ଆକ୍ସନ ମୁଡ୍ ରେ କଟକ ମହାନଗର ନିଗମ ; ଅବହେଳା କରୁଛନ୍ତି ଠିକାଦାର , ମେୟର କରାଇଲେ ରାସ୍ତା ସଫା ।
1 min readକଟକ : ଵାଲିଘାଟ ନିଲାମ ନେଇଥିବା ଠିକାଦାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମାନୁନଥିଵାରୁ ପ୍ରଶାସନ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା କରିବାକୁ ପରାମର୍ଶ ଦେଇଛନ୍ତି ସି ଏମ୍ ସି ମେୟର ସୁବାଷ ସିଂ । ଵାଲି ଚାଲାଣ ଯୋଗୁଁ ରାସ୍ତା ଘାଟରେ ଵାଲି ଜମି ରହି ଗମନାଗମନରେ ଅସୁବିଧା ହେଉଥିବାରୁ ଵାଲି ଘାଟ ଠିକାଦାରଙ୍କୁ ନିଜ ଖର୍ଚ୍ଚରେ ଵାଲି ସଫା କରିବାକୁ ନିର୍ଦ୍ଧେଶ ଦେଇଥିଲେ ଜିଲ୍ଲାପାଳ । ଵାଲି ସଫା ନକରିଵା ପର୍ଯ୍ୟନ୍ତ ବାଲି ଚାଲାଣ ଉପରେ ରୋକ୍ ଲଗାଇଛନ୍ତି ଜିଲ୍ଲାପାଳ । ମାତ୍ର ଗତ ଦୁଇଦିନ ହେବ ଵାଲି ଠିକାଦାରଙ୍କ କାମ ସି ଏମ୍ ସି କରୁଥିବା ଦେଖାଯାଇଛି । ସେପଟେ ଲୋକଙ୍କ ସ୍ବାର୍ଥ ପାଇଁ ସି ଏମ୍ ସି ଵାଲି ସଫା କରୁଛି ବୋଲି ସଫେଇ ଦେଇଛି ।
ଵାଲି ଘାଟ ଠିକାଦାର ଓ ଵାଲି ମାଫିଆଙ୍କ ଆଗରେ କଟକ ଜିଲ୍ଲା ପ୍ରଶାସନ ନାଚାର । ନଦୀରୁ ଵାଲି ଉଠାଣ ଯୋଗୁଁ କଟକ ସହରର ରାସ୍ତାଘାଟ ଵାଲିମୟ ହେଉଥିଵାରୁ ଠିକାଦାର ମାନେ ରାସ୍ତା ସଫା କରିଵା ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ରାସ୍ତା ସଫା ନହେଵା ପର୍ଯ୍ୟନ୍ତ ଵାଲି ଗାଡି ଚାଲି ପାରିବ ନାହଁ ବୋଲି କଡା ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ହେଲେ ଵାଲି ଘାଟ ନିଲାମଧାରି ନାଁ ରାସ୍ତାରୁ ଵାଲି ଉଠାଇଲେ, ନାଁ ଵାଲି ଉଠାଣ ଵନ୍ଦ କଲେ । ତେବେ ଯେଉଁ କାମ ଵାଲି ଘାଟ ଠିକାଦାର କରିଵା କଥା, ସେହି କାମକୁ ଏବେ ସି ଏମ୍ ସି କର୍ତ୍ତୃପକ୍ଷ ଵଡ ଆଗ୍ରହର ସହକାରେ କରିଵା ଆରମ୍ଭ କରିଛନ୍ତି । ଗତକାଲି ଵେଲଭ୍ୟୁ ଛକରେ ସି ଏମ୍ ସି ରାସ୍ତାରୁ ଵାଲି ସଫା କରିଥିବା ବେଳେ ଆଜି କାଠଯୋଡି ଉପରେ ଥିବା ସୁବାଷ ସେତୁ ଉପରୁ ସି ଏମ୍ ସି ଵାଲି ସଫା କରିଛି । ତେବେ ଵାଲି ଘାଟ ଠିକାଦାରଙ୍କୁ ରାସ୍ତାରୁ ଵାଲି ଉଠାଇବା ପାଇଁ ନିର୍ଦ୍ଦେଶ ଥିଵା ବେଳେ ସି ଏମ୍ ସି କାହିଁକି ତରଵରିଆ ଭାବେ ଵାଲି ଉଠାଉଛି, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ସି ଏମ୍ ସି ମେୟର କହିଛନ୍ତି, ଵାଲି ମାଫିଆ କାମ ନକରିଵାରୁ ସି ଏମ୍ ସି ବାଧ୍ୟ ହୋଇ ଵାଲି ଉଠାଉଛି । ତେଣୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅବମାନନା କରିଥିବାରୁ ଵାଲି ଘାଟ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଵା ପାଇଁ ମେୟର ଦାଵି କରିଛନ୍ତି ।
ଅନ୍ୟ ପଟେ ସି ଏମ୍ ସି କର୍ତ୍ତୃପକ୍ଷ ନିୟମିତ ବ୍ୟବଧାନରେ ରାସ୍ତା ସଫା କରିବା ନିୟମ ରହିଛି । ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟରେ ସ୍ବତନ୍ତ୍ର ସୁଇପିଙ୍ଗ ମେସିନ୍ ମଧ୍ୟ ଆସିଛି । ମାତ୍ର ନିୟମିତ ବ୍ୟବଧାନରେ ରାସ୍ତା ସଫା ହେଉନଥିବାରୁ ରାସ୍ତାରେ ଵାଲି ଜମା ହୋଇ ରହୁଛି, ଯାହା ଅନେକ ସମୟରେ ଦୁର୍ଘଟଣା ଓ ଜୀଵନହାନିର କାରଣ ପାଲଟୁଛି । ତେବେ ଵାଲିଘାଟ ଠିକାଦାର ମାନେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅବମାନନା କରିଥିବାରୁ ସେମାନଙ୍କ ବିରୋଧରେ କି ପଦକ୍ଷେପ ନିଆଯିବ ସେ ନେଇ ଜିଲ୍ଲାପାଳ ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି ।