ଗୋରୁ ମାଫିଆଙ୍କ ବର୍ବର କାଣ୍ଡ : ପୋଲିସ ମରଣାତ୍ମକ ଆକ୍ରମଣ କରି ଛଡେଇନେଲା ଗୋରୁ ବୋଝେଇ କଣ୍ଟେନର ..
1 min read
ତିଗିରିଆ : କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଶାସନ ଛକରେ ଗୋରୁ ମାଫିଆ ଓ ତିଗିରିଆ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଗୋରୁ ମାଫିଆ ପୋଲିସ କୁ ଆକ୍ରମଣ କରି ଛଡ଼ାଇ ନେଲେ ଗୋରୁ ବୋଝେଇ କଣ୍ଟେନର ।ଗୋରୁ ମାଫିଆ ଙ୍କ ଆକ୍ରମଣରେ ତିଗିରିଆ ଥାନା ଅଧିକାରୀ ସୁଚିତ୍ରା ଜେନା ସବ ଇନ୍ସପେକ୍ଟର ସନ୍ତୋଷ ପ୍ରଧାନ ଓ ଲକ୍ଷ୍ମୀଧର ପ୍ରଧାନ ଆହାତ ।ଦିନକୁ ଦିନ ବଢ଼ି ଚାଲିଛି ଗୋରୁ ମାଫିଆଙ୍କ ଦୌରାତ୍ମ୍ୟ । ଗୋ’ ଚାଲାଣ କରୁଥିବା ମାଫିଆ ସାଜୁଛନ୍ତି ରକ୍ତମୁଖା।
ଯିଏ ପ୍ରତିରୋଧ କରୁଛି ତାକୁ ଲହୁଲୁହାଣ କରିବାକୁ ପଛାଉ ନାହାନ୍ତି। ଆଖି ଆଗରେ ପୁଲିସ୍ ପଡ଼ିଗଲେ ବି ସେ ମରଣାନ୍ତକ ଆକ୍ରମଣ କରିବାକୁ ଭୟ କରୁ ନାହାନ୍ତି। ଏପରି ଏକ ସାଂଘାତକି ଘଟଣା ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗୋପୀନାଥପୁର ଶାସନ ଛକରେ ଘଟିଛି। ଗତକାଲି ବିଳମ୍ବିତ ରାତିରେ ତିଗିରିଆ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ ଗୋରୁ ବୋଝେଇ କଣ୍ଟେନର ତିଗିରିଆରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା।
ଗୋରୁ ବୋଝେଇ ଗାଡ଼ି ସହ ତାକୁ ଏସକର୍ଟ କରି ଆଉ ୨ ଟି ଗାଡ଼ିରେ ମାରଣାସ୍ତ୍ର ଧରି ପ୍ରାୟ ୨୦ରୁ ଅଧିକ ମାଫିଆ ଯାଉଥିଲେ। ପୋଲିସ ଏହାକୁ ଅଟକାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ଗୋରୁମାଫିଆ ମାନେ ଏକତ୍ର ହୋଇ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ପୋଲିସ କର୍ମୀଙ୍କ ସଂଖ୍ୟା କମ୍ ଦେଖି ଗୋରୁ ମାଫିଆମାନେ ଆକ୍ରମଣ କରିଥିଲେ । ପୋଲିସ କର୍ମୀଙ୍କୁ ଦରାମରା କରି ସେମାନେ ସେଠାରୁ ଚମ୍ପଟ୍ ମାରିଥିଲେ ।