Pratidin TV

Odisha's Digital News Platform

ଭାଇରାଲ ଫଟୋ ପାଇଁ ଜୀବନ ହାରିଲେ ଯୁବତୀ ; ଦୋଷ କାହାର ? ସମାଜ , ପରିବାର ନା ନିଜର ..

1 min read

କଟକ : ପ୍ରଥମେ ପ୍ରେମ, ପରେ ପ୍ରତାରଣା,ଧୋକା ଓ ପରେ ଆତ୍ମହତ୍ୟା। ପ୍ରେମରେ ଧୋକା ଓ ସୋସିଆଲ ମିଡ଼ିଆ ରେ ଭାଇରାଲ ପରେ ନିଜ ହ୍ୱାର୍ଟଆପ୍ ସୋସିଆଲ ମିଡ଼ିଆ ରେ “The end” ବୋଲି ଲେଖି ଜୀବନ ହାରି ଦେଲେ ପ୍ରେମିକା। (IMG20230413-WA00011.jpg)ରେ ଫଟୋ ଯାଇଛି,ଦେଖିବେ।

ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ନିଶ୍ଚିନ୍ତକୋଇଲି ଗାଁ ରେ। ଗତ ରାତିରେ ଏହି ଗାଁ ର ୧୨ ନମ୍ବର ଓ୍ୟାର୍ଡ ର ଜନୈକା ନର୍ସିଂ ଟ୍ରେନିଂ ନେଉଥିବା ଯୁବତୀ ଙ୍କ ଆପତ୍ତିଜନକ ଫଟୋ ସୋସିଆଲ ମିଡ଼ିଆ ରେ ପ୍ରେମିକ ସ୍ଥାନୀୟ ବିରଞ୍ଚିନାରାୟଣ ନାରାୟଣ ସେଠୀଙ୍କ ସାନପୁଅ ସୁଶୀଲ ସେଠୀ ଭାଇରାଲ କରିଥିବାରୁ ଯୁବତୀ ଜଣକ ନିଜ ଘରେ ଫ୍ୟାନ୍ ରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଲିଖିତ ଅଭିଯୋଗ ମୃତକା ଯୁବତୀ ଙ୍କ ବାପା ନିଶ୍ଚିନ୍ତକୋଇଲି ଥାନା ରେ କରିଛନ୍ତି। ପ୍ରଥମେ ଯୁବତୀ ଙ୍କୁ ଗୁରୁତର ଅବସ୍ଥାରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ।

Advertisement

କଲେଜ ଯିବା ବାଟରେ ଘାଟରେ ସଂପୃକ୍ତ ଯୁବକ ସୁଶୀଲ ମୃତକା ଯୁବତୀ ଙ୍କୁ ହଇରାଣ ହରକତ କରୁଥିବା ମୃତକା ଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପଟେ ଏହି ଅଭିଯୋଗ କୁ ନେଇ ନିଶ୍ଚିନ୍ତକୋଇଲି ପୋଲିସ କୁ ପଚାରିବାରୁ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି ଏବଂ ଯୁବକ ସୁଶୀଲ କୁ ତାଙ୍କ ଘରେ ଖୋଜାଖୋଜି କରିଥିଲେ ସୁଦ୍ଧା ଏପର୍ୟ୍ୟନ୍ତ ଯୁବକଙ୍କୁ ପାଇନଥିବା ପୋଲିସ କହିଛି।

ଆଜିକାଲି ଅଧିକାଂଶ ଯୁବପିଢି ଅନେକ ସମୟରେ ଏଭଳି ଘଟଣା ରେ ଛନ୍ଦି ହୋଇ ଏବଂ ଲୋକଲଜ୍ଜ୍ୟ ଭୟରେ ଶେଷରେ ଜୀବନ ହାରିବାକୁ ପଡୁଛି। ହେଲେ ଏଭଳି ମତଲବି ପ୍ରେମ, ମଣିଷ ପାଇଥିବା ଦୁର୍ମୂଲ୍ୟ ଜୀବନ କୁ ଯେଉଁ ଜୀବନର ଅଧା ବାଟରେ ଶେଷ କରି ଦେଉଛି, ତେବେ ଆମେ ଦୋଷ ଦେବା କାହାକୁ ? ସମାଜକୁ ନାଁ ନିଜ ପରିବାର କୁ ନାଁ ନିଜକୁ, ବିଚାର ଏବେ ଆପଣ ମାନଙ୍କର !

Leave a Reply

Your email address will not be published. Required fields are marked *