Pratidin TV

Odisha's Digital News Platform

ସାମ୍ନାକୁ ଆସିଲା ଶିଳ୍ପୀଙ୍କ ଆତ୍ମହତ୍ୟାର ସତ : ଘରଲୋକଙ୍କ ପାଇଁ ଲେଖିଥିଲେ ଶେଷ ମେସେଜ୍ , ସନ୍ତୋଷ କରୁଥିଲେ ଏଭଳି ..

କଟକ : କଟକରେ ଚର୍ଚ୍ଚିତ ପୁଅକୁ ମାରି ସାବତ ମା ଜୀବନହାରିବା ଘଟଣାରେ ଘଣ୍ଟା ଘଣ୍ଟା ଖୋଲୁଛି ନୂଆ ନୂଆ ରାଜ୍ । ବିବାହର ୭ ମାସରେ ହିଁ ଜୀବନ ହାରିଛନ୍ତି ମୃତ ମହିଳା ଶିଳ୍ପୀ । ସନ୍ତୋଷ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ତେବେ ସନ୍ତୋଷ ଜଣେ ବିବାହିତା ତାଙ୍କର ୨ ବର୍ଷର ଶିଶୁପୁତ୍ର ମଧ୍ୟ ଥିଲା କିନ୍ତୁ ପ୍ରଥମ ସ୍ତ୍ରୀର ମୃତ୍ୟୁ ହୋଇଯିବା ପରେ ସନ୍ତୋଷ ଶିଳ୍ପୀଙ୍କୁ ବିବାହ କରିଥିଲେ ।

ତେବେ ଆଜି କଟକର ଶ୍ରୀରାମନଗରରେ ଏକ ଭଡା ଘରୁ ସନ୍ତୋଷଙ୍କ ଦ୍ୱିତୀୟ ସ୍ତ୍ରୀ ଓ ୧ ବର୍ଷ ପୁଅର ମୃତଦେହ ଠାବ କରାଯାଇଥିଲା । ୨ ବର୍ଷର ମୃତପୁଅର ଶରୀର ରକ୍ତାତ ଅବସ୍ଥାରେ ଖଟଉପରୁ ମିଳିଥିବା ବେଳେ ସାବତ ମାଁ ର ଝୁଲନ୍ତା ଶରୀରକୁ ପଙ୍ଖାରୁ ଉଦ୍ଧାର କରାଯାଇଥିଲା । ଏନେଇ ସମଗ୍ର କଟକ ସହରରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ । ସାମ୍ନାକୁ ଆସିଛି ଏକ ବିରାଟ ସତ୍ୟ ଯାହା ସମ୍ପୂର୍ଣ୍ଣ ଘଟଣାର ମୋଡ ବଦଳାଇଦେଇଛି । ଆଜ୍ଞା ହଁ ଗଣମାଧ୍ୟମ ହାତରେ ବାଜିଛି ଶିଳ୍ପୀଙ୍କ ଶେଷ ମେସେଜ୍ ଓ ଫେସ୍‌ବୁକ୍ ପୋଷ୍ଟ । ଶିଳ୍ପୀଙ୍କ ଜୀବନରେ ଭରିଯାଇଥିଲା ବିତୃଷ୍ଣା । ମାନସିକ,ଶାରୀରିକ ନିର୍ଯ୍ୟତାନ ସହ ଭଲପାଉଥିବା ମଣିଷଠାରୁ ଅବିଶ୍ୱାସର ଶିକାର ହେଉଥିଲେ ଶିଳ୍ପୀ । ଫେସବୁକ୍‌ରେ ମଧ୍ୟ ପୋଷ୍ଟ କରିଥିଲେ ଆଇ କୁଇଟ୍ । ତାପରେ ଭଉଣୀକୁ କରିଥିଲେ ଏଭଳି କିଛି ମେସେଜ୍ ..

”କ୍ଷମା କରିଦେବୁ ଦିଦି.. ମୁଁ ତତେ ବୋହୁତ ଭଲପାଏ ..ମାଁ ବାବା ତତେ ଲାଗିଲେ .ନିଜର ଯତ୍ନ ନେବୁ
ସନ୍ତୋଷଙ୍କ ପୂର୍ବ ସ୍ତ୍ରୀ ଲୁସିର ସବୁ ଜିନିଷ ବନ୍ଧା ପକେଇ ମତେ ମିଛ କହି ବାହାଘର କରିଛନ୍ତି । ମୁ ଆଉ ନାହିଂ ମୋ ଜିନିଷ ବି ସେଠି ରଖିବୁନି । ମୋ ଭଡା ଘରେ ବି ଖଟକୁ ଚାଡିଦେଲେ ସବୁ ମୋର । ସେଠି ଗଡରେଜ୍ ,ଖଟ,ଡ୍ରେସିଙ୍ଗ ଟେବୁଲ,ଫ୍ୟାନ୍ ,ଟ୍ରଙ୍କ୍ ଯାହା ବି ନେଇକି ଯାଇଥିଲି ଟ୍ରକରେ ସେଠୁ ସବୁ ଆଣିବ । କ୍ଷମାକରିଦେବୁ ମୋ ପାଖରେ ଆଉ କିଛି ରାସ୍ତା ନାହିଁ । ସବୁବେଳେ ମାଡ,ଗାଳି,ଭାଷା,ଝଗଡା,ବ୍ଲାକ୍‌ମେଲ୍ , ମେଣ୍ଟାଲି ଟରଚର୍ , ଇମୋସନାଲ ଟର୍ଚର ଆଉ ଫାଇନାସିଆଲି ଟର୍ଚର ମୁ ସହିପାରୁନାହିଁ । ତେବେ ଏହା କେତେଦୂର ସତ ତାହା ବର୍ତ୍ତମାନ ପୋଲିସ ତଦନ୍ତ ଚଳାଇଛି ”।

Leave a Reply

Your email address will not be published. Required fields are marked *