ଆହାର କେନ୍ଦ୍ରରେ ୫ ଷ୍ଟାର ହୋଟେଲର ସୁବିଧା ; ଏବେ ଆଉ ବସ୍ ଷ୍ଟାଣ୍ଡରେ ହନ୍ତସନ୍ତ ହେବେନି ଦୂର-ଦୂରାନ୍ତର ଯାତ୍ରୀ …
1 min readକଟକ : ଏବେ ଆଉ ବସ୍ ଷ୍ଟାଣ୍ଡରେ ହନ୍ତସନ୍ତ ହେବେନି ଯାତ୍ରୀ । କଟକ ଖାନନଗରରେ ନୂଆକରି ଗଢିଉଠିଥିବା ନେତାଜୀ ବସ୍ ଟର୍ମିନାଲ ସହ ସେଠାରେ ତିଆରି ହୋଇଥିବା ଆହର କେନ୍ଦ୍ରକୁ ଯିଏ ଦେଖିବ ତା ଆଖି ଲାଖିଯିବ । ପଞ୍ଚତାରକା ହୋଟେଲ ଠୁ କିଛି କମ୍ ଦିଶୁନି ସେହି ଆହାର କେନ୍ଦ୍ର । ଆଖି ଲାଖିଲା ପରି ଏହାର ଇଣ୍ଟେରିଅର । ଶଙ୍ଖ ମଲମଲ ମାର୍ବଲ ସାଙ୍ଗକୁ ବ୍ରାଣ୍ଡଡେ ସୋଫା । Ac ରୁମ୍ ସହ ଚିକମିକ୍ ଆଲୋକରେ ସଜା ହୋଇଛି ସମ୍ପୂର୍ଣ ଆହର କେନ୍ଦ୍ରଟି । ତା ଭିତରର ଲୁକ୍ ଦେଖିଲେ ଆପଣ ନିଶ୍ଚୟ ଭାବିବେ ଏହା କୌଣସି ପଞ୍ଚତାରକା ହୋଟେଲ କିନ୍ତୁ ଭାବନା କୁ ପଛରେ ପକାଇଦେବ କଟକ ନେତାଜୀ ବସ୍ ଟର୍ମିନାଲ ର ଆହାର କେନ୍ଦ୍ର । ହଁ ଆଜ୍ଞା ଏଇଠି ମିଳୁଛି ୫ ଟଙ୍କାରେ ମିଲ୍ ।
ସାଧାରଣତଃ ଆହାର କେନ୍ଦ୍ର କହିଲେ ଆମ ମନରେ ଆସେ ୫ ଟଙ୍କାରେ ଭାତ ଡ଼ାଲମା ଖଟା ସାଙ୍ଗକୁ ଲମ୍ବା ଧାଡ଼ିରେ ଠିଆ ହେବା । କିନ୍ତୁ କଟକ ଖାନନଗର ଆହାର କେନ୍ଦ୍ରର ଦୃଶ୍ୟ ଦେଖିଲେ କିଏ କହିବ ତାକୁ ଆହର କେନ୍ଦ୍ର ଯେଉଁଠି ସୁଲଭ ମୂଲ୍ୟରେ ମିଳୁଛି ଖାଦ୍ୟ । ତାହା ବି ପୁଣି ସେଣ୍ଟ୍ରାଲ Acରେ ବସି ୫ ଟଙ୍କିଆ ମିଲ ଖାଇବେ ସାଧାରଣ ଲୋକେ । ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଲିସାନ ଆହାର କେନ୍ଦ୍ରରେ ମାତ୍ର ୫ ଟଙ୍କା ଦେଇ ସୁସ୍ବାଦୁ ଖାଦ୍ୟ ଖାଇବେ ଲୋକେ । ଏହି ଆହାର କେନ୍ଦ୍ର ରାଜ୍ୟର ପ୍ରଥମ ଅତ୍ୟାଧୁନିକ ଆହାର କେନ୍ଦ୍ର ।
ରାଜ୍ୟରେ ଯେତେ ବି ଆହାର କେନ୍ଦ୍ର ରହିଛି କେଉଁଠି ଏଭଳିଆ ଆହାର କେନ୍ଦ୍ର ନ ଥିବ । ନେତାଜୀ ଟର୍ମିନାଲ୍ ର ଆହାର କେନ୍ଦ୍ରକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯାଇଛି । ନେତାଜୀ ବସ ଟର୍ମିନାଲ ପାଇଁ ଖର୍ଚ୍ଚ ହୋଇଛି ୧୫୦ କୋଟି ଟଙ୍କା । ତେବେ ସେଠାରେ ଥିବା ଆଲିସାନ ଆହାର କେନ୍ଦ୍ର ଟର୍ମିନାଲର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିବା ସହ କଟକର ପରିଚୟକୁ ବିଶ୍ୱ ଦରବାରରେ ପହଞ୍ଚାଇବ ଏଥିରେ ଦ୍ବିମତ ନାହିଁ ।