Pratidin TV

Odisha's Digital News Platform

ଜୋରରେ ଭାସିଗଲେ ୫ ଜଣ ସାଙ୍ଗ , ଉର୍ଦ୍ଧାର ହେଲା ଜଣଙ୍କ ମୃତ ଦେହ

1 min read

କଟକ : ରାଜ୍ୟରେ ବନ୍ୟା ପ୍ରଭାବରେ ନଦୀ ଓ ଜୋର ମାନଙ୍କରେ ପ୍ରଖର ସ୍ରୋତ ଦେଖାଦେଇଛି ।ସେହିଭଳି ମୁଣ୍ଡୁଳିର ପାଣି ଆଠଗଡର ଅନେକ ଅଞ୍ଚଳରେ ପଶି ତାକୁ ବାହ୍ୟ ଜଗତରୁ ବିଛିନ୍ନ କରିଦେଇଛି । ଏହି ସମୟରେ ନଦୀର ଜଳସ୍ରୋତ କମୁଥିବା ବେଳେ ପାଣିର ବେଗ କିନ୍ତୁ ଖୁବ୍ ପ୍ରଖର ରହିଛି।

ତେଣୁ ପାଣିକୁ ନ ଯିବାକୁ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ସଚେତନ କରାଯାଉଥିବା ସତ୍ତ୍ୱେ ଆଜି କଟକ ଜିଲ୍ଲା ଆଠଗଡରେ ଏକ ଦୁଃଖଦ ଘଟଣା ଘଟିଯାଇଛି ।୫ ଜଣ ସାଙ୍ଗ ଗାଧୋଇବାକୁ ଯାଇ ଭାସିଯାଇଥିଲେ । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକ ଜଣଙ୍କ ହେଉଛନ୍ତି ବ୍ରହ୍ମଣବସ୍ତ ଗାଁର ପ୍ରଦ୍ୟୁମ୍ନ ରାଉତ୍ (୧୪) ।

Advertisement

ସୂଚନା ଅନୁଯାୟୀ ଆଠଗଡର ବ୍ରହ୍ମଣବସ୍ତ ଗାଁର ୫ ନାବାଳକ ଆଜି ବିଷ୍ଣୁପୁର ଜୋରକୁ ଗାଧୋଇବାକୁ ଯାଇଥିଲେ । ଜୋରରେ ସ୍ରୋତପ୍ରଖର ଥିବାରୁ ସମସ୍ତ ୫ ଜଣ ସାଙ୍ଗ ଜୋରରେ କିଛି ଦୂରକୁ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣ ପହଁରି କୂଳରେ ଲାଗିଯାଇଥଲା ବେଳେ, ପ୍ରଦ୍ୟୁମ୍ନ ଜୋର ଭିତରେ କୁଆଡେ ନିଖୋଜ ହୋଇଯାଇଥିଲେ । ଗ୍ରାମବାସୀଙ୍କ ବହୁ ଖୋଜା ଖୋଜି ପରେ ପ୍ରଦ୍ୟୁମ୍ନଙ୍କୁ ଅଚେତ୍ ଅବସ୍ଥାରେ ଠାବ କରିପାରିଥିଲେ । ଏହାପରେ ପରିବାର ଲୋକେ ତୁରନ୍ତ ତାଙ୍କୁ ମେଡିକାଲ ନେଇଯାଇ ଥିଲେ ।କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *