Pratidin TV

Odisha's Digital News Platform

ଜାହାଜରୁ ଧଳା ଜହର ଜବତ୍ ; ପାରାଦ୍ୱୀପ ବନ୍ଦରରୁ ବିଦେଶକୁ ଚାଲାଣ ସନ୍ଦେହ , ଧରିଲା କଷ୍ଟମ ବିଭାଗ ….

1 min read

ପାରାଦ୍ୱୀପ ; ପାରାଦ୍ଵୀପ ବନ୍ଦର ପିଆଇସିଟି ବର୍ଥ ରେ ଚାଞ୍ଚଲ୍ୟ। ବର୍ଥ ରେ ଲାଗିଥିବା ଏକ ଜାହାଜ ଭିତରୁ ମିଳିଛି ୮ଟି ସନ୍ଦେହଜନକ ପ୍ୟାକେଟ। ଜାହାଜ ରେ ପୋଲିସ, ସିଆଇଏସଏଫ ଓ ଡଗ୍ ସ୍କ୍ୱାର୍ଡ ପକ୍ଷରୁ ଯାଞ୍ଚ କରାଯାଇଛି । ଏହି ଜବତ ୮ ଟି ପ୍ୟାକେଟ କଷ୍ଟମ୍ସ ବିଭାଗ କୁ ହସ୍ତାନ୍ତର କରାଯାଇଛି ।

ପିଆଇସିଟି ବର୍ଥ ରେ ଲାଗିଥିବା MV ଦେବି ନାମକ ଜାହାଜ ରେ ଘଟିଛି ଏଭଳି ଘଟଣା। ଜାହାଜଟି ଇଣ୍ଡୋନେସିଆ ର ଗ୍ରେସିକ୍ ବନ୍ଦର ରୁ ପାରାଦ୍ୱୀପ ବନ୍ଦରକୁ ଆସିଥିବା ସୂଚନା ମିଳିଛି । ରାତିରେ ବର୍ଥ ରେ ଲାଗିବା ପରେ କଷ୍ଟମ୍ସ ବିଭାଗ ପକ୍ଷରୁ ଯାଞ୍ଚ କରାଯିବା ସମୟରେ ଏହି ୮ ଟି ପ୍ୟାକେଟ ମିଳିଥିଲା। ତେବେ ଜାହାଜ ର କର୍ମଚାରୀ ଏହା କଣ ଓ କିଏ ରଖିଛି ତାହା କହିପାରିନଥିଲେ। ଫଳରେ ପାରାଦ୍ଵୀପ ଆଦର୍ଶ ଥାନା , ସିଆଇଏସଏଫ ଓ ଡଗ୍ ସ୍କ୍ୱାର୍ଡ କୁ ଖବର ଦିଆଯାଇଥିଲା।

ଯାଞ୍ଚ ସମୟରେ ଏହି ପ୍ୟାକେଟ ର ଜରି କୁ ଖୋଲିବା ପରେ , ସେଥିରେ ଧଳା ରଙ୍ଗ ର କିଛି ଜିନିଷ ମିଳିଛି। ସମସ୍ତ ୮ଟି ପ୍ୟାକେଟ କୁ କଷ୍ଟମ୍ସ ବିଭାଗ କୁ ହସ୍ତାନ୍ତର କରା ଯାଇଥିବା ବେଳେ ଆଜି ଏହାର ଯାଞ୍ଚ କରାଯିବ। ତେବେ ଗତକାଲି ବିଳମ୍ବିତ ରାତି ଠାରୁ ବର୍ଥ ରେ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି ।

Leave a Reply

Your email address will not be published. Required fields are marked *