Pratidin TV

Odisha's Digital News Platform

ଘରେ ଲାଗିଲା ନିଆଁ ପୋଡିଗଲା ୩ ଲକ୍ଷ ଟଙ୍କାର ସମ୍ପତି…ଏବେ ଧରାଶାୟୀ ଅନାଥ ବେହେରାଙ୍କ ପରିବାର

ଆଜି ଜାଗର ପରି ଦିନରେ କଟକରେ ଘଟିଛି ଦୁଃଖଭରା ଘଟଣା | ଜଣଙ୍କ ଘରେ ନିଆଁ ଲାଗି ପାଖାପାଖି ୩ ଲକ୍ଷ ଟଙ୍କାର ସମ୍ପତି ଜାଳି ଯାଇଛି | ତେବେ ଏହି ଘଟଣାଟି କଟକ ସଦର ଥାନା ଅନ୍ତର୍ଗତ କାଜିପାଟଣା ଗ୍ରାମରେ ଘଟିଛି ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଅନାଥ ବେହେରାଙ୍କ ଘରେ ନିଆଁ ଲାଗିଯିବା ପାଖାପାଖି ୩ ଲକ୍ଷ ଟଙ୍କାର ସମ୍ପତି ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଘଟଣାସ ବିଷୟରେ ଅଗ୍ନିଶ୍ରମ ବିଭାଗକୁ ସୂଚନା ଦିଆଯାଇଥିଲା | ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଆସି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା | ନିଆଁ ଲାଗି ଯିବା ଫଳରେ ପରିବାରଟି ଧରାଶାୟୀ ହୋଇପଡିଛନ୍ତି । ତେବେ ନିଆଁ କେମିତି ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବା ବେଳେ ସର୍ଟ ସର୍କିଟ କାରଣ ଫଳରେ ନିଆଁ ଲାଗିଥିବାର ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *