ଲୋକସଭା କାମଚଳା ବାଚସ୍ପତି ହେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ
1 min readଓଡ଼ିଶାର ବରିଷ୍ଠ ଲୋକ ସଭା ଏମପି ଭର୍ତ୍ତୃହରି ମହତାବଙ୍କୁ କାମଚଳା ବାଚସ୍ପତି ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୧୮ତମ ଲୋକସଭା ଅଧିବେଶନ ଷୋମବାର ଆରମ୍ଭ ହେବାକୁ ଥିବା ବେଳେ ଗୁରୁବାର ଜୁନ ୨0 ତାରିଖ ଦିନ ଅସ୍ଥାୟୀ ଭାବେ ବାଚସ୍ପତି ନିଯୁକ୍ତି କରାଯାଇଛି | ଲୋକସଭାରୁ କ୍ରମାଗତ ଭାବେ ୭ ଥର ନିର୍ବାଚିତ ହୋଇଥିବା ବେଳେ ଏଥର ବିଜେପି ଟିକେଟରେ ନିର୍ବାଚିତ ହୋଇଛନ୍ତି ଭର୍ତ୍ତୃହରି ମହତାବ |
ଲୋକସଭା ବାଚସ୍ପତି ନିର୍ବାଚନ ପର୍ଯ୍ୟନ୍ତ ଭର୍ତ୍ତୃହରି ମହତାବ ବାଚସ୍ପତିଙ୍କ ଦାୟିତ୍ୱ ତୁଲାଇବେ । ଜୁନ୍ ୨୬କୁ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରି ମହତାବ ଲୋକସଭାକୁ ନିର୍ବାଚିତ ହୋଇଆସିଥିବା ଜନପ୍ରତିନିଧିମାନଙ୍କୁ ସାଂସଦ ଭାବେ ଶପଥ ପାଠ କରାଇବେ।
ସମ୍ବିଧାନର ଧାରା ୯୫ (୧) ଅନୁଯାୟୀ ଭର୍ତ୍ତୃହରି ମହତାବଙ୍କୁ ଏହି ପଦବୀରେ ନିଯୁକ୍ତ କରାଯାଇଛି। ସେହିପରି ଲୋକସଭା ସଦସ୍ୟ କେ ସୁରେଶ, ଟି ଆର ବାଲୁ, ରାଧା ମୋହନ ସିଂ, ଫଗ୍ଗାନ୍ ସିଂ କୁଲାଷ୍ଟେ ଏବଂ ସୁଦୀପ ବନ୍ଦୋପାଧ୍ୟାୟ ସହକାରୀ କାମଚଳା ବାଚସ୍ପତି ଭାବେ କାର୍ଯ୍ୟ କରିବେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କରେନ ରିଜିଜୁ କହିଛନ୍ତି।