Pratidin TV

Odisha's Digital News Platform

ପୋଲିସ କବଜ୍ଜାରେ ଲୁଟେରା ଗ୍ୟାଙ୍ଗ, ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ଖେଳାଇଥିଲେ ଆତଙ୍କ

1 min read

କଟକ : ପୋଲିସଙ୍କୁ ମିଳିଲା ବଡ ସଫଳତା । ଦୀର୍ଘ ଦିନ ଧରି ପାଣି ପିଆଇଥିବା ଗ୍ୟାଙ୍ଗକୁ ଧରିଲା ପୋଲିସ । ଆଉ ଲୁଟ ଘଟଣାର ହେଲା ପର୍ଦ୍ଦାଫାସ । ଲୁଟେରାଙ୍କୁ ଗିରଫ କଲା ପୋଲିସ । ଅନେକ କସରତ ପରେ ଅପରାଧୀମାନଙ୍କୁ ଧରିବାରେ ସଫଳ ହେଲା କମିଶନରେଟ୍ ପୋଲିସ । ଗତ ୬ ତାରିଖରେ କଟକ ମତ୍ତଗଜପୁର ଲେବୁଲ୍ କ୍ରସିଂ ନିକଟରେ ୩ ରୁ ଉର୍ଦ୍ଧ ମଟର ସାଇକେଲରେ ପାଖାପାଖି ୬-୭ ଦୁର୍ବୃତ୍ତ ମିଶି ଜଣେ ଖୁଚୁରା ସୁନା ବ୍ୟବସାୟୀ ଙ୍କ ନିକଟରୁ ଲୁଟି ନେଇଥିଲେ ଟଙ୍କା । ଅନ୍ଧାର ରାତିର ସୁଯୋଗ ଦେଖି ବ୍ୟବସାୟୀଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କ ପାଖରୁ ମୂଲ୍ୟବାନ ସୁନା ଅଳଙ୍କାର ଲୁଟି ନେଇଥିଲେ । ଏବଂ ପାଟି କରିଲେ ଗୁଳି ଚଳାଇ ଦେବାର ଧମକ ମଧ୍ୟ ଦେଇଥିଲେ । ତେବେ ଭାଗ୍ୟ ବଶତଃ ବ୍ୟବସାୟୀ ଜଣକ ସେମାନଙ୍କ ପାଖରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ଏନେଇ କଟକ ଥାନରେ ବ୍ୟବସାୟୀ ଜଣକ ଲିଖିତ ଅଭିଯୋଗ କରିଥିଲେ । ଏହି ଲୁଟ ଘଟଣା ଜଣାପହଇବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା । ମାମଲା ରୁଜୁ ପରେ ତତତ୍ପର ହୋଇ ଉଠିଥିଲା ପୋଲିସ । ଶେଷରେ ଏହି ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ । ଅଭିଯୁକ୍ତଙ୍କୁ କାବୁ କରିବା ସହିତ ସେମାନଙ୍କ ନିକଟରୁ ଏକ ଆପାଚି ବାଇକ୍‌, ୭ଟି ମୋବାଇଲ ଫୋନ୍‌, ସୁନା, ରୂପା, ସହ ୩ଟି ଜୀବନ୍ତ ଗୁଳି ଜବତ କରିଛି ପୋଲିସ । ଅନ୍ୟପଟେ ଦୁଇଦିନ ତଳେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମଙ୍ଗୁକୁ ଏନକାଉଣ୍ଟର କରିଥିଲା କମିଶନରେଟ୍ ପୋଲିସ । ବର୍ତ୍ତମାନ ମୁଖ୍ୟ ଅଭିଯୁକ୍ତ ମଙ୍ଗୁର ଏସ ସି ବି ରେ ଚିକିତ୍ସିତ ହେଉଛି । ଏବଂ ତା’ର ଅନ୍ୟ ସହଯୋଗୀ ମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *