Pratidin TV

Odisha's Digital News Platform

ଦୁଇ ଗୋଡ଼ ହରାଇ ବି ଆତ୍ମ ନିର୍ଭରଶୀଳ ବାସୁଦେବ , ଦେଶ ପାଇଁ ଆଣିଲେ ଏଭଳି ଗୌରବ …..

1 min read

କଟକ : ଆଜିର ଯୁବପିଢୀଙ୍କ ର ଯଦି ଟିକିଏ ସ୍ୱାର୍ଥରେ ହାନି ହେଉଛି ତେବେ ସେ ଆପଣେଇ ନେଉଛନ୍ତି ଆତ୍ମହତ୍ୟାର ବାଟକୁ । ହେଲେ ପ୍ରତିଦିନ ର ଏହି ସ୍ଵତନ୍ତ୍ର ଅଧ୍ୟାୟରେ ଆମେ ଆପଣଙ୍କୁ ଏମିତି ଜଣେ ଦୃଢ଼ ଇଛା ଶକ୍ତି ମଣିଷ ବିଷୟରେ ଜଣାଇବାକୁ ଯାଉଛୁ ଯିଏକି ନିଜର ଦୁଇଟି ଗୋଡ଼ ହରାଇବା ପରେ ମଧ୍ୟ ହରାଇ ନଥିଲେ ନିଜର ଦୃଢ଼ ମନୋବଳ । ବିନା ଗୋଡ଼ରେ ଆଜି ଅସାଧ୍ୟ କାର୍ଯ୍ୟ କୁ ସାଧନ କରି ଦେଖାଇଥିବା ଥିବା ବାସୁଦେବ ଙ୍କ ସମ୍ପକରେ ରେ ଚାଲନ୍ତୁ କିଛି ଜାଣିବା ।

କଟକ ବିଡ଼ାନସୀ ଅଞ୍ଚଳର ରହୁଛନ୍ତି ବାସୁଦେବ ବେହେରା । ୨୦୦୬ ମସିହାରେ ଟ୍ରେନ ଦୁର୍ଘଟଣାରେ ବାସୁଦେବ ହରାଇ ଥିଲେ ନିଜର ଦୁଇଟି ଗୋଡ଼ । ଏବଂ ଏହି ଦୁର୍ଘଟଣା ପରେ ଅନେକ ସାଙ୍ଗ, ସାଥି, ବନ୍ଧୁ, ପରିଜନ ବାସୁଦେବ ଙ୍କ ହାତ ଛାଡ଼ିଦେଇଥିଲେ । କିନ୍ତୁ କଥାରେ ଅଛି ପିତା ମାତା ଙ୍କ ସୁକୃତ ରୁ ପୁତ୍ର ହୁଏ ସୁଖୀ ବାସୁଦେବଙ୍କ କ୍ଷେତ୍ରରେ ଠିକ୍ ସେଇଆ ହିଁ ହେଲା । ପିତା ମାତା ଙ୍କ ସାହାରା ଏବଂ ନିଜର ଦୃଢ଼ ଇଚ୍ଛା ଶକ୍ତି ବଳରେ ଆଜି ବାସୁଦେବ ଜିଁଇବାର ନୂଆ ଆଶା ପାଇବା ସହ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ତାହା ବି ରାଜ୍ୟ ପାଇଁ । ନ୍ୟାସନାଲ ବାସ୍କେଟ ବଲ ହ୍ବିଲ ଚେୟାର ରେ ରାଜ୍ୟ ତଥା ଦେଶ ପାଇଁ ଆଣିଛନ୍ତି ଗୌରବ । ୨୦୦୬ ର ଟ୍ରେନ ଦୁର୍ଘଟଣା ପରେ ୨୦୦୯ ମସିହାରେ ବାସୁଦେବ କୃତିମ ଗୋଡ଼ ଲଗାଇଥିଲେ କିନ୍ତୁ କୃତିମ ଗୋଡ଼ରେ ଯାଆ-ଆସ ରେ ତାଙ୍କୁ ଅନେକ ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିଥିଲା ଏବଂ ସେ ହ୍ବିଲ ଚେୟାର ର ସାହାରା ନେଇଥିଲେ । ଆଉ ଆଜି ସେହି ହ୍ବିଲ ଚେୟାର ମାଧ୍ୟମରେ କ୍ରୀଡ଼ା କ୍ଷେତ୍ରରେ ଅନେକ ସଫଳତା ଆଣିବା ସହ ସମାଜ ସେବା କରିବାରେ ପଛରେ ନାହାଁନ୍ତି ବାସୁଦେବ ।

ଆଜି ନା ସେ କାହା ପାଇଁ ବୋଝ ପାଲଟିଛନ୍ତି ନା କାହାର ଦୟାର ପାତ୍ର ସାଜିଛନ୍ତି । ହ୍ବିଲ ଚେୟାରକୁ ନିଜ ଜୀବନର ଅନ୍ୟତମ ସାଥି ଭାବେ ଗ୍ରହଣ କରି ନିଜର ସଫଳତା ଦିଗରେ ଆଗେଇ ଚାଲିଛନ୍ତି । ହଁ ଦର୍ଶକ ବନ୍ଧୁ ମଣିଷ ଜନ୍ମ ଅନେକ ତପସ୍ୟା କରିବା ପରେ ହିଁ ମିଳିଥାଏ । ଆଉ ଏହି ଜୀବନକୁ ଜିଁଇବାର ରାହା କେବଳ ନିଜ ଆତ୍ମବିଶ୍ବାସ ଦେଇଥାଏ । ଯାହାକୁ ସ୍ପଷ୍ଟ ଭାବେ କରି ଦେଖାଇଛନ୍ତି କଟକ ର ବାସୁଦେବ । ନିଜର ସଫଳତା ନ ପାଇ ଆତ୍ମ ବିଶ୍ୱାସ ହରାଇ ଆତ୍ମହତ୍ୟା କୁ ଶେଷ ରାସ୍ତା ଭାବେ ବାଛି ନେଉଥିବା ବେଳେ ବାସୁଦେବଙ୍କ ର ସଂଘର୍ଷମୟ ଜୀବନ ସମସ୍ତଙ୍କ ପାଇଁ ଉଦାହରଣ ହେଇ ରହିବ ।

Leave a Reply

Your email address will not be published. Required fields are marked *