ଯୁକଙ୍କ ଜୀବନ ନେଲା ମୁକୁଳା ଡ୍ରେନ୍ , ଆଉ କେତେ ଜୀବନ ଗଲେ କେବେ ଚେତିବ ପ୍ରଶାସନ ?
1 min readକଟକ : ପୁଣି ରାଜ୍ୟରେ ଜୀବନ ନେଲା ମୁକୁଳା ଡ୍ରେନ୍ । କଟକ ଝୋଲା ସାହିରୁ ନିମ ସାହିକୁ ସଂଯୋଗ କରୁଥିବା ମୁକୁଳା ଡ୍ରେନ ରେ ପଡ଼ି ୨୧ ବର୍ଷୀୟ ଯୁବକଙ୍କ ମୃତ୍ୟୁ । ଯୁବକ ଜଣକ ରାଜସ୍ଥାନ ଅଞ୍ଚଳର ବୋଲି ଜଣା ପଡ଼ିଛି। ସୂଚନା ମୁତାବକ ରାଉଳଙ୍କ ସମ୍ପର୍କୀୟ ଦୀର୍ଘ ଦିନ ଧରି କଟକ ନିମ ସାହିରେ ରହି ଆସୁଥିଲେ। ରାହୁଲ ମଝିରେ ମଝିରେ କଟକ ଆସି ସମ୍ପର୍କୀୟଙ୍କ ଘରେ ବୁଲି ଯାଆନ୍ତି ।
କିଛି ଦିନ ତଳେ ରାହୁଲ ରାଜସ୍ଥାନରୁ ପୁରୀ ଆସି ବାପାଙ୍କୁ ଭେଟି କଟକରେ ଥିବା ସମର୍କିୟଙ୍କ ଘରକୁ ଆସିଥିଲେ । ଗତକାଲି ଦିନ ପ୍ରାୟ ୩ ତାରୁ ୩.୩୦ ମଧ୍ୟରେ ବାହାରକୁ ଚା ପିଇବାକୁ ଆସିଥିଲେ । ଲଗାଣ ବର୍ଷାଯୋଗୁଁ କଟକ ନିମସାହି ରାସ୍ତାରେ ଜଳବନ୍ଦୀ ହୋଇଥିବାରୁ ରାହୁଲ ହଠାତ ମୁକୁଳା ଡ୍ରେନରେ ଖସି ପଡିଥିଲେ । ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ଗତକାଲି ସନ୍ଧ୍ୟାରେ ଡାକ୍ତର ରାହୁଲଙ୍କୁ ମୃତୁ ବୋଲି ଘୋଷଣା କରିଥିଲେ ।
ଅନ୍ୟପଟେ ଏନେଇ ରାହୁଲ ଙ୍କ ବାପା ଏବଂ ୨୬ ନମ୍ବର ୱାର୍ଡ କର୍ପୋରେଟର ଗଗନ ଓଝା ପୁରିଘଟ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି । ଏପଟେ କଟକ ମେୟର ସୁବାସ ସିଂ କଟକ ବଡ ଡାକ୍ତର ଖାନାରେ ପହଞ୍ଚି କିପରି ରାହୁଲଙ୍କ ମୃତ ଦେହକୁ ବ୍ୟଵଛେଦ କରାଯାଇ କାଫିନ ଯୋଗେ ଏୟାର ଲିଫ୍ଟ ଯୋଗେ ତାଙ୍କ ବାସ ସ୍ଥାନ ରାଜସ୍ଥାନ କୁ ପଠାଯିବ ବୋଲି ଫୋନ ଯୋଗେ କଟକ ମହାନଗର ନିଗମ କମିଶନର ଙ୍କ ସହିତ ଆଲୋଚନା କରିଛନ୍ତି ବୋଲି ସୁଚନା ମିଳିଛି ।