Pratidin TV

Odisha's Digital News Platform

ସାଇବର ଠକଙ୍କ ନୂଆ ଟେକନିକ୍ : ମିସଡ୍ କଲ ମାରି ଆକାଉଣ୍ଟରୁ ଲୁଟିନେଲେ ୫୦ ଲକ୍ଷ

ନୂଆଦିଲ୍ଲୀ : ଆଜ୍ଞା ହଁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ମିସକଲ ମାରି ଏପରି ୫୦ ଲକ୍ଷ ଟଙ୍କା ଖାଲି କରିଦେଲେ ସାଇବର ଲୁଟେରା । ଦେଶ ଆଧୁନିକତାର ଯେତେ ଶୀର୍ଷକୁ ଯାଉଛି । ଅପରାଧୀମାନେ ମଧ୍ୟ ଅତ୍ୟାଧୁନିକ ଟେକନୋଲଜିର ଫାଇଦା ଉଠାଇ ସେହିପରି ଅପରାଧ ଘଟାଉଛନ୍ତି । ନିକଟରେ ଏକ ଏପରି ଘଟଣା ଘଟିଛି ଯାହା ଆପଣଙ୍କୁ ଚକିତ୍ କରିଦେବା । ଆପଣତ ଅନେକ ସାଇବର କ୍ରାଇମ୍ ବିଷୟରେ ପଢିଥିବେ ବା ଜାଣିଥିବେ । କିନ୍ତୁ ବିନା କୌଣସି ଓଡିବି ଏବଂ ତଥ୍ୟ ବିନା ଆକାଉଣ୍ଟରୁ ସାଇବର ଟକମାନେ ଲୁଟିନେଇଛନ୍ତି ୫୦ ଲକ୍ଷ ଟଙ୍କା । ପୀଡିତାଙ୍କ ମୋବାଇଲକୁ ମିସଡ୍ କଲ୍ ଏବଂ ବ୍ଲାକ୍ କଲ କରି ଏପରି ନୂଆ ଧରଣର ଲୁଟ୍ କରିଛନ୍ତି ସାଇବର ଠକ ।

ସୂଚନା ଅନୁଯାୟୀ ପୀଡିତା ଜଣଙ୍କ ହେଉଛନ୍ତି ଦିଲ୍ଲୀ ସହରର ଗୋଟିଏ ସିକ୍ୟୁରିଟି ସର୍ଭିସ କମ୍ପାନୀର ନିର୍ଦ୍ଦେଶକ । ତାଙ୍କ ମୋବାରଲକୁ କିଛି ଦିନ ତଳେ ସନ୍ଧ୍ୟ ସମୟରେ ଏକାଧିକ ଅଜଣା ନମ୍ବରରୁ କଲ୍ ଆସିଥିଲା । ସେ କିଛି କଲ୍‌କୁ ରିସିଭ୍ କରିଥିବା ବେଳେ ଆଉ କିଛି କଲ ମିସଡ୍ କଲ ଥିଲା । ତେବେ ପୀଡିତା ଜଣଙ୍କ ଉଠାଇଥିବା ଏକାଧିକ କଲ୍‌ର କୌଣସି ଉତ୍ତର ମିଳିପାରିନଥିବା ବେଳେ ଅନେକ ବ୍ଲାଙ୍କ୍ କଲ ଥିଲା । ଏହାର କିଛି ସମୟ ପରେ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିବାକୁ ଲାଗିଥିଲା । ବା ଅନେକ ଲୋକଙ୍କ ଆକାଉଣ୍ଟକୁ ତାଙ୍କ ଟଙ୍କା ଟ୍ରାନ୍ସଫର ହେବା ମେସେଜ୍ ଆସିଥିଲା । ଆକାଉଣ୍ଟରେ ଥିବା ୫୦ ଲକ୍ଷ ଟଙ୍କା କିଛି ସମୟ ମଧ୍ୟରେ ଶୂନ ହୋଇଯାଇଥିଲା । ଏହାପରେ ସେ ତୁରନ୍ତ ଯାଇ ପୋଲିସରେ ଅଭିଯୋଗ କରିଥିଲେ ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କମ୍ପାନୀର ନିର୍ଦ୍ଦେଶକଙ୍କ ଆକାଉଣ୍ଟରୁ ୧୨ ଲକ୍ଷ ଟଙ୍କା ପ୍ରଥମେ ଭାସ୍କର ମଣ୍ତଳ ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯାଇଛି। ୪.୬ ଲକ୍ଷ ଟଙ୍କା ଅଭିଜିତ ଗିରି ଓ ପ୍ରାୟ ୧୦ ଲକ୍ଷ ଟଙ୍କା ଆଉ ଦୁଇ ଜଣଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି। ଆଉ କିଛି ଟଙ୍କା ଅନ୍ୟ ଆକାଉଣ୍ଟକୁ ବି ଯାଇଛି। ଏପରି ଭାବେ ମୋଟ ୫୦ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଛି।

ପୀଡିତାଙ୍କ ଆକାଉଣ୍ଟ କରେଣ୍ଟ ଆକାଉଣ୍ଟ ହୋଇଥିବାରୁ ଅଭିଯୁକ୍ତ ଏତେ ପରିମାଣର ଟଙ୍କା ହଡପ୍ କରିବାରେ ସକ୍ଷମ ହେଲା । ଯଦି ସେହି ଆକାଉଣ୍ଟ କରେଣ୍ଟ ବଦଳରେ ସେଭିଙ୍ଗ୍ ହୋଇଥାନ୍ତା । ତେବେ ଏତେ ପରିମାଣର ଟଙ୍କା କାରବାର ବେଳେ ବ୍ୟାଙ୍କ୍ ଆଲର୍ଟ ଜାରି କରିଥାଆନ୍ତା ।

ପୋଲିସ ତଦନ୍ତ ଅନୁଯାୟୀ ଝାରଖଣ୍ଡ ଜାମତାରାରେ ଏହି ସାଇବର ଠକେଇ ମାଷ୍ଟର ମାଇଣ୍ଡ ରହିଥିବା ବେଳେ କମିଶନ ପାଇବା ଲୋଭରେ କିଛି ଲୋକ ସାଇବର ଠକଙ୍କୁ ନିଜର ଆକାଉଣ୍ଟ ନମ୍ବର ଦେଇଥିଲେ । ଯାହା ଫଳରେ ସେମାନଙ୍କ ଆକାଉଣ୍ଟକୁ ପରେ କିଛି ଟଙ୍କା ଯାଇଥିଲା ।

ମିସକଲ୍ ମାଧ୍ୟମରେ କିପରି ହୁଏ ସାଇବର ଠକେଇ –
ସିମ୍ ସ୍ୱାପ୍ ଟେକ୍‌ନିକ୍ ଜରିଆରେ ହୋଇଥାଏ ଏପରି ଠକାମି । ଗୋଟିଏ ମୋବାଇଲ ଫୋନକୁ କଲ କିମ୍ବା ମେସଜ କରି କେବଳ ବୈଧତା ଜାଣିବାକୁ ଚେଷ୍ଟା କରାଯାଏ। ସିମ୍ ସ୍ୱାପ ଦ୍ୱାରା ଏହା ସମ୍ଭବ ହୋଇଥାଏ। ଏହି ଧରଣର ଠେକଇରେ ସାଇବର ଠକମାନେ କେବଳ ମୋବାଇଲ ଫୋନକୁ କଲ୍ କରନ୍ତି। ସେ କଲ ଉଠାଇବା କ୍ଷଣି ସିମ ଆକ୍ଟିଭେଟ ହୋଇଯାଏ। ଏହା ଆକ୍ଟିଭ ହୋଇଗଲେ, ଠକମାନେ ମୋବାଇଲ ଫୋନର ଆସେସ ପାଇ ଯାଇ ନିଜ ଇଚ୍ଛାରେ ଏହାକୁ ପରିଚାଳନା କରନ୍ତି।

Leave a Reply

Your email address will not be published. Required fields are marked *