Pratidin TV

Odisha's Digital News Platform

ମାଆଙ୍କ ଦେହ ଖରାପ ପରେ ବି ନେଇଥିଲେ ପ୍ରତିଯୋଗିତାରେ ଭାଗ ,ବିଶ୍ଵ ସ୍ତରରେ ଅଧିକାର କଲେ ତୃତୀୟ ସ୍ଥାନ….

1 min read

ବିଶ୍ଵ ସ୍ତରରେ କମାଲ କଲେ ଓଡିଆ ଝିଅ । ଗ୍ରୀସ୍ ଫିଡେ ବିଶ୍ବ ଆମେଚର୍ ଚେସ ଚମ୍ପିୟନସିପରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଆଣିଲେ କଟକ ର ଝିଅ ସୋଭନା । ନିକଟରେ ଗ୍ରୀସ୍ ରେ ଶେଷ ହୋଇଥିବା ଫିଡେ ବିଶ୍ବ ଆମେଚର୍ ଚେସ ଚମ୍ପିୟନସିପରେ ବ୍ରୋଞ୍ଜ ପଦକ ଜିତିଛନ୍ତି କଟକ ସେଲଟର୍ ଛକ ଅଞ୍ଚଳର ସୋଭନା ସୋନାଲି ଜେନା । ମନ ମୋହନ୍ ଓ ମନ୍ଦାକିନୀ ଜେନାଙ୍କ ଝିଅ ସୋଭନା ସୋନାଲି । ବର୍ତ୍ତମାନ ପୁନେ ସିମ୍ବାସିସ୍ university ରେ MBA କରୁଛନ୍ତି । ତେବେ ମାତ୍ର ପାଞ୍ଚ ବର୍ଷ ବୟସରୁ ଚେସ ପ୍ରତି ଥିଲା ତାଙ୍କର ଦୁର୍ବଳତା । ଅନେକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିବା ବେଳେ ନିକଟରେ ଗ୍ରୀସ୍ ରେ ଆୟୋଜିତ ଫିଡେ ବିଶ୍ବ ଆମେଚର୍ ଚେସ ଚମ୍ପିୟନସିପ ରେ 1700ରୁ କମ୍ ରେଟିଂ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରି ଏହି ସଫଳତା ପାଇଛନ୍ତି ।

ଆଗକୁ ସେ ମହିଳା ଗ୍ରାଣ୍ଡ ମାଷ୍ଟର ହେବାକୁ ନିଜର ଲକ୍ଷ ରଖିଛନ୍ତି । ସେହିଭଳି ଝିଅର ସଫଳତାକୁ ଶବ୍ଦରେ ବର୍ଣ୍ଣନା କରି ପାରୁନାହାଁନ୍ତି ମା’। ବିଶ୍ବରେ ମୋ ଝିଅ ତିନି ନମ୍ବର୍ ରେ ଆସିବ ବୋଲି ମୋର ଧାରଣା ନ ଥିଲା । ଖେଳ ଚାଲିଥାଏ ମୁ ବସି ଲାଇଭ୍ ଦେଖୁଥାଏ । ଆଉ ଯେତେବେଳେ ଜାଣିଲି ୯ ରାଉଣ୍ଡ ପରେ ମୋ ଝିଅ ତୃତୀୟ ସ୍ଥାନରେ ଅଛି ସେତେବେଳେ ମୋ ଆଖିରୁ ଲୁହ ଚାଲି ଆସିଲା । ଝିଅ ଅନେକ କଷ୍ଟ କରିଛି ଆଜି ମନେ ପଡ଼ିଗଲେ ମୋ ଲୋମ ଟାଙ୍କୁରି ଉଠୁଛି ବୋଲି କହିଛନ୍ତି ଶୋଭନା ଙ୍କ ମାଆ । ଅନ୍ୟପଟେ ସୋଭନା ଅନେକ ଚାଲେଞ୍ଜିଂ ର ସାମ୍ନା କରି ଏହି ସଫଳତା ହାସଲ କରିଥିବା କଥା କହିଛନ୍ତି । ଏମିତିକି ପ୍ରତିଯୋଗିତା ଆଗରୁ ମା’ ଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ୍ ହୋଇପଡ଼ିଥିଲା । ଆଉ ପ୍ରତିଯୋଗିତାରେ ଭାଗ ନେବାକୁ ଦ୍ଵନ୍ଦରେ ପଡ଼ି ଯାଇଥିଲେ । ଶେଷରେ ମା’ ଙ୍କ ସମର୍ଥନରେ ଆଜି ବିଶ୍ଵର ତୃତୀୟ ସ୍ଥାନ ଅଧିକାର କରିଛନ୍ତି ସେ ।

Advertisement

Leave a Reply

Your email address will not be published. Required fields are marked *