Pratidin TV

Odisha's Digital News Platform

ଜଙ୍ଗଲୀ ମାଂସ ରାନ୍ଧି ଖାଉଥିଲେ ବାବା , ମାଡ଼ି ବସିଲା ବନବିଭାଗ …..

1 min read

କଟକ ; ଭଣ୍ଡ ବାବାଙ୍କ ଭାଣ୍ଡାମି ଫୁଟାଇଲା ବନ ବିଭାଗ । ଧରାପଡିଲେ ପୁଣି ଜଣେ ବିବାଦୀୟ ବାବା । କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଅନ୍ତର୍ଗତ ଆତଣ୍ଡା ଗ୍ରାମର ପ୍ରକାଶ ଚନ୍ଦ୍ର ଦାସ ନିଜ ଘରେ ଜଙ୍ଗଲ ମାଂସ ରାନ୍ଧିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ନରସିଂହପୁର ପୂର୍ବ ବନବିଭାଗ ଚଢ଼ାଉ କରିଥିଲା।

ଚଢ଼ାଉ ବେଳେ ଦୁଇ କେଜି ରନ୍ଧା ମାଂସ ସହ ଏକ ଚମଡା ଜବତ କରିଛି ବନବିଭାଗ। ପ୍ରକାଶ ଚନ୍ଦ୍ର ଦାସ ଙ୍କ ନାମରେ ପୁର୍ବରୁ ହାତୀ ଦାନ୍ତ କେସ ଅଛି ବୋଲି କହିଛନ୍ତି ଏସିଏଫ ମନୋଜ୍ କୁମାର ପାତ୍ର। ଏହା ପୂର୍ବରୁ କିଛି ଦିନ ତଳେ କଟକ ଆଠଗଡ଼ରୁ ଜଣେ ବାବାଙ୍କୁ ଗିରଫ କରାଯାଇଥିଲା । ସେ ନିଶା ଅବସ୍ଥାରେ ନାଚ କରୁଥିବା ଭିଡିଓ ସାମ୍ନାକୁ ଆସିଥିଲା ।

Advertisement

Leave a Reply

Your email address will not be published. Required fields are marked *