙ୍ଗା ଖେଳାଲି ପାଲଟିଲେ ସାମ କରୁନା । ଆଇପିଏଲ ନିଲାମ ଇତିହାସରେ ରେକର୍ଡ ସୃଷ୍ଟି କଲେ ସାମ ।

ଏତେ ପରିମାଣର ଟଙ୍କା ଦେଇ ତାଙ୍କୁ ପଞ୍ଜାବ କିଙ୍ଗସ ନିଜ ସହ ସାମିଲ କରିଛି। ଏହାପୂର୍ବରୁ ଆଇପିଏଲରେ କୌଣସି ଭାରତୀୟ କିମ୍ବା ବିଦେଶ ଖେଳାଳିଙ୍କୁ ଏତେ ଟଙ୍କାରେ କେହି ବି କିଣି ନଥିଲେ। ହେଲେ ଆଜି ସାମ କୁରାନ ସବୁ ରେକର୍ଡ ଭାଙ୍ଗି ଦେଇଛନ୍ତି।

ତେବେ ଆହତ ସମସ୍ୟା ଯୋଗୁ ସାମ ଗତ ସିଜନରେ ଖେଳିପାରି ନ ଥିଲେ । ହେଲେ ଏହି ସିଜନ୍‌ରେ ସେ ଭଲ ଖେଳିବେ ବୋଲି ଆଶା କରାଯାଉଛି । ତେବେ ନିଲାମି ସମୟରେ କୁରାନଙ୍କୁ କିଣିବା ଲାଗି ପଞ୍ଜାବ କିଙ୍ଗ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଟକ୍କର ହୋଇଥିଲା । ଶେଷରେ ପଞ୍ଜାବ ତାଙ୍କୁ ଦଳରେ ସାମିଲ କରିବାରେ ସଫଳ ହୋଇଛି । ଆଇପିଏଲ୍‌ରେ ୩୨ ମ୍ୟାଚ୍ ଖେଳିଥିବା କୁରାନ ହାରାହାରି ୨୨.୪୭ ଅନୁପାତରେ ୨୩ ଇନିଂସରେ ୩୩୭ ରନ୍ କରିଛନ୍ତି । ଏହାଛଡ଼ା ବୋଲିଂରେ ସେ ୩୨ ଉଇକେଟ ନେଇଛନ୍ତି ।

ଲିଗ୍ର ପ୍ରଥମ ସିଜନ୍‌ରେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳି କୁରାନ୍ ହାଟ୍ରିକ୍ ନେଇଥିଲେ । ପ୍ରଥମ ନିଲାମ କେନ୍ ୱିଲିୟମସନଙ୍କ ପାଇଁ ଡକାଯାଇଥିଲା । ୱିଲିୟମସନଙ୍କ ପାଇଁ କେବଳ ଗୁଜରାଟ ଟାଇଟନ୍ସ ନିଲାମ ଡାକି ୨ କୋଟି ଟଙ୍କାରେ କିଣିଲା । ଅଷ୍ଟ୍ରେଲିୟା ଖେଳାଳି କ୍ୟାମରୁନ ଗ୍ରୀନଙ୍କୁ ମୁମ୍ୱାଇ ଇଣ୍ଡିଆନ୍ସ ୧୭.୫୦ କୋଟି ଟଙ୍କାରେ କିଣିଛି । ଇଂଲଣ୍ଡ କ୍ରିକେଟିଅର ବେନ୍ ଷ୍ଟୋକ୍ସଙ୍କୁ ଚେନ୍ନାଇ ସୁପରକିଙ୍ଗସ୍ ୧୬.୨୫ କୋଟିରେ ନିଲାମ ନେଇଛି । ନିକୋଲାସ ପୁରନ ଲକ୍ଷ୍ନୌ ସୁପର ଜଏଂଟସ୍ ରେ ୧୬.୨ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି ।

Leave a Reply

Your email address will not be published. Required fields are marked *