Pratidin TV

Odisha's Digital News Platform

ହୋଲିରେ ଅଘଟଣ ରୋକିବାକୁ ପ୍ରସ୍ତୁତ ଅଗ୍ନିଶମ ବିଭାଗ ..

1 min read

ରଙ୍ଗର ପର୍ବ ହୋଲି । ଆନନ୍ଦ ଉଲ୍ଲାସର ସମସ୍ତେ ଖେଳିବେ ହୋଲି । ଏନେଇ ସବୁଠି ଉତ୍ସବ । ହୋଲି ଖେଳି ସାରିବା ପରେ ପ୍ରତିବର୍ଷ ଅଘଟଣ ଘଟିଥାଏ । ରଙ୍ଗ ଛଡାଇବାକୁ ଅନେକ ନଦୀ ଘାଟକୁ ଗାଧୋଇ ଯାଇଥାନ୍ତି । ଏହି ସମୟରେ ଅଘଟଣ ଘଟିଥାଏ । ବିଗତ ଦିନରେ ଅନେକ ଜୀବନ ଦୀପ ଲିଭିଯାଇଥିଲା । ଏଥର ଯେପରି କୌଣସି ଅଘଟଣ ନ ଘଟେ ସେ ଦିଗରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । କାହିଁକି ନା କେତେବେଳେ କଣ ଅଘଟଣ ଘଟିବ ତାହା କିଏ କହିବ ।

କଟକ ଜିଲା ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ନଦୀଘାଟ, ଗାଧୁଆ ତୁଠ ଗୁଡିକରେ ଅଗ୍ନିଶମ ବାହିନୀର ଯବାନଙ୍କ ସହ ରେସକ୍ୟୁ ବୋଟ ଓ ଉଦ୍ଧାର କାରୀ ଦଳ ମୁତୟନ କରାଯାଇଛି । ନିଶାସକ୍ତ ହୋଇ କେହିବି ନଦୀକୁ ଗାଧୋଇ ନ ଯିବାକୁ ପରାମର୍ଶ ଦେଇଛନ୍ତି ଅଗ୍ନିଶମ ଇୠଙ । କଟକ ସହରର କାଠଯୋଡ଼ି ଓ ମହାନଦୀ ଦୁଇଟି ନଦୀରେ ବର୍ତ୍ତମାନ ଅଧିକ ପାଣି ରହିଛି । କେଉଁଟି ବଡ଼ବଡ଼ ଗଣ୍ଡ ମଧ୍ୟ ରହିଛି । ବିଶେଷକରି ଯୋବ୍ରା ଆନିକଟ, ଚହଟା ନଦୀ ପଠା, ଜଗତପୁର ନଦୀ ପଠା ଗଡ଼ଗଡ଼ିଆ ଘାଟ ଆଦି ଅଞ୍ଚଳରେ ଅଗ୍ନିଶମ ବିଭାଗ ପକ୍ଷରୁ ସବୁ ବନ୍ଦୋବସ୍ତ କରଯାଇଛି ।

Advertisement

ବିଶେଷକରି ଅଘଟଣ ରୋକିବା ଦିଗରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ଏହାସହ ଲାଇଫ ଜ୍ୟାକେଟ , ବୁଡାଳି, ବୋଟ ମଧ୍ୟ ମୁତୟନ କରାଯାଇଛି । ହୋଲିରେ ନିଶା ସେବନ କରି ଲୋକମାନେ ନଦୀରେ ଗାଧୋଇବାକୁ ଯାଇଥାନ୍ତି । ଆଉ ଚୋରା ବାଲିରେ ଗୋଡ଼ ଫସିବା ପରେ ଆଉ ପାଣିରୁ ଉଠି ପାରି ନଥାନ୍ତି । ଫଳରେ ପାଣିରେ ବୁଡି ଯିବାର ସମ୍ଭାବନା ଥାଏ । ତେଣୁ ବର୍ତ୍ତମାନ ସମୟରେ ଏହି ଦିଗ ଉପରେ ରାଜ୍ୟ ଅଗ୍ନିଶମ ବିଭାଗ ବେଶି ଗୁରୁତ୍ୱ ଦେଉଥିବା ବେଳେ କଟକ ସହରରେ ହୋଲିରେ ଯେପରି କୌଣସି ଅଘଟଣ ନଘଟେ ସେ ଦିଗରେ ଯଥେଷ୍ଟ ଧ୍ୟାନ ଦେଇଛନ୍ତି କଟକ ଅଗ୍ନିଶମ ବିଭାଗ ।

Leave a Reply

Your email address will not be published. Required fields are marked *