ପ୍ରେମିକାକୁ ଲାପଟପ୍ରେ ଭିଡିଓ କଲ୍ କରି ଝୁଲିପଡିଲେ MCA ଛାତ୍ର , ବଞ୍ଚାଇବାକୁ ଦୈାଡି ଥିଲେ ପ୍ରେମିକା ହେଲେ..
1 min readକଟକ : ଆତ୍ମହତ୍ୟା ଆଜିର ଯୁବପିଢୀ ପାଇଁ ଯେପରି ଖେଳଘର ପାଲଟିଛି । ବର୍ତ୍ଥମାନ ଚାଲିଛି ଲାଇଭ୍ ସୁଇସାଇଡ୍ ଟ୍ରେଣ୍ଡ । ଭିଡିଓ କଲ୍ କିମ୍ବା ଫେସବୁକ୍ରେ ଲାଇଭ୍ ଆସି ଆତ୍ମହତ୍ୟା କରୁଛି ବିକୃତ ମାନସିକ ଭରା ଯୁବପିଢୀ । ନିଜ ସ୍ୱାର୍ଥ ପାଇଁ ଭୁଲିଯାଉଛି ଆପଣାର ଲୋକମାନଙ୍କୁ । ସମସ୍ୟାରୁ ମୁକୁଳିବା ପାଇଁ ସେ ସିନା ନିଜ ଜୀବନହାର ଦେଉଛି । କିନ୍ତୁ ତା ପଛରେ ଛାଡିଯାଉଥିବା ଦୁଃଖ ଦୁର୍ଦଶାକୁ ସହିବାକୁ ପଡୁଛି ପରିବାରକୁ । ନିକଟରେ ଏଭଳି ଏକ ହୃଦୟଥରା ଘଟଣା କଟକ ସହରରେ ଘଟିଯାଇଛି । ଜଣେ ଏମସିଏ ପଢା ଛାତ୍ର ନିଜ ପ୍ରେମିକାକୁ ଲାପ୍ଟପ୍ରେ ଭିଡିଓ କଲ୍ କରି ଜୀବନ ହାରିଛନ୍ତିି । ତେବେ ମୃତକ ଜଣଙ୍କ ହେଉଛନ୍ତି କଟକ ଗୋଡିସାହି ସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟର ଏମସିଏ ପ୍ରଥମ ବର୍ଷ ଛାତ୍ର ମନୋଜ ବେହେରା । ନିକଟସ୍ଥ ଷଣ୍ଢପୁର ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ। ତାଙ୍କ ଘର ଯାଜପୁର ଜିଲ୍ଲା ।
ସୂଚନାଯୋଗ୍ୟ ଯେ ମଙ୍ଗଳବାର ଅପରାହ୍ଣରେ ମନୋଜ ରୁମ୍ ଭିତର ପଟୁ ବନ୍ଦ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବାରୁ ମାଲିକଙ୍କ ସନ୍ଦେହ ହୋଇଥିଲା । ଏନେଇ ମାଲିକ ଝରକା ବାଡେଇବାରୁ ଝରକା ଖୋଲିଯାଇଥିଲା । କିନ୍ତୁ ଭିତରେ ମନୋଜଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ । ବାରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ୍ ଭାଙ୍ଗି ମୃତଦେହ ଉଦ୍ଧାର କରିଥିଲେ ।
ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ ଏହି ମୃତ୍ୟୁ ପ୍ରେମ ସମ୍ପର୍କିତ ହୋଇପାରେ । କାରଣ ମନୋଜଙ୍କ ମୃତ ଦେହ ଉଦ୍ଧାର ସମୟରେ ପୋଲିସ ମନୋଜଙ୍କ ମୋବାଇଲ ଏବଂ ଲାପଟପ୍ ଖୋଲାଥିବାର ଦେଖିଥିଲେ । ତାସହ ସେଥିରୁ ଜଣେ ଯୁବତୀଙ୍କୁ ଭିଡିଓକଲ୍ ମଧ୍ୟଯାଇଥିଲା । ଏହାପରେ ଘରମାଲିକଙ୍କ କହିବା ଅନୁଯାୟୀ ସେ ଦେଖିବା ପୂର୍ବରୁ ଜଣେ ଯୁବତୀ ଧଇଁସଇଁ ଅବସ୍ଥାରେ ଆସି ମନୋଜଙ୍କ କାବାଟ ବାଡେଇଥିଲେ , ଭିତରୁ କିନ୍ତୁ କୌଣସି ପ୍ରକାରର ଶବ୍ଦ ନଆଶିବାରୁ ଯୁବତୀ ଜଣଙ୍କ ନିରାଶ ହୋଇ ଫେରିଯାଇଥିଲେ । ଏହାପରେ ଘରମାଲିକ ଆସି ମନୋଜଙ୍କ କବାଟ ବାଡେଇବା ସହ ଝରକା ପଟେ ଏସବୁ ଦୃଶ୍ୟ ଦେଖିଥିଲେ । ତେବେ ପୋଲିସ ସନ୍ଦେହ କରୁଛି ଯେ ଉକ୍ତ ଯୁବତୀ ଜଣଙ୍କ ମନୋଜଙ୍କ ପ୍ରେମିକା । ଯାହା ସହ ମନୋଜ ମୃତ୍ୟୁ ପୂର୍ବରୁ ଶେଷ ଥର କଥାହୋଇ ଆତ୍ମହତ୍ୟା କରିଦେଇଛନ୍ତି । ଯୁବତୀ ବୋଧହୁଏ ତାଙ୍କୁ ବଞ୍ଚାଇବା ଆଶାରେ ଦୈାଡି ଦୌଡି ଆସିଥିଲେ କିନ୍ତୁ ସେତେବେଳକୁ ମନୋଜଙ୍କ ପ୍ରାଣ ବାୟୁ ଉଡିଯାଇଥିଲା । ଏନେଇ ବାରଙ୍ଗ ପୋଲିସ ମନୋଜଙ୍କ ଲାପଟପ୍ ଏବଂ ମୋବାଇଲକୁ ସିଜ୍ କରି ଅଧିକ ତଦନ୍ତ ଚଲାଇଛି ।