ଅସହ୍ୟ ଖରାରେ ତ୍ରାହି ଦେଉଛି ଚନ୍ଦ୍ରମଣିଙ୍କ ‘ଫ୍ରୁଟ୍ ସାଲାଡ୍ ଓ ଜୁସ’
1 min readକଟକ : ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ପଥଚାରୀ ମାନଙ୍କର ମୁଖ୍ୟ ଖାଦ୍ୟ ଓ ପାନୀୟ ପାଲଟିଛି ଜୁସ ଓ ଫ୍ରୁଟ୍ ସାଲାଡ଼। ଦେହକୁ ପୁରା ଫିଟ୍ , ପେଟ ଥଣ୍ଡା , ଦେହରେ ଜଳୀୟ ଅଂଶକୁ ସମତୁଲ କରି ରଖିବା ସହ ଅସହ୍ୟ ଗରମରୁ ରକ୍ଷା କରୁଛି ଏହି ପୁଷ୍ଟିକର ଖାଦ୍ୟ ।
ବର୍ତ୍ତମାନ ସମୟରେ ନାହିଁ ନଥିବା ଗରମ ଓ ଗୁଳୁଗୁଳି ଯୋଗୁଁ କଲବଲ ହେଉଛନ୍ତି ସମସ୍ତେ। ରୌପ୍ୟ ନଗରୀ କଟକ ରେ ଦିନ ୧୦ ଟା ପର ଠାରୁ ରାସ୍ତାରେ ଝରୁଛି ଅଗ୍ନି ବର୍ଷା । ଯାହା କୁ ଦୃଷ୍ଟିରେ ରଖି ଲୋକେ ଖାଦ୍ୟ ପାନୀୟ ଉପରେ ମଧ୍ୟ କଟକଣା ଜାରି କରିଦେଇଛନ୍ତି। ବିଶେଷ କରି ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ଉପରେ ଲୋକେ ଦୁରେଇଯାଉଥିବା ବେଳେ ବର୍ତ୍ତମାନ ସମୟରେ ବେଶ୍ ପସନ୍ଦ ର ଖାଦ୍ୟ ପଲଟିବାରେ ଲାଗିଛି ଫ୍ରୁଟ୍ ସାଲାଡ଼ । କଟକ ରେଳ ଷ୍ଟେସନ ର ମୁଖ୍ୟ ଫାଟକ ରାସ୍ତାରେ ଥିବା ଚନ୍ଦ୍ରମଣି ସାହୁ ଭାଇଙ୍କ ଫ୍ରୁଟ୍ ସାଲାଡ଼ ଦୋକାନରେ ଖରା ବଢିବା କ୍ଷଣି ଗରାଖ ମାନଙ୍କର ଭିଡ ଜାଣିବାରେ ଲାଗୁଛି। ଖାଲି ସାଲାଡ଼ ନୁହେଁ ଏହା ସହ ବେଲ ପଣା, ତରୁଭୂଜ ଜୁସ୍, ଆମ୍ବ ଯୁସ ର ମଧ୍ୟ ପସନ୍ଦ ବେଶ୍ ବୃଦ୍ଧି ପାଇବାରେ ଲାଗିଛି। ଟିକେ ଯୁସ୍ ଆଉ ସାଲାଡ଼ ଖାଇଦେଲେ ପେଟ ଥଣ୍ଡା ଆଉ ପେଟ ବି ଫୁଲ୍। ମାତ୍ର ୩୦ ଟଙ୍କାରେ ଦଶ ପ୍ରକାରର ଫଳ କୁ ମିଶାଇ ତିଆରି ଏହି ସାଲାଡ଼ କରି ଦେଉଛି ମିଞ୍ଜାସ ଖୁସ୍ । ଗରିବ ଓ ବଡ ଲୋକ ସମସ୍ତଙ୍କ ବଜେଟ୍ ଭିତରେ ରହୁଥିବା ଏହି ଖାଦ୍ୟ ଓ ପାନୀୟ ଦେହ ପାଇଁ ବେଶ୍ ହିତକାରକ୍ ହୋଇଥିବା ବେଳେ କେହି ନଖାଇକି ଯିବା ପାଇଁ ପସନ୍ଦ କରୁ ନାହାନ୍ତି। ଏହି ଦୋକାନ ରେ ଅନେକ ନାଗୁଆ ଗ୍ରାହକ ଅଛନ୍ତି ଯେଉଁ ମାନେ ସବୁଦିନ ଖାଇକି ଯାଇ ଥାଆନ୍ତି ।
କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ଚନ୍ଦ୍ରମଣି ସାହୁ ଦୀର୍ଘ ବର୍ଷ ହେବ କଟକ ରେଳ ଷ୍ଟେସନ ସମ୍ମୁଖ ଭାଗରେ ଥିବା ଏହି ସ୍ଥାନରେ ଫଳ ଦୋକାନ ସହ ଫଳର ଜୁସ୍ ଓ ଫ୍ରୁଟ୍ ସାଲାଡ଼ ବ୍ୟବସାୟ କରି ଆସୁଛନ୍ତି। ଖରା ବଢିବା ମାତ୍ରକେ ଗ୍ରାହକ ମାନଙ୍କର ଏମିତି ଭିଡ ଜମିଯାଏ ଯେ ଟିକିଏ ଫୁରସତ ମିଳେନାହିଁ। ଦୋକାନ ରେ ମଧ୍ୟ ତାଙ୍କର ପତ୍ନୀ ଓ ଅନ୍ୟ ଦୁଇ କର୍ମଚାରୀ ସହଯୋଗ କରୁଛନ୍ତି ।