Pratidin TV

Odisha's Digital News Platform

ଶିକ୍ଷାନୁଷ୍ଠାନକୁ ଅପବିତ୍ର କଲେ ଅଧ୍ୟକ୍ଷ ଓ ଅଧ୍ୟାପିକା : ଭାଇରାଲ ହେଲା ସିସିଟିଭି ଭିଡିଓ, ସ୍ଥାନୀୟ ଲୋକେ ଓ ଛାତ୍ର ମିଶି ..

1 min read

ନିଆଳି: ଯେତେ ମାଠିବ ମାଠ ମୁଁ ସେଇ ଦର ପୋଡା କାଠ। ଏହି ଉକ୍ତିଟି କହିବାର ଅର୍ଥ ପ୍ରତ୍ୟେକ ଦିନ ଗଣମାଧ୍ୟମରେ ଶିରୋନାମା ପାଲଟିଲାନି ଗୁରୁ ମାନଙ୍କ କେଳିଙ୍କାରିର ଛବି। କେଉଁଠି ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଛେଚା ଖାଇବା ଜେଲ ଯିବା ଏବଂ ସହ କର୍ମୀଙ୍କୁ ମଧ୍ୟ ପ୍ରେମ କରି ଧରା ପଡିବା ଘଟଣା ନଜରକୁ ଆସିବା ପରେ କଲେଜ ପରିସରରେ ଉତ୍ତେଜନା ଦେଖାଦେଇଛି। ଏବଂ ସ୍ଥାନୀୟ ଲୋକ ପ୍ରତିନିଧି ଓ ଛାତ୍ର ଛାତ୍ରୀ ଧକ୍କା ମାରି କଲେଜ ଅଧ୍ୟକ୍ଷଙ୍କୁ ବାହର କରିଛନ୍ତି। ଘଟଣା ସ୍ଥଳରେ ଏମିତି ଉତ୍ତେଜନା ଦେଖାଦେଲା ଯେ, ଘଟଣାସ୍ଥଳକୁ ପୋଲିସ ପହଞ୍ଚି ଶାନ୍ତ କରିବା ପାଇଁ ସ୍ଥାନୀୟ ଲୋକ ଓ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

Advertisement

ସୂଚନା ମୁତାବକ କଟକ ଜିଲ୍ଲା ନିଆଳି ଥାନା କସର୍ଦ୍ଦାସ୍ଥିତ ଦୋଳ ଗୋବିନ୍ଦ ବ୍ରଜ କିଶୋର ସରକାରୀ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ରାଧାକାନ୍ତ ରାଉତ ଓ ଜଣେ ଅଧ୍ୟାପିକାଙ୍କ ଲାସଲିଳା ଭିଡିଓ ସିସିଟିଭିରେ କୟଦ ହେବା ଏବଂ ପରେ ପ୍ରଘଟ ହେବା ପରେ ସ୍ଥାନୀୟ ଲୋକ ପ୍ରତିନିଧି ଏବଂ କଲେଜର ଛାତ୍ରଛାତ୍ରୀମାନେ ଘଟଣାକୁ ନିନ୍ଦା କରିବା ସହିତ କଲେଜ ପରିସରରୁ ସମ୍ପୃକ୍ତ ଅଧ୍ୟକ୍ଷଙ୍କୁ ଠେଲି ଠେଲି ବାହାର କରିଦେଇଛନ୍ତି। ଅଧ୍ୟକ୍ଷଙ୍କ କେବଳ ଲାସଲିଳା ଦୋଷ ତା ନୁହେଁ ପବିତ୍ର ଶିକ୍ଷାନୁଷ୍ଠାନରେ ମଦ୍ୟପାନ କରୁଥିବା ଭିଡିଓ ମଧ୍ୟ ଭାଇରାଲ ହେଉଛି।କଥା ଉଠୁଛି ଏତେ ସବୁ ଘଟଣା ଘଟୁଥିଲେ ସୁଦ୍ଧା କଲେଜର ଅନ୍ୟ କର୍ମଚାରୀଙ୍କ ନଜରକୁ ଆସୁ ନଥିଲା ନାଁ ଦେଖି ସବୁ ନିରବଦ୍ରଷ୍ଟା ସାଜୁଥିଲେ। ତେବେ ସିସିଟିଭି ଭିଡିଓ ମହାବିଦ୍ୟାଳୟ ପରିସରରୁ କେଉଁ ପରିସ୍ଥିତିରେ ପଦାକୁ ଆସିଲା ଏ କଥାକୁ ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଗୁଞ୍ଜରଣ ସୃଷ୍ଟି ହୋଇଛି।

ତେବେ ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷଙ୍କ କୋୖଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏବଂ କଟକ ଜିଲ୍ଲା ପ୍ରଶାସନ ସମ୍ପୃକ୍ତ ଅଧ୍ୟକ୍ଷଙ୍କୁ ଛୁଟିରେ ପଠାଇ ଦେଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *