Pratidin TV

Odisha's Digital News Platform

(ଭିଡିଓ)୪ ମାସ ପରେ ମିଳିଲା ନନ୍ଦ ମଉସାଙ୍କ ଠିକଣା ! ଜଙ୍ଗଲରୁ ମିଳିଲା ସାର୍ଟ ପିନ୍ଧା କଙ୍କାଳ..

1 min read

ବାଙ୍କି : ଅଗଷ୍ଟ ମାସ ୨୯ ତାରିଖରେ କୁଆଡେ ନିଖୋଜ ହୋଇଯାଇଥିଲେ କଟକ ବାଙ୍କି ଜିଲ୍ଲା ଦମପଡା ଅଞ୍ଚଳର ନନ୍ଦ ମଉସା । ୪ ମାସ ପରେ ଆଜି ବାଙ୍କି ପୋଲିସ ପାଇଲା ନିଖୋଜ ମଉସାଙ୍କ ଠିକଣା । କିଏ କହିଥିଲା ମଉସାଙ୍କ ଆକ୍ସିଡେଣ୍ଟ ପରେ ନିଖୋଜ ହୋଇଯାଇଛନ୍ତି ତ । କିଏ କହୁଥିଲା ମଉସାଙ୍କୁ ଅଜଗର ସାପ ଗିଳିଦେଇଛି । ଅନେକ ଗୁଜବ୍ ସହ ଦୀର୍ଘ ୪ ମାସ ପରେ ମିଳିଲା ମଉସାଙ୍କ ପତ୍ତା ।

ଶୁକ୍ରବାର ପୋଲିସ ଗାଁ ନିକଟ ଜଙ୍ଗଲରୁ ଏକ କଙ୍କାଳକୁ ଠାବ କରିଛି । ଯାହା ନନ୍ଦ ମଉସାଙ୍କର ବୋଲି ଚିହ୍ନଟ କରିଛନ୍ତି ପରିବାର ଲୋକେ । ଜଙ୍ଗଲରୁ ନନ୍ଦ ମଉସାଙ୍କ ଧଳା ସାର୍ଟ ସହ ଏକ ଖପୂରୀ ଏବଂ କିଛି ହାଡ , ସାର୍ଟ ପକେଟ୍‌ରେ କିଛି ଟଙ୍କା ମଧ୍ୟ ମିଳିଛି ।

Advertisement

ସେହିପରି ଦମପଡା ତହସିଲଦାର କ୍ଷିତିଶ ବେହେରାଙ୍କ କହିବା ଅନୁଯାୟୀ ଯେଉଁ କଙ୍କାଳଟି ଜବତ ହୋଇଛି ତାହା ଜଣେ ବୃଦ୍ଧଙ୍କ କଙ୍କାଳ ବୋଲି ଜଣାପଡିଛି ।ତାସହ ପରିବାର ଲୋକମାନେ ମଧ୍ୟ ତାହ ନନ୍ଦ ମଉସାଙ୍କର ବୋଲି କହିଛନ୍ତି ।
ଗତକାଲି ଫରେଷ୍ଟ ଟିମ୍ ପେଟ୍ରୋଲିଙ୍କ ସମୟରେ ଉକ୍ତ କଙ୍କାଳକୁ ପାଇଥିଲେ । ଏହାପରେ ସେମାନେ କଇଁମୁଣ୍ଡା ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନନ୍ଦ ମଉସାଙ୍କ ପରିବାରକୁ ଖବର ଦେଇଥିଲେ । ମଉସାଙ୍କ ଘରଲୋକେ କଙ୍କାଳ ସହ ଲାଗିଥିବା ସାର୍ଟରୁ ତାହା ନନ୍ଦ ମଉସାଙ୍କ କଙ୍କାଳ ବୋଲି କହିଥିଲେ । ଏହାପରେ ପୋଲିସ ଟିମ୍ ମିଳିଥିବା କଙ୍କାଳର ଡିଏନ୍‌ଏ ଟେଷ୍ଟ ପାଇଁ ତାକୁ କଟକ ପଠାଇଛନ୍ତି ।

ତେବେ ସତରେ କଣ ନନ୍ଦ ମଉସାଙ୍କୁ ସାପ ଗିଳିଦେଇଥିଲା ନା ତାଙ୍କୁ କିଏ ଯୋଜନା ବଦ୍ଧ ଭାବେ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଛି ତାହ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ।ଯଦି ନନ୍ଦ ମଉସାଙ୍କ ଶରୀରର ସେଠାରେ ୪ ମାସ ହେଲା ପଡିରହିଥିଲା । ତେବେ ତାହା ୪ ମାସ ଭିତରେ ଫରେଷ୍ଟ ଟିମ୍ ନଜରରେ ଆସିନଥିଲା କାହିଁକି ? ବର୍ତ୍ତମାନ ଏହା ଏକ ବଡ ପ୍ରଶ୍ନବାଚ ସୃଷ୍ଟି କରିଛି ପୋଲିସ ପାଇଁ ।

Leave a Reply

Your email address will not be published. Required fields are marked *