Pratidin TV

Odisha's Digital News Platform

(ଭିଡିଓ) ବାଲିଯାତ୍ରାର ଶେଷଦିନ ହୋଇଗଲା ବର୍ଷା, ଜମିଲା ଆଣ୍ଠୁଏ ଆଣ୍ଠୁଏ ପାଣି..

1 min read

ବାତ୍ୟା ମିଗଜୋମ୍ ପ୍ରଭାବରେ ଭିଜୁଚି ଦକ୍ଷିଣ ଓଡ଼ିଶା । ଆଉ ଏହାର ପ୍ରଭାବ ଦେଖିବାକୁ ମିଳିଛି କଟକ ରେ । ତେବେ ଆଜି ସକାଳୁ କୋହଲା ପବନ ସାଙ୍ଗକୁ ଲାଗି ରହିଛି ତୁହା କୁ ତୁହା ବର୍ଷା । ଲୋକଙ୍କ ଯାତାୟାତ ହୋଇଛି ବାଧାପ୍ରାପ୍ତ । କେବଳ ସେତିକି ନୁହେଁ ବିଶେଷ ପ୍ରଭାବ ପଡିଛି ଐତିହାସିକ ବାଲିଯାତ୍ରା ପଡ଼ିଆରେ । ଗତକାଲି ଠୁ ଚଳିତ ବର୍ଷର ବାଲିଯାତ୍ରା ଉଦଯାପନ ହୋଇଯାଇଥିବା ବେଳେ ବାହାରୁ ଆସିଥିବା ବ୍ୟବସାୟୀ ମାନଙ୍କ ପାଇଁ ବର୍ଷା ସାଜିଛି ବାଧକ । ସରିଛି ବାଲିଯାତ୍ରା ହେଲେ ବଢ଼ିଛି ବ୍ୟବସାୟୀ ମାନଙ୍କର ଦୁଃଖ ଦୁର୍ଦ୍ଦଶା । କାହିଁକି ନାଁ ସେମାନେ ଆଶା କରିଥିଲେ ବାଲିଯାତ୍ରା ଶେଷ ହେବା କ୍ଷଣି କଟକିଆ ମାନେ କିଣିନେବେ ବିଭିନ୍ନ ଘରକରଣା ସାମଗ୍ରୀ ଏବଂ ଭଲ ଦୁଇପଇସା ରୋଜଗାର କରିଥାନ୍ତେ ବି ବ୍ୟବସାୟୀ । କିନ୍ତୁ ବିଡ଼ମ୍ବନାର ବିଷୟ ବାତ୍ୟା ମିଗଜୋମ୍ କଲା ହଇରାଣ ହରକତ । ଏବେ ବାଲିଯାତ୍ରା ତଳ ପଡ଼ିଆ ଠୁ ନେଇ ଉପର ପଡ଼ିଆ ପର୍ଯ୍ୟନ୍ତ ଜମି ରହିଛି ପାଦେ ଉଚ୍ଚାର ପାଣି । ଯଦି ଏମିତି ବର୍ଷା ଲାଗି ରହେ ତେବେ ଆଗକୁ ଆଣ୍ଠୁଏ ଉଚ୍ଚାର ପାଣି ଜମିବାଟା ଥୟ । ଆଉ ଯେଉଁଥିପାଇଁ ନାଁ ଦୋକାନ ଖୋଲି ହେଉଚି ନାଁ କିଛି ବ୍ୟବସାୟ କରି ହେଉଚି । ଶୀତୁଆ ବର୍ଷାରେ ବାସ୍ ଯୋଡ଼ି ବସିଛନ୍ତି ବ୍ୟବସାୟୀ । କେବଳ ସେତିକି ନୁହେଁ ବର୍ଷାରେ ବୁଡ଼ି ପୋଲିସ ସହାୟତା କେନ୍ଦ୍ର ।

Advertisement

Leave a Reply

Your email address will not be published. Required fields are marked *