Pratidin TV

Odisha's Digital News Platform

ବଦଳିଲେ କଟକ ଜିଲ୍ଲାପାଳ,ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ନରହରୀ ସେଠୀ…

ବଦଳିଲେ କଟକର ନୂଆ ଜିଲ୍ଲାପାଳ। ଗତକାଲି ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ନରହରୀ ସେଠି। ତେବେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ କଟକ ଜିଲ୍ଲାପାଳ ଭାବେ କାର୍ଯ୍ୟ ତୁଲାଇବା ପରେ ଭବାନୀ ଶଙ୍କର ଚୟନୀ ନରହରୀ ସେଠୀଙ୍କୁ ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ତେବେ ଗତକାଲି ଓଏଏସ୍ ସ୍ତରରେ ହୋଇଥିଲା ଅଦଳ ବଦଳ । ଏଥିରେ ୫୩ ଜଣ ଓଏଏସ ଅଫିସରଙ୍କୁ ବଦଳୀ କରା ଯାଇଥିଲା । ସେମଧ୍ୟରୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ନରହରୀ ସେଠୀଙ୍କୁ ବଦଳୀ କରାଯାଇ କଟକର ନୂଆ ଜିଲ୍ଲପାଳ ରୂପେ ଦାୟିତ୍ୱ ମିଳିଛି । ସେପଟେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଭବାନୀ ଶଙ୍କର ଚୟନୀ ।

Leave a Reply

Your email address will not be published. Required fields are marked *