Pratidin TV

Odisha's Digital News Platform

କଟକ ଲଜ୍ଜ୍ୟା ; ରିମାଣ୍ଡରେ ଆସି ଗୁମର ଖୋଲିବ ପ୍ରେମିକ , କାହିଁକି କଲା ଏପରି ସାଙ୍ଘାତିକ୍ କାର୍ଯ୍ୟ ।

1 min read

କଟକ : କଟକରେ କଲେଜ୍ ଛାତ୍ରୀ ଙ୍କୁ ଗଣ କୁକର୍ମ ଘଟଣା ରୁ ହଟିବ ସବୁ ପରଦା । ସମସ୍ତ ଅଭିଯୁକ୍ତ ମାନଙ୍କର ମୋବାଇଲ୍ ଗୁଡ଼ିକୁ ସିଜ୍ କରିଛି ପୋଲିସ୍ । ଏହି ମୋବାଇଲ୍ ଗୁଡ଼ିକୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି । ଦରକାର ପଡ଼ିଲେ ଗିରଫ ୬ ଅଭିଯୁକ୍ତ ଙ୍କୁ ରିମାଣ୍ଡ ରେ ଅଣାଯିବ । ଏନେଇ ସୂଚନା ଦେଲେ କଟକ ଡିସିପି ଜଗମୋହନ ମୀନା ।

ପ୍ରେମିକା ସହ କାହିଁକି ଏମିତି ବିଶ୍ୱାସଘାତ୍ କଲା ପ୍ରେମିକ । ଜନ୍ମଦିନ ପାଳନ ପାଇଁ କାଫେକୁ ଡାକି ଅଶ୍ଳୀଳ ଭିଡିଓ ବନାଇ ତାକୁ ଅସ୍ତ୍ର କରି ପ୍ରେମିକ ଆଶୁତୋଷ ଖେଳିଥିଲା ପୁରା ଗେମ୍ ପ୍ଲାନ୍ । ଆଶୁତୋଷ ନିଜ ସାଙ୍ଗମାନଙ୍କ ସହ ପ୍ରେମିକାର ବାର୍ଥଡେ ସେଲିବ୍ରେଟ୍ କରିଥିଲା । ଆଉ ପରବର୍ତ୍ତି ମୁକୁର୍ତ୍ତରେ କାଫେ ଚଳାଉଥିବା ନାବାଳକ ଆଉ କିଛି ସାଙ୍ଗ ମାନଙ୍କ ସହ ମିଶି ପ୍ଲାନ କରି ତାକୁ ବାରଙ୍ଗ ଡାକିଥିଲା । ସେଠାରେ ତାଙ୍କୁ ଏକ ଘର ଭିତରେ ପ୍ରେମିକଙ୍କ ସମେତ ଜଣେ ପରେ ଜଣେ କୁକର୍ମ କରିଥିଲେ । ଗତ ୪ ତାରିଖରେ ପୀଡ଼ିତା ଏ ନେଇ ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ବୟଫ୍ରେଣ୍ଡଙ୍କ ସମେତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କ ଭିତରେ ଝାଞ୍ଜିରିମଙ୍ଗଳା ଅଞ୍ଚଳରୁ ୩ ଜଣ ଥିବା ବେଳେ ଭଗତପୁର ଅଞ୍ଚଳର କାଫେ ମାଲିକ, ଖୋର୍ଦ୍ଧା ଓ ନୟାଗଡ଼ ଅଞ୍ଚଳର ଜଣେ ଲେଖାଏଁ ଅଭିଯୁକ୍ତ ଅଛନ୍ତି।

Advertisement

ଅଭିଯୋଗକୁ ନେଇ କଟକ ଡିସିପି ଜଗମୋହନ ମୀନା କହିଛନ୍ତି, ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଧାରା ୭୦, ୩୫୧,୪୯ ସହିତ ଏସସିଏସଟି ଆକ୍ଟ ଓ ଆଇଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି। ଏହାସହ ମାଜିଷ୍ଟ୍ରେଟଙ୍କ ନିକଟରେ ପୀଡ଼ିତାଙ୍କ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ଭିତରେ ଜଣେ ନାବାଳକ ରହିଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କର ମୋବାଇଲ ଫୋନ ଜବତ କରାଯାଇଛି। ତେବେ ଭିଡିଓ ଭାଇରାଲ ହୋଇଛି କି ନାହିଁ ସେ ଦିଗରେ ତଦନ୍ତ ଜାରି ରହିଛି। ମୋବାଇଲ ଗୁଡ଼ିକୁ ଫରେନ୍ସିକ୍ ଲାବରେଟାରୀକୁ ପଠାଇ ଦିଆଯାଇଛି। ରିପୋର୍ଟକୁ ଅପେକ୍ଷା କରାଯାଇଛି। ପୀଡିତାଙ୍କୁ ତ୍ୱରିତ ନ୍ୟାୟ କିପରି ମିଳିବ ସେ ଦିଗରେ ଧ୍ୟାନ ଦିଆଯିବା ସହ ତୁରନ୍ତ ଚାର୍ଜସିଟ୍ ମଧ୍ୟ ଦାଖଲ କରାଯିବ ବୋଲି ଡିସିପି କହିଛନ୍ତି।

Leave a Reply

Your email address will not be published. Required fields are marked *