Pratidin TV

Odisha's Digital News Platform

ଆକ୍ସନ ମୋଡ଼ରେ କଟକ ମହାନଗର ନିଗମ , ନର୍ସିଂହୋମ ଗୁଡ଼ିକ ଉପରେ ଚାଲିଛି ମାରାଥନ ଚଢାଉ

1 min read

କଟକ : ପୁଣି ଆକ୍ସନ ମୋଡ଼ରେ କଟକ ମହାନଗର ନିଗମ । ଆଜି କଟକ ମଙ୍ଗଳାବାଗ ସ୍ଥିତ ସାଇଜୀବନ ନର୍ସିଂହୋମ ଏବଂ ଉର୍ମିଲା ନର୍ସିଂହୋମ ଉପରେ ସିଏମସି ଏନଫୋର୍ସମେଣ୍ଟ ଟିମର ଚଢାଉ । ଟ୍ରେଡ୍ ଲାଇସେନ୍ସ, ୟୁଜର୍ସ ଫି ଏବଂ ଫାୟାର ଏନଓସି ନଥିବା ଅଭିଯୋଗରେ ଚଢାଉ କରିଛି ସିଏମସିର ସ୍ବାସ୍ଥ୍ୟ, ରାଜସ୍ବ ଏବଂ ପ୍ରବର୍ତ୍ତନ ବିଭାଗ ।

ବିଗତ କିଛିଦିନ ଧରି କଟକ ମହାନଗର ନିଗମ ଅଣ ପଞ୍ଜୀକୃତ ଟ୍ୟାକ୍ସ ଖିଲାଫ୍ କରୁଥିବା ହୋଟେଲ ଏବଂ ନର୍ସିଂହୋମ ଗୁଡ଼ିକରେ ପର୍ଯ୍ୟାୟ କ୍ରମେ ଜୋରଦାର ଚଢାଉ ଆରମ୍ଭ କରିଛି । ଏହାର ଫଳ ସ୍ୱରୂପ ଆଜି ମଧ୍ୟ କଟକ ମଙ୍ଗଳାବାଗ ଠାରେ ଥିବା ଦୁଇଟି ନର୍ସିଂହୋମ ଉପରେ ମାରଥନ ଚଢ଼ାଉ କରାଯାଇଛି । ପ୍ରଥମ ଚଢ଼ାଉଟି ସାଇଜୀବନ ନର୍ସିଂହୋମରେ କରାଯାଇଥିବା ବେଳେ ଦ୍ଵିତୀୟ ଚଢ଼ାଉଟି ଉର୍ମିଳା ନର୍ସିଂହୋମ ଉପରେ ରେ କରାଯାଇଥିଲା ଏବଂ ଉର୍ମିଳା ନର୍ସିଂହୋମକୁ ସମ୍ପୂର୍ଣ୍ଣ ସିଲ କରିଦିଆଯାଇଛି ।

Advertisement

ବିଶେଷ କରି ଟ୍ରେଡ୍ ଲାଇସେନ୍ସ,ୟୁଜର୍ସ ଫି ଏବଂ ଫାୟାର ଏନଓସି ଦେଖାଇ ପାରିନଥିଲେ । ଏହା ସହ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏହି ଦୁଇ ନର୍ସିଂହୋମକୁ ପଞ୍ଜିକରଣରୁ ବାତିଲ କରିଛନ୍ତି । ଯେହେତୁ ବର୍ତ୍ତମାନ ସାଇଜୀବନ ନର୍ସିଂହୋମରେ ଆଠ ଜଣ ରୋଗୀ ରହିଛନ୍ତି ସେଥିପାଇଁ ଏହି ନର୍ସିଂହୋମକୁ ୨୪ ଘଣ୍ଟାର ମହଲତ ଦିଆଯାଇଛି । ଅନ୍ୟପଟେ ଉର୍ମିଳା ନର୍ସିଂହୋମ ରେ କେହି ରୋଗୀ ନ ଥିବାରୁ ସମ୍ପୂର୍ଣ୍ଣ ନର୍ସିଂହୋମକୁ ତୁରନ୍ତ ସିଲ୍ କରାଯାଇଛି ଏ ନେଇ ସୂଚନା ଦେଇଛନ୍ତି କଟକ ମହା ନଗର ନିଗମର ଡେପୁଟି କମଶନର ଅଜୟ ମହାନ୍ତି ।

Leave a Reply

Your email address will not be published. Required fields are marked *