Pratidin TV

Odisha's Digital News Platform

ଫାଲକନାମା ଏକ୍ସପ୍ରେସରୁ ୨୪ ଲକ୍ଷ ଜବତ କଲା କଟକ RPF ,୨ ମାଷ୍ଟରମାଇଣ୍ଡଙ୍କ ସହ ତେଲେଙ୍ଗାନା ପୋଲିସକୁ ହସ୍ତାନ୍ତର କଲା ।

1 min read

କଟକ : ଫାଲକନାମା ଏକ୍ସପ୍ରେସରୁ ଜବତ ହେଲା ୨୪ ଲକ୍ଷ ଟଙ୍କା । ଆଠଟି ବଣ୍ଡଲରେ ୩ ଲକ୍ଷ ଲେଖାଏଁ ଭର୍ତ୍ତି କରି ଟ୍ରେନରେ ନିଆଯାଉଥିଲା ଏହି ଟଙ୍କା । ବିପୁଳ ପରିମାଣରେ ଟଙ୍କା ଆର୍ଥିକ ଠକେଇ କରି ଫେରାର ହୋଇଯାଉଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ଧରିଛି କଟକ ଆର ପି ଏଫ ଥାନା ପୋଲିସ ।

କଟକ ଆର୍ପିଏଫ୍ ପୋଲିସ କଟକ ଷ୍ଟେସନରୁ ଯାଞ୍ଚ କରି ସେମାନଙ୍କୁ ଯାଜପୁର ରୋଡ ଷ୍ଟେସନରୁ କାବୁ କରିବାରେ ସକ୍ଷମ ହୋଇଛି । ଦୁଇ ଅଭିଯୁକ୍ତ ବିହାରର ମନିହାରି ଥାନା ଅଞ୍ଚଳର ରାମ ନାରାୟଣ ଯାଦବ ଓ ସେକ୍ ସିରାଜ ବୋଲି ଆରପିଏଫ ପକ୍ଷରୁ ସୂଚନା ମିଳିଛି । ଦୁଇ ଠକଙ୍କୁ ଧରିବା ପରେ, ତେଲେଙ୍ଗାନା ନାଲଗୋଣ୍ଡା ପୁଲିସକୁ ହସ୍ତାନ୍ତର କରିଛି କଟକ ଆର ପି ଏଫ । ଅଧିକ ଅର୍ଥ ଫେରସ୍ତ ଦିଆଯିବ କହି, ନାଲଗୁଣ୍ଡାର ରାମଚାରି ନାମକ ବ୍ୟକ୍ତିଙ୍କ ଠାରୁ ୨୪ ଲକ୍ଷ ନେଇଥିଲେ ଏହି ଦୁଇ ଅଭିଯୁକ୍ତ । କିନ୍ତୁ ଟଙ୍କା ଫେରାଇବା ପରିବର୍ତ୍ତେ ଫେରାର ହୋଇଯାଇଥିଲେ ।

Advertisement

ତେବେ ତେଲେଙ୍ଗାନାରୁ ଫେରାର ହୋଇଥିବା ଜାଣିବା ପରେ ପୁଲିସ ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକିଂ କରିଥିଲା । ଦୁଇ ଜଣ ଯାକ ଫାଲକନାମା ଏକ୍ସପ୍ରେସ ଯାତ୍ରା କରୁଥିବା ଜଣାପଡିଥିଲା । ଅଭିଯୁକ୍ତଙ୍କୁ ଧରିବା ପାଇଁ କଟକ ଆର ପି ଏଫ ପୋଲିସର ସହାୟତା ମଗାଯାଇଥିଲା ।

Leave a Reply

Your email address will not be published. Required fields are marked *