Pratidin TV

Odisha's Digital News Platform

ଭୟଙ୍କର ବସ୍ ଦୁର୍ଘଟଣା , ଜଣେ ମୃତ ଅନେକ ଆହତ…

1 min read

ପୁଣି ଏକ ଭୟଙ୍କର ବସ୍ ଦୁର୍ଘଟଣା । କଟକ ଗୋପାଲପୁର ଛକରେ ଓଲଟି ପଡିଛି ଯାତ୍ରୀବାହୀ ବସ୍ । ଫଳରେ ଅନେକ ଯାତ୍ରୀ ଆହାତ ହୋଇଥିବା ବେଳେ ଜଣେ ଯାତ୍ରାଙ୍କର ମୃତ୍ୟୁ ହୋଇଛି । ଏନଏଚ୍ ୧୬ରେ ବସ୍ ଟି ଓଲଟି ପଡିଥିବା ସୂଚନା ମିଳିଛି । କଟକରୁ ଭୂବନେଶ୍ୱର ଯାଉଥିବା ବେଳେ ଚନ୍ଦନ ବସ୍ ଭାରସାମ୍ୟ ହରାଇ ଓଲଟି ପଡିଛି । ଚନ୍ଦନ ବସ୍‌ରେ ୪୦ରୁ ଅଧିକ ଯାତ୍ରୀ ରହିଥିଲେ ।ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା ଯାତ୍ରୀବାହୀ ବସ୍ ‘ଚନ୍ଦନ’ କଟକରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗୋପାଳପୁର ଓଭରବ୍ରିଜ୍ ଅତିକ୍ରମ କରିବା ପରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ତେବେ ସେହି ବସ୍ ରେ ଅନେକ ଯାତ୍ରୀ ଆହାତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ଆହତଙ୍କ ମାନଙ୍କୁ କଟକର ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସ୍ଥାନୀୟ ଲୋକଙ୍କ କହିବା କଥା ଯେ ବସ୍‌ଟି ଜଣେ ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ସାଇକେଲ ଆରୋହୀ ହଠାତ୍ ବସ୍ ସାମ୍ନାକୁ ଆସିଯିବାରୁ ଡ୍ରାଇଭର ଜଣଙ୍କ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । ଫଳରେ ଏହା ଡିଭାଇଡର ଉପରେ ଚଢ଼ି ଯାଇଥିଲା । ଏହାପରେ ଗୋଟିଏ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଚନ୍ଦନ ବସ୍ ଓଲଟି ପଡ଼ିଥିଲା । ବସ୍‌ଟି ଓଲଟି ପଡ଼ିବା ପରେ ପ୍ରଥମେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ । ଏହାପରେ ଅଗ୍ନିଶମ ବାହୀନି ଓ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା ଏବଂ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ । ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ବସ୍ ତେଳ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି ।ତେବେ ଲୋକଙ୍କ ସହାୟତାରେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରୁଛି ସ୍ଥାନୀୟ ପ୍ରଶାସନ ।

Advertisement

Leave a Reply

Your email address will not be published. Required fields are marked *