ଇଦ୍ ପାଇଁ କଟକ ସହର ସାଜିଲା ଭାଇଚାରା ସହର
1 min readଆନନ୍ଦ ଉତ୍ସାହର ସହ ଆଜି ପାଳିତ ହେବ ଇଦ୍-ଉଲ-ଫିତର। ଇଦ୍ ନେଇ ଭାଇଚାରର ସହର କଟକରେ ଇସଲାମ ଧର୍ମାବଲମ୍ବୀଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ବିଭିନ୍ନ ମସଜିଦରେ ସମୂହ ନମାଜ ପାଠ ପଢିବା ପାଇଁ ପ୍ରସ୍ତୁତି କରାଯାଇଛି। ଭାଇଚାରାର ସହରରେ ଦେଖିବାକୁ ମିଳିଲା ସ୍ଵତନ୍ତ୍ର ଭାଇଚାରା । ଯେଉଁଠି କଟକ କଥା ଆସେ ସେଇଠି ହିଁ ସୃଷ୍ଟି ହୋଇଥାଏ ଭାଇଚାରା । ନା ଥାଏ ଏଠି କେଉଁ ଦଳ, ନା ଥାଏ ଜାତି, ଧର୍ମ । ଏଠି ଥାଏ ତ କେବଳ ଭାଈ ଭାଈର ସମ୍ପର୍କ । ଆଜି ହେଉଛି ପବିତ୍ର ଇଦ୍ । ଇଦ୍ ଅବସରରେ ପରସ୍ପର, ପରସ୍ପରକୁ ଇଦ୍ ଶୁଭେଚ୍ଛା ଜଣାଇବା ସହ ଆଲିଙ୍ଗନ କଲେ ଶାସକ ଓ ବିରୋଧୀ ଦଳର ଟାଣୁଆ ନେତାମାନେ ।
ତେବେ କଟକ କଦମରସୁଲ ଠାରେ ଦେଖିବାକୁ ମିଳିଥିଲା କିଛି ଏପରି ଦୃଶ୍ୟ । ପ୍ରଥମେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ କଟକ ଜିଲ୍ଲା ବିଜେଡ଼ି ସଭାପତି ଦେବାଶିଷ ସାମନ୍ତରାୟ ପରସ୍ପରକୁ ଇଦ୍ ଶୁଭେଚ୍ଛା ଜଣାଇବା ସହ ଉଭୟଙ୍କ ଭିତରେ ହୋଇଥିଲା ଆଲିଙ୍ଗନ । ପରେ ମୋକିମ୍ କଟକ ବିଜେଡ଼ି ଲୋକସଭା ପ୍ରାର୍ଥି ସଂତୃପ୍ତ ମିଶ୍ର, କଟକ ବାରବାଟୀ ବିଜେଡ଼ି ବିଧାୟକ ପ୍ରାର୍ଥି ପ୍ରକାଶ ବେହେରା ଏବଂ କଟକ ମେୟର ସୁବାଷ ସିଂଙ୍କୁ ଇଦ୍ ର ଶୁଭେଚ୍ଛା ଜଣାଇଥିଲେ ।