ବଢିଲା ନିର୍ବାଚନ ତାତି , କଟକରେ ଉଭୟ ଲୋକସଭା, ବିଧାନସଭା ଆସନ ପାଇଁ ପାର୍ଥୀମାନେ କଲେ ନାମାଙ୍କନ ପତ୍ର ଦାଖଲ ..
1 min readଆଉ ମାତ୍ର ଦିନ କେଇଟାରେ ଆରମ୍ଭ ହେବାକୁ ଯାଉଛି ନିର୍ବାଚନ । ଆଉ ସେଥିପାଇଁ ପ୍ରସ୍ତୁତ ହୋଇସାରିଛନ୍ତି ନେତା ଆଉ ଜନତା । ନାମାଙ୍କନ ଦଆଖଲ କରି ନିର୍ବାଚନି ଯୁଦ୍ଧକୁ ଓହ୍ଲାଉଛନ୍ତି ହେଭି ୱେଟ ନେତା । ତେବେ ଏହାରି ମଧ୍ୟରେ ଆଜି କଟକ ଲୋକସଭା ଆସନ ପାଇଁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେପି ପାର୍ଥୀ ଭର୍ତ୍ତୃହରି ମହତାବ ତାଙ୍କ ସମର୍ଥକଙ୍କ ସହ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେହିପରି ବିଜେଡ଼ି ପକ୍ଷରୁ ଲୋକସଭା ପାର୍ଥୀ ଭାବେ ସନ୍ତୃପ୍ତ ମିଶ୍ର ଏକ ବିଶାଳ ଶୋଭାଯାତ୍ରରେ ସମର୍ଥକ ମାନଙ୍କ ସହ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ନିଜର ପ୍ରାର୍ଥାପତ୍ର ଦାଖଲ କରିଛନ୍ତି । ତେବେ ଏହି ରେସ୍ ରେ କଂଗ୍ରେସ ମଧ୍ୟ ସାମିଲ ହୋଇଛି । ବାରବାଟୀ-କଟକ ବିଧାନସଭା ଆସନ ପାଇଁ କଂଗ୍ରେସ ଦଳ ପକ୍ଷରୁ ସୋଫିଆ ଫିର୍ଦ୍ଦୋଶ ଆଜି ତାଙ୍କର ସମର୍ଥକ ଙ୍କ ସହ ଶୋଭାଯାତ୍ରାରେ ଆସି ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କଟକ ସହରର ବିଭିନ୍ନ ୱାର୍ଡ ରୁ କଂଗ୍ରେସର ଶୋଭାଯାତ୍ରା ଆସି ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ ।
ନାମାଙ୍କନ ପତ୍ର ଦାଖଲ ବେଳେ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍, ଗିରିବାଳ ବେହେରା ଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ । ଏପଟେ ବିଧାୟକ ସୌଭିକ ବିଶ୍ୱାଳ ସେମାନଙ୍କର ସମର୍ଥକ ଙ୍କୁ ଧରି ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ଙ୍କ ନିକଟରେ ଚୌଦ୍ୱାର କଟକ ଆସନ ଲାଗି ବିଜେଡି ପକ୍ଷରୁ ନାମାଙ୍କନ ପାତ୍ର ଦାଖଲ କରିଛନ୍ତି । ଚୌଦ୍ୱାର କଟକ ପାଇଁ ବିଜେପି ପ୍ରାର୍ଥୀ ନୟନ କିଶୋର ମହାନ୍ତି ତାଙ୍କ ସମର୍ଥକ ଙ୍କୁ ନେଇ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳ ଙ୍କ ନିକଟରେ ତାଙ୍କର ନାମାଙ୍କନ ପାତ୍ର ଦାଖଲ କରିଥିଲେ । ଅନ୍ୟପଟେ କଂଗ୍ରେସର ଚୌଦ୍ୱାର କଟକ ବିଧାୟିକା ପାର୍ଥୀ ମୀରା ମଲ୍ଲିକ ଉପ ଜିଲ୍ଲାପାଳ ଙ୍କ ନିକଟରେ ତାଙ୍କର ନାମାଙ୍କନ ପାତ୍ର ଦାଖଲ କରିଥିଲେ । ଏହାବ୍ୟତୀତ କଟକ ସଦର ବିଜେପି ପ୍ରାର୍ଥୀ ପ୍ରକାଶ ସେଠୀ ବିଜେପି ପକ୍ଷରୁ ଉପ ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦଖାଲ କରିଛନ୍ତି । କଟକ ସଦର ବିଜେଡି ପକ୍ଷରୁ ଚନ୍ଦ୍ର ସାରଥୀ ବେହେରା ତାଙ୍କ ସମର୍ଥକ ମାନଙ୍କୁ ଧରି ଏକ ଶୋଭାଯାତ୍ରାରେ ଆସି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଚଳିତନିର୍ବାଚନରେ କଟକ ଜିଲ୍ଲାର ନିର୍ବାଚନ ମଣ୍ଡଳୀରେ ୯ ଟି ବିଧାନ ସଭା ଏବଂ ତିନୋଟି ଲୋକସଭା ଅନ୍ତର୍ଭୁକ୍ତ । ଜିଲ୍ଲାରେ ୨୧ ଲକ୍ଷ ୪୧ ହଜାର ୯୦୪ ଜଣ ମତଦାତା ଅଛନ୍ତି । ସେମାନଙ୍କ ମଧ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ୧୦ ଲକ୍ଷ ୪୧ ହଜାର ୬୧୯ ଥିଲାବେଳେ ପୁରୁଷ ଭୋଟର ଙ୍କ ସଂଖ୍ୟା ୧୧ ଲକ୍ଷ ୨୧ ହଜାର । ୩୫ ହଜାର ୨୧୮ ନୂତନ ଭୋଟର ରହିଛନ୍ତି । ଜିଲ୍ଲା ର ପ୍ରଥମ ପର୍ଯ୍ୟାୟ ରେ ଗୋଟିଏ ଲୋକସଭା ଏବଂ ୭ ଟି ବିଧାନ ସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।