ଲୋକଲଜ୍ଜ୍ୟା ଭୟରେ ଜନ୍ମ କରି ମା ଛାଡ଼ି ଯାଇଥିଲା , ୧୨ ବର୍ଷ ପରେ ଝିଅ ଇଟାଲୀରୁ ଓଡିଶା ଫେରିଲା ।
1 min readକଟକ ; ଲୋକଲଜ୍ଜ୍ୟା ଭୟରେ ଜନ୍ମ କରି ମା ଛାଡ଼ି ଯାଇଥିଲା ଅନାଥ ଆଶ୍ରମରେ । ଆଉ ଏବେ ୧୨ ବର୍ଷ ପରେ ଝିଅ ଇଟାଲୀରୁ ନିଜ ଭିଟାମାଟିକୁ ଫେରିଛି ।
ବଦଳି ଯାଇଛି ପରିଚୟ , ପାଲଟିଯାଇଛନ୍ତି ବିଦେଶିନୀ । କିନ୍ତୁ ନିଜ ଭିଟାମାଟିକୁ ଭୁଲିପାରିନାହାନ୍ତି ବର୍ଷା । ସେଥିପାଇଁ ତ ଦୀର୍ଘ ୧୨ ବର୍ଷ ପରେ ଫେରିଛନ୍ତି କଟକକୁ । ସେଇ ଅନ୍ଧକାର ଅତୀତରୁ ଆଜି କୋଷ ଦୂରରେ ବର୍ଷା ବିତାଉଛନ୍ତି ଏକ ସୁନ୍ଦର ଜୀବନ । ନିଜ ମା ସିନା ଲୋକ ଲଜ୍ଜ୍ୟା ଭୟରେ ଛାଡି ଚାଲିଗଲା କିନ୍ତୁ ଆଜି ବର୍ଷାଙ୍କ ଯଶୋଦା ସାଜିଛନ୍ତି ବିଦେଶିନୀ । ଜନ୍ମ ପରେ ଜଣେ ମା’ ଛାଡ଼ି ଦେଲା ତ ଆଉ ଜଣେ ମା’ କୋଳେଇ ନେଲା । ଜନ୍ମରୁ ରହିଥିଲେ ଅନାଥ ଆଶ୍ରମ ରେ ତା’ ପରେ ଇଟାଲୀୟ ଦମ୍ପତି ତାଙ୍କୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କଲେ । ଆଉ ଏବେ ଇଟାଲୀ ରେ ୧୨ ବର୍ଷ ରହିବା ପରେ ଜନ୍ମ ମାଟିକୁ ବୁଲି ଆସିଛନ୍ତି ବର୍ଷା ।
ଏନେଇ ବର୍ଷା କହିଛନ୍ତି ଯେ ମୋ ହେତୁ ହେଲାପରେ ଆଶ୍ରମରୁ ଜାଣିଲି କି ମୋ ଅତୀତ ହେଉଛି ମା ମୋର ୧୬ ବର୍ଷ ବୟସରେ ଗର୍ଭବତୀ ହେବା ପରେ ଲୋକଲଜ୍ଜାରେ ମୋତେ ଜନ୍ମ ଦେଇ କେଉଁଆଡ଼େ ଚାଲି ଯାଇଥିଲା । ପରେ ମୋର ଠିକଣା ପାଲଟି ଥିଲା ଅନାଥ ଆଶ୍ରମ ଆଉ ସେଠା ରୁ ମୋତେ ଇଟାଲୀୟ ଦମ୍ପତି ଏନରିକୋ ଭୋଲୋପେ ଓ ପଟ୍ରଜିଆ ଜରଜୋଟି ମୋର ଡାକ୍ତର ବାପା ଇଞ୍ଜିନିୟର ଉଭୟ ମତେ ଇଟାଲୀ ନେବା ପରେ ମୋର ଭଲଭାବେ ଦେଖାଶୁଣା କରିବା ସହ ପାଠପଢି ଚାକିରି କରିବାକୁ ମଧ୍ୟ ସୁଯୋଗ ଦେଇଛନ୍ତି ।
କଟକ ରେ ଏହି ମୋର ପୁରୁଣା ଆଶ୍ରମକୁ ବୁଲି ଆସିବା ଅବସରରେ ମୁଁ ଏଠାରେ ବହୁ ପୁରୁଣା ଦିନ ଗୁଡିକ ମନେ ପକାଇ ଖୁସି ପାଉଛି ପୁଅ ଝିଅ ମଧ୍ୟରେ କେବେବି ତୁଳନା କରିବା ଠିକ୍ ନୁହଁ ସମାଜରେ ଉଭୟଙ୍କ ଗୁରୁତ୍ଵ ସମାନ ସେହିଭଳି ନବଜାତକ ଙ୍କୁ କୌଣଷି କାରଣ ହେଉନା କାହିଁକି ବେସାହାରା ଭାବେ ନ ଛାଡ଼ି ଦେଇ ସେମାନଙ୍କ ଲାଳନ ପାଳନ ପାଇଁ ଅଭାବୀ ପିତା ମାତା ପିଲାଙ୍କୁ ଆଶ୍ରମରେ ଦେଖାଶୁଣା ପାଇଁ ଛାଡ଼ି ପାରିବେ ।