ବିଫଳ ହେଉଛି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଉନ୍ନତିକରଣର ଦିବା ସ୍ୱପ୍ନ , ଡାକ୍ତରଙ୍କ ବଦଳରେ ଫାର୍ମାସିଷ୍ଟ କରୁଛନ୍ତି ରୋଗୀ ଚିକିତ୍ସା…
1 min readକଟକ : ରାଜ୍ୟ ସରକାର ଶିକ୍ଷା ଓ ସ୍ଵାସ୍ଥ୍ୟ ସେବାକୁ ପ୍ରାଥମିକତା ଦେଉଛନ୍ତି । ଲୋକଙ୍କୁ ହାତ ପାହାନ୍ତାରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବ ଲକ୍ଷ୍ୟରେ ସରକାର ବହୁ ଯୋଜନାମାନ ପ୍ରଣୟନ କରିଛନ୍ତି ।ହେଲେ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ ସରକାରଙ୍କ ଯୋଜନାଗୁଡିକର ସଫଳତା ଜନସାଧାରଣଙ୍କ ନିକଟରେ ପହଞ୍ଚି ପାରୁନଥିବା ଜଣାପଡିଛି ।
ଏଭଳି ଏକ ଘଟଣାର ନିଛକ ଉଦାହରଣ କଟକଜିଲ୍ଲା ବାରଙ୍ଗବ୍ଲକ କୋରକୋରା ପ୍ରାଥମିକସ୍ଵାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ସ୍ଥାନୀୟ ସ୍ଵାସ୍ଥ୍ୟ କେନ୍ଦ୍ରରେ କୋରକୋରା ସମେତ ନିକଟବର୍ତ୍ତୀ ୨୦ରୁଉର୍ଦ୍ଧ ଗ୍ରାମବାସୀ ନିର୍ଭର କରିଥାନ୍ତି ।ଦୈନିକ ୨୦୦ରୁଉର୍ଦ୍ଧ ରୋଗୀ ଚିକିତ୍ସା ନିମନ୍ତେ ଏଠାକୁ ଆସିଥାଆନ୍ତି।କିନ୍ତୁ ଆବଶ୍ୟକୀୟ ଡାକ୍ତର ଓ କର୍ମଚାରୀ ଅଭାବ ଯୋଗୁଁ ସଂପୃକ୍ତ ଚିକିତ୍ସାଳୟରେ ଗୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳୁ ନ ଥିବା ନେଇ ବହୁବାର ଅଭିଯୋଗ ହୋଇଛି। ଅଭିଯୋଗ ହେଲେ ମଧ୍ୟ ଅବସ୍ଥାରେ କିଛି ସୁଧାର ଆସିବା ଦେଖାଯାଉ ନାହିଁ।
ଡାକ୍ତର ଖାନା ଟି ଚାଲିଛି ହେଲେ ଦୈନିକ ରୋଗୀ ଆସି କେବଳ ଫର୍ମାସିଷ୍ଟ ଓ ଆୟୁଷ ଡାକ୍ତର ଉପରେ ନିର୍ଭର କରୁଛନ୍ତି, ରକ୍ତ ପରୀକ୍ଷା ନିମନ୍ତେ ଯନ୍ତ୍ର ପାତି ଅଚ୍ଛି ହେଲେ ପରୀକ୍ଷା ନିମନ୍ତେ କର୍ମ ଚାରି ନିଯୁକ୍ତି ହେଇନାହାନ୍ତି ।ଫାର୍ମାସିଷ୍ଟ ଔଷଧ ଦେବା ବଦଳରେ ରୋଗୀ ଦେଖୁଛନ୍ତି। ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନିଯୁକ୍ତିକୁ ଅଣଦେଖା କରାଯାଉଥିବାରୁ ରୋଗୀ ଓ ସମ୍ପର୍କୀୟ ମାନେ ମୁଁହ ଫେରାଇ ନେଉଛନ୍ତି। ରାତି ଅଧରେ ଉପଯୁକ୍ତ ଚିକିତ୍ସା ସେବା ରୁ ଲୋକେ ବଞ୍ଚିତ ହେଉଛନ୍ତି ଯଦ୍ୱାରା ବାଧ୍ୟହୋଇ ଏଠାରୁ ୭ କିଲୋମିଟର ଦୂର ମହିଧରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ନାନା ଅସୁବିଧାର ସମ୍ମୁଖୀନ ହୋଇ ଯିବାକୁ ପଡୁଛି । ଏନେଇ ଆମ ପ୍ରତିନିଧି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟକୁପଚାରିବାରୁ ସେ କହିଛନ୍ତି ସେଠାରେ ନିଯୁକ୍ତି ପାଇଥିବା ନିୟମିତ ଡାକ୍ତର ଉଚ୍ଚତର ଶିକ୍ଷା ନିମନ୍ତେ ବାହାରକୁ ଯାଇଛନ୍ତି। ତାଙ୍କ ଜାଗାରେ ଡାକ୍ତର ଯଥାଶୀଘ୍ର ପୁରାଣ କରାଯିବ ।