Pratidin TV

Odisha's Digital News Platform

୧୫ ଟଙ୍କିଆ ଛୁରୀରେ ଦୀପକ ନେଲା ମିଠା ମିସ୍ତ୍ରୀ ପ୍ରଶାନ୍ତ ଜୀବନ

ମିଠା ମିସ୍ତ୍ରୀ ବ୍ୟକ୍ତିଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି | ଘଟଣାଟି ଘଟିଛି ଚୌଦ୍ୱାର ଥାନା ଅଞ୍ଚଳ ଚୂଡଖିଆ ବଜରାରେ | ମୃତକ ଜଣକ ହେଉଛନ୍ତି ପ୍ରଶାନ୍ତ କୁମାର ମାଝୀ | ତାଙ୍କ ଘର ଢେଙ୍କାନାଳ ଜିଲ୍ଲାର ତୁମାସିଙ୍ଗା ଅଞ୍ଚଳରେ | ପ୍ରଶାନ୍ତ ଚୂଡଖିଆ ବଜାରରେ ଏକ ଦୋକାନରେ ମିଠା ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ |

ସୂଚନା ଅନୁଯାୟୀ, ପ୍ରଶାନ୍ତ ଦୋକାନରେ ମିଠା ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସମୟରେ ଅନ୍ୟ ଏକ ବଜାରର ଦୀପକ ଦେଉରୀ କାମ କରନ୍ତି | ପ୍ରଶାନ୍ତ ଓ ଦୀପକ ମଧ୍ୟରେ ଗତକାଲି ରାତିରେ ପାଟିତୁଣ୍ଡ ହୋଇଥିଲା | ଝଗଡା ଏତେ ଭୟଙ୍କର ହୋଇଥିଲା ଯେ ଦୀପକ ଏକ ଧାରୁଆ ଛୁରୀରେ ପ୍ରଶାନ୍ତଙ୍କୁ କରିଥିଲା ଆକ୍ରମଣ | ସଙ୍ଗେ ସଙ୍ଗେ ପ୍ରଶାନ୍ତ ଘଟଣାସ୍ଥଳରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବ୍ରଶଟାରେ ପଡିଯାଇଥିଲା | ଏହାପରେ ସେଠାରୁ ଫେରାର ହୋଇଯାଇଥିଲା ଦୀପକ |

ଖବର ପାଇ ଦୋକାନ ମାଲିକ ଘଟଣାସ୍ଥଳରେ ପହଞ୍ଚିଥିଲେ | ସେଠାରେ ଗୁରୁତର ଅବସ୍ଥାରେ ପ୍ରଶାନ୍ତଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲକୁ ନେଇଯାଇଥିଲେ | କିନ୍ତୁ ସେଠାରେ ଚିକିତ୍ସା ବେଇଲା ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଥିଲା | ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି |

Leave a Reply

Your email address will not be published. Required fields are marked *