Pratidin TV

Odisha's Digital News Platform

ଜୀବନର ମୂଲ୍ୟ ୫ ଲକ୍ଷ ; ଅସହ୍ୟ ଯନ୍ତ୍ରଣାରେ ଛଟ ପଟ ହେଉଛି କୁନି ପୁଅ ରିଶି , କିଏ ସାଜିବ ଦେବଦୂତ ?

କଟକ : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଡିମିରିଆ ଗାଁର ରିସି ପ୍ରଧାନଙ୍କର ପରିସ୍ରା ନଳି ନଷ୍ଟ ହୋଇଯାଇଥିବାରୁ ସେ ଅସହ୍ୟ କଷ୍ଟ ଭୋଗୁଛନ୍ତି। ତେବେ ଚିକିତ୍ସା ପାଇଁ ୫ଲକ୍ଷ ଟଙ୍କା ଦରକାର ବୋଲି ଡାକ୍ତର କହିଛନ୍ତି। ତେବେ ପରିବାର ଦିନ ମଜୁରିଆ ହୋଇ ଥିବାରୁ ତାଙ୍କ ପକ୍ଷେ ଏତେ ଟଙ୍କା ଯୋଗାଡ କରିବା କଷ୍ଟକର ହୋଇ ପଡିଛି।

ନରସିଂହପୁର ଡିମିରିଆରେ ବିଜୁ ସ୍ୱାସ୍ଥ୍ୟ କାର୍ଡ କାମ ଦେଉନି କାର୍ଡ଼ ଏବେ ସୁଦ୍ଧା ଖର୍ଚ୍ଚ ହେଲାଣି ୨ ଲକ୍ଷ ଆହୁରି ଲାଗିବ ୫ ଲକ୍ଷ। ସବୁ କଷ୍ଟ କୁ ସମ୍ଭାଳି ହସୁଛି ଖେଳୁଛି ବୁଲିଛି ଶିଶୁ। ଏ ହେଉଛି କଟକ ନରସିଂହପୁର ଡିମିରିଆ ଗାଁର ଗୋବିନ୍ଦ ପ୍ରଧାନ ଙ୍କର ପୁଅ ରିଷି ପ୍ରଧାନ। ୨ ବର୍ଷର ଶିଶୁ । ସହୁଛି ଅନେକ ଯନ୍ତ୍ରଣା। ତେବେ ଛୁଆ ବେଳୁ ପରିସ୍ରା ନଳୀଟି ନଷ୍ଟ ହୋଇଯାଇଥିବାରୁ ସେ ଅନେକ କଷ୍ଟ ଭୋଗୁଛି। ଅନ୍ୟ ପଟେ ପରିବାର ଗରିବ ହୋଇ ଥିବାରୁ ପରିବାର ଚଳାଇ ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ରାଜ୍ୟ ସରକାର ଙ୍କର ପକ୍ଷରୁ ଏହି ପରିବାର କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ରେ ସାମିଲ କରାଯାଇଛି। ବାରମ୍ବାର ଶିଶୁ ଭବନ ଯାଇ ଡାକ୍ତର ଙ୍କର ପରାମର୍ଶ କରିଛନ୍ତି। ହେଲେ ଚିକିତ୍ସା ପାଇଁ ଆବଶ୍ୟକୀୟ ସରଞ୍ଜାମ ନଥିବାରୁ ଚିକିତ୍ସା ହୋଇ ପାରିବ ନାହିଁ କହି ଫେରାଇ ଦେଇଛନ୍ତି ଡାକ୍ତର। ପରେ ସେ ଆଉ ଏକ ବେସରକାରୀ ଚିକିତ୍ସାଳୟ ରେ ରିଷି ପ୍ରଧାନ ଙ୍କର ଚିକିତ୍ସା ଜାରି ରଖିଛନ୍ତି।

ଆପଣଙ୍କ ଛୋଟିଆ ସାହାର୍ଯ୍ୟ ହୁଏତ ବଞ୍ଚାଇପାରେ ଗୋଟେ ନିଷ୍ପାପର ନୀରିହର ଜୀବନ

Leave a Reply

Your email address will not be published. Required fields are marked *