Pratidin TV

Odisha's Digital News Platform

ଗ୍ରାହକଙ୍କୁ ଠକିବା ପଡିଲା ମହଙ୍ଗା ; ଏକ୍ସପାରୀ ଜିନିଷ ବିକି ବିଶାଳ ଗଣିଲା ଫାଇନ୍ …

1 min read

କଟକ : ଆଜିର କାଲିର ମର୍ଡନ ସୋସାଇଟିରେ ଲୋକମାନେ ଆଉ ଦୋକାନକୁ ଯାଇ ରାସନ କିଣିବାକୁ ଚାହୁଁନାହନ୍ତି । ସେମାନେ ବଡ ବଡ ସପିଂ ମଲ୍‌ରେ ରିହାତି ଦରରେ ରାସନ ଜିନିଷ ଗୁଡିକ କିଣୁଛନ୍ତି । ହଁ ଆପଣଙ୍କୁ ସେଠାରେ ଅବସ୍ୟ ଅଳ୍ପ ଶାସ୍ତାରେ ଜିନିଷ ମିଳିଯାଉଥିବ । କିନ୍ତୁ କଣ ଆପଣମାନେ ସେଠାରୁ ଜିନିଷ କିଣିବା ସମରେ ତାର ଏକ୍ସପାରୀ ତାରିଖ ଦେଖି କିଣିଥାନ୍ତି । ସାବଧାନ ନିକଟରେ କଟକ ବିଶାଳ ମେଗା ମାର୍ଟର ଗ୍ରାହକ ମାନେ କିଛି ଏଭଳି ଠକାମିର ଶିକାର ହୋଇଛନ୍ତି ।

ଏକ୍ସପାରୀ ନୁଡ଼ୁଲସ୍ ଓ ଗଜଚ ଠାରୁ ଅଧିକରେ ଦ୍ରବ୍ୟ ବିକ୍ରୀ କରିବା ପଡ଼ିଲା ମହାଙ୍ଗା । କଟକ ସିଡିଏ ୧୦ ନମ୍ବରରେ ଥିବା ବିଶାଳ ମେଗାମାର୍ଟ କୁ ପଡ଼ିଛି ଜୋରିମାନା । ଏମିତି ସେମିତି ନୁହେଁ ୫ଲକ୍ଷ ୫୦ ହଜାର ଟଙ୍କାର ଜୋରିମାନା କଲେ କଟକ ଖାଉଟି ଅଦାଲତ । ତେବେ ଆବେଦନକାରୀ ଙ୍କୁ ୫୦ ହାଜର ଟଙ୍କା ଦେବା ସହ ରାଜ୍ୟ ଖାଉଟି ୱେଲଫେୟାର ଫଣ୍ଡ କୁ ୫ଲକ୍ଷ ଜୋରିମାନା ଦେବାପାଇଁ ଅଦାଲତଙ୍କ ନିର୍ଦ୍ଦେଶ । ଅନ୍ୟପଟେ ଚାରୋଟି ମାମଲାର ଶୁଣାଣି କରି କୋର୍ଟ ମୋଟ ୧୨,୭୧୦୦୦ ହାଜର ଟଙ୍କା ଜୋରିମାନା କରଛନ୍ତି ।

Advertisement

Leave a Reply

Your email address will not be published. Required fields are marked *