Pratidin TV

Odisha's Digital News Platform

ଫଳ ଠକଙ୍କ ଆଡ୍ଡା ପାଲଟିଛି କଟକ ବାଦାମବାଡି , ଗ୍ରାହକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଦ୍ୱିନ ଦ୍ୱିପହରେ ଚାଲିଛି ୨ ନଂ ବେପାର ..

1 min read

କଟକ : ଦିନ-ଦ୍ୱିପହରରେ ଗ୍ରାହକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଠକୁଛନ୍ତି ଫଳ ବେପାରୀ । ତାଜା/ଫ୍ରେସ୍ ଫଳ ଦେଖାଇ ପଚା ଫଳ ଧରାଇଦେଉଛନ୍ତି ବେପାରୀ । ଯାହାର ଶୀକାର ହେଉଛନ୍ତି ସାଧାରଣ ଲୋକ । ଏଭଳି କିଛି ଘଟଣା ନିକଟରେ କଟକ ସହରର ବାଦାମବାଡୀରେ ଦେଖିବାକୁ ମିଳିଛି । ପଚା ଫଳ ପାଇଁ ଥାନକୁ ଯାଇଛି ସମୃକ୍ତ ଘଟଣା ।

ମିଳିଥିବା ସୂଚନା ଅନୁଯାୟୀ କୋଲକାତା ରୁ କେଶବ ଚନ୍ଦ୍ର ବେହେରା ଆଜି କଟକ ବାଦାମବାଡ଼ି ଅଞ୍ଚଳରେ ଓହ୍ଲାଇବା ପରେ ଜଣେ ଫଳ ବ୍ୟବସାୟୀଙ୍କ ଠାରୁ ଅଙ୍ଗୁର କିଣି ବାକ୍ରାବାଦ ଠାରେ ଥିବା ନିଜର ଭଉଣୀ ଙ୍କ ଘରକୁ ନେଇଥିଲେ । ହେଲେ ସେଠାରେ ଦେଖିଲା ବେଳକୁ ସବୁ ଫଳ ପଚ୍ଚା ଓ ସଢା ବାହାରିଥିଲା । ଏହାପରେ କେଶବ ବାଦାମ ବାଡ଼ି ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପୋଲିସ ଆସି ସମସ୍ତ ଫଳ କୁ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବ୍ୟବସାୟୀ ଜଣକ ଫେରାର ହୋଇଯାଇଥିବା ଜଣାପଡିଛି ।

ଏଭଳି ପ୍ରତ୍ୟକ ଦିନ ଶହ ଶହ ଗ୍ରାହକଙ୍କୁ ଚୂନ ମାରୁଛନ୍ତି ବାଦାମବାଡୀ ଫଳ ବେପାରୀ । ଯେହେତୁ କଟକକୁ ପ୍ରତ୍ୟକ ଦିନ କିଏ ବଡ ମେଡିକାଲକୁତ କିଏ ହାଇକୋର୍ଟକୁ ପୁଣି କିଏ ନିଜ ନିଜର ଜରୁରୀ କାର୍ଯ୍ୟରେ ଗାଁରୁ ସହରକୁ ଆସୁଛନ୍ତି । ନିଜ କାମ ସାରି ଘରକୁ ଫେରିବା ସମୟରେ ଫଳ ଧରି ଫେରିଥାନ୍ତି । କିନ୍ତୁ ଏଭଳି ଲୋକଙ୍କ ଫାଇଦା ଉଠାଇ ଭଲ ଫଳ ଦେଖାଇ ପଚାସଢା ଫଳ ଭରିଦେଉଛନ୍ତି ବେପାରୀ । ଯାହାର ଜ୍ୱଳନ୍ତା ଉଦାହରଣ ଆଜି ଆମ ସାମ୍ନାରେ । ଯଦି କଟକ ବାଦାମବାଡୀ ପୋଲିସ ଏମାନଙ୍କ ପାଇଁ କିଛି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତା ହୁଏତ ଏଭଳି ଠକ ଉଚିତ୍ ଶିକ୍ଷା ପାଇପାରନ୍ତେ ।

Leave a Reply

Your email address will not be published. Required fields are marked *