Pratidin TV

Odisha's Digital News Platform

ଦିଗହରା ହୋଇଛି ପ୍ରଶାସନର ୫ଟି ଯୋଜନା : ଭଙ୍ଗା ଗେଟ୍‌କୁ ନାହିଁ ବିଦ୍ୟୁତ୍ ବ୍ୟବସ୍ଥା , ବିଦ୍ୟାଳୟ ପରିସର ପାଲଟୁଛି ..

କଟକ : ଶିକ୍ଷା ର ଉନ୍ନତି କରଣ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର, କେତେବେଳେ ବିଦ୍ୟାଳୟ କୁ 5ଟି ଯୋଜନା ରେ ସାମିଲ କରୁଛନ୍ତି ତ କେତେ ବେଳେ ଦେଉଛନ୍ତି ବିଦ୍ୟାଳୟ ସୌନ୍ଦର୍ଯ୍ୟ କରଣ ନିମନ୍ତେ ମୋଟା ଅଙ୍କ ର ଆର୍ଥିକ ଅନୁଦାନ  |କିନ୍ତୁ ଏହା କଣ ପ୍ରକୃତ ରେ ଲାଭ ଦାୟକ ହୋଇପାରୁଛି ଛାତ୍ର ଛାତ୍ରୀ ଙ୍କ ପାଇଁ , କଣ ପ୍ରକୃତରେ ବିଦ୍ୟାଳୟ ଓ ଶିକ୍ଷା  ର ମାନ ବୃଦ୍ଧି ପାଇପାରୁଛି |

ହଁ ଆଜ୍ଞା ପ୍ରକୃତ ପକ୍ଷେ ଏଗୁଡ଼ି କର ବାସ୍ତବ ଚିତ୍ର କିଛି ଅଲଗା , ଏଭଳି ବହୁ ପୁରାତନ ବିଦ୍ୟାଳୟ ଗୁଡିକ ରହିଥିଲେ ମଧ୍ୟ, ସେଠିକାର ଶିକ୍ଷା,ନିରାପତ୍ତା, ଅସ୍ୱାସ୍ଥ୍ୟକର ପରିବେଶ କୁ ନେଇ  ଏବେ ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି |

ଆମେ ଏଭଳି ଏକ ବିଦ୍ୟାଳୟ ର କଥା କହୁଛୁ ଯାହା ରହିଛି କଟକ ଜିଲ୍ଲା ବାଙ୍କୀ ର ଘୋଳୋପୁର ଗ୍ରାମରେ ବା ଘୋଳପୁର ଉପ ପ୍ରାଥମିକ ବିଦ୍ୟାଳୟ , ଯାହା 1903 ରୁ ଅବସ୍ଥାପିତ ହୋଇଥିବା ବେଳେ ଏବେ ତିନି ସହରୁ ଛାତ୍ର ଛାତ୍ରୀ ଏଠାରେ ପଢୁଛନ୍ତି | ଏବଂ ଏହା ରହିଛି ବହୁ ସମସ୍ୟା ଘେରରେ |

ଓ ଏହି ବିଦ୍ୟାଳୟ ଟି ର ଅବସ୍ଥା ବିଭାଗୀୟ ଅବହେଳିତ ମନୋଭାବ ଯୋଗୁଁ ଏବେ ହୋଇପଡିଛି ଅସୁରକ୍ଷିତ ଏବଂ ଅତି ଦୟନୀୟ ଅବସ୍ଥା | ବିଦ୍ୟାଳୟ ଚତୁର୍ପାଶ୍ୱ ର ପାଚେରୀ ଭାଙ୍ଗି ପଡିଥିବାରୁ ଏବେ ରାତି ହେଲେ ସେଠାରେ ଜମୁଛି ଅସାମାଜିକ ମଦ୍ୟପ ଙ୍କ ଆଡ୍ଡା ସ୍ଥଳୀ ଓ ଏଥିଯୋଗୁଁ  ବିଦ୍ୟାଳୟ ପରିସର ରେ ସବୁବେଳେ  ପଡିରହୁଛି ଭଙ୍ଗା ମଦ ବୋତଲ, ଯେଉଁଥି ପାଇଁ ଛାତ୍ର ଛାତ୍ରୀ ମାନେ ବିଗତ ଦିନରେ ବହୁବାର କ୍ଷତାକ୍ତ ମଧ୍ୟ ହୋଇସାରିଲେଣି ,ଅପରପଟେ ଏବେ ବିଦ୍ୟାଳୟ ପରିସର ସାଜିଛି ନିକଟସ୍ଥ  ଅମାନିଆ ଙ୍କ ର ଆମୋଦ ପ୍ରମୋଦ ର ସ୍ଥାନ, ଯାହାକି ପରିସର ଭିତରେ ଭୋଜି ପାଇଁ ସ୍ଥାୟୀ ଚୁଲି ସହ ସବୁଆଡେ ପଡ଼ିରହିଛି ଗୋଚ୍ଛା ଗୋଚ୍ଛା କାଠ |  ଏବଂ ପିଲାଙ୍କ ପାଣି ଉଦେଶ୍ୟରେ ଥିବା ନଳକୂପଟି ମଧ୍ୟ ସର୍ବସାଧାରଣ ରେ ବ୍ୟବହାର ଯୋଗୁଁ  ବାରମ୍ବାର ଖରାପ ହୋଇପଡୁଥିବା ବେଳେ ବିଦ୍ୟାଳୟ ପରିସର ରେ ପୂର୍ବରୁ ଥିବା କୂଅ ଟି ଏବେ ପାଲଟିଛି ଗୋବର ଘଷି ଶୁଖାଇ ବାର ସ୍ଥାନ  |   ଅବଶ୍ୟ ବିଦ୍ୟାଳୟରେ ମଧ୍ୟ ରହିଛି ପାଣି ମୋଟର ଓ ଓଭର ହେଡ଼ ଟାଙ୍କି ର ବ୍ୟବସ୍ଥା କିନ୍ତୁ ଦୁଃଖର ବିଷୟ ଯେ ସଠିକ ସମୟ ରେ ବିଦ୍ୟୁତ ବିଲ ପୈଠ ହେଉ ନଥିବାରୁ ବିଦ୍ୟାଳୟ ରୁ କଟିଯାଇଛି ବିଦ୍ୟୁତ ସେବା ଓ ଅଚଳ ହୋଇପଡିଛି ପାଣି ମୋଟର | ଏବଂ ମଦ୍ୟପ ଙ୍କ ଅବାଧ ପ୍ରବେଶ ଯୋଗୁଁ ପାଣି ଟାଙ୍କି ସହ ବିଦ୍ୟାଳୟ ରେ ସଂଯୋଗ ହୋଇଥିବା ପାଣି ଟାଙ୍କି ଏବଂ ପାଇପ  ମଧ୍ୟ ଉପୁଡି ପଡିଛି, ତେଣୁ ଛାତ୍ର ଛାତ୍ରୀ ମାନେ ସବୁବେଳେ ସମ୍ମୁଖୀନ ହେଉଛନ୍ତି ଜଳ ସମସ୍ୟା ର |

ଅପର ପଟେ ବିଦ୍ୟାଳୟ ର ମୁଖ୍ୟ ଫାଟକ ର ଅବସ୍ଥା ନକହିଲେ ଭଲ, ଫାଟକ ଟି ରହିଛି କେବଳ ନାମକୁ ମାତ୍ର |  ଏବଂ ବିଦ୍ୟାଳୟ ରେ ଶିକ୍ଷକ ଅଭାବ ମଧ୍ୟ ରହିଥିବା ବେଳେ ଏ ବିଷୟରେ ବିଭାଗୀୟ କର୍ତୃପକ୍ଷ ନେଉନାହାନ୍ତି କୌଣସି ପଦକ୍ଷେପ |ଅନ୍ୟ ପଟେ ପରିସର ସୌନ୍ଦର୍ଯ୍ୟ କରଣ ତଥା ବୃକ୍ଷ ରୋପଣ ପାଇଁ ଆସୁଛି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା କିନ୍ତୁ ଏ ସବୁ ସିଧା ସଳଖ ହଡପ ହୋଇଥିବା ର ସ୍ପଷ୍ଟ ବାରି ହୋଇପଡୁଛି ସେଠାକାର ଆସ୍ୱାସ୍ଥ୍ୟ ପରିବେଶ ର ଦୃଶ୍ୟ ରୁ | କାରଣ ବୃକ୍ଷ ରୋପଣ ଓ ସୌନ୍ଦର୍ଯ୍ୟ କରଣ ବାସ୍ତବ ରେ ନୁହେଁ , ହୋଇଛି କେବଳ ବେୟ ଅଟକଳ ର କଂକ୍ରିଟ ସ୍ତମ୍ଭ ରେ  |  ଓ ଏ ବିଷୟରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉନାହାନ୍ତି ବିଭାଗୀୟ କର୍ତୃପକ୍ଷ | ବୋଧ ହୁଏ କୌଣସି କୋମଳୀ ମତି ଛାତ୍ର ଛାତ୍ରୀ ଗୁରୁତର ଆହତ ନ ହେବା ପର୍ଯ୍ୟନ୍ତ,  ଏ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେବନି ବିଭାଗୀୟ କର୍ତୃପକ୍ଷ ଙ୍କ ର |

ତେବେ ଦେଖାଯାଉ ଏହି କୋମଳମତି ଛାତ୍ର ଛାତ୍ରୀ ଙ୍କ ପାଇଁ କେବେ ସଜାଗ ହେଉଛନ୍ତି  ବିଭାଗୀୟ ଉଚ୍ଚ କର୍ତୃପକ୍ଷ |

Leave a Reply

Your email address will not be published. Required fields are marked *