Pratidin TV

Odisha's Digital News Platform

ଟିପିସିଓଡିଏଲ୍ ନାରେ ଠକିନେଲେ ୨ ଲକ୍ଷ ୭୫ ହଜାର ଟଙ୍କା

ଭୁବନେଶ୍ୱର : ଦେଶରେ ଦିନକୁ ଦିନ ନିଜର କାୟା ବିସ୍ତାର କଲେନି ସାଇବର ଅପରାଧୀ । ତେବେ ପ୍ରଯୁକ୍ତି ବିଦ୍ୟାର ଦୁରୁପଯୋଗ କରି ଅପରାଧୀମାନେ ଏବେ ଖୁଲାମଖୁଲା କରୁଛନ୍ତି ଏପରି କାଣ୍ଡ । ଲୋକମାନଙ୍କ ବ୍ୟାଙ୍କଆକାଉଣ୍ଟ ତଥା ଫୋନପେ,ଗୁଗଲପେ ରୁ ନିଜର କୌଶଳ ବିଦ୍ୟାଦ୍ୱାରା ଲୁଟିନେଇ ଯାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା ।

କେତେବେଳେ ଏମାନେ ବ୍ୟାଙ୍କ କର୍ମଚାରୀ ଭାବେ ତ କେତେବେଳେତ ଟାଟା କର୍ମଚାରୀ କେତେବେଳେ ଫୋନପେ/ଗୁଗଲପେ ରେ ଆକାଉଣ୍ଟ ଭେରିଫିକେସନ୍ ନାରେ କରୁଛନ୍ତି ଫୋନ । ତାପରେ ସମ୍ପୂର୍ଣ୍ଣ ଭାବେ ଲୁଟି ନେଉଛନ୍ତି ସାଧାରଣ ଲୋକଙ୍କ ପୁଞିକୁ ।ଯଦି ଆପଣଙ୍କୁ ବି ଆସୁଛି ଏପରି କଲ୍ କି ମେସେଜ୍ ତେବେ ସତର୍କ ରୁହନ୍ତୁ ।

ତେବେ ଏପରି ଘଟଣା ଦେଖିବାକୁ ମିଳିଛି ରାଜଧାନୀରେ । ଜଣେ ବରିଷ୍ଠ ନାଗରିକଙ୍କଠୁ ଲୁଟି ନେଇଛନ୍ତି ୨ ଲକ୍ଷ ୭୫ ହଜାର ଟଙ୍କା । ନାଗରିକଙ୍କ କହିବା ମୁତାବକ ପ୍ରଥମେ ମେସେଜ ଓ ତାପରେ କଲ ଆସିଥିଲା ତାଙ୍କ ପାଖକୁ , ଟିପିସିଓଡିଏଲ୍ ର ବକେୟା ବିଦ୍ୟୁତ୍ ବିଲ୍ ପଇଠ କରାଇବାକୁ କହିଥିଲେ ଦୁର୍ବୁତ ତାଙ୍କ କଥାକୁ ସତ ଭାବି ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ଦେଇଦେଇଥିଲେ ନାଗରିକ । ଦେଖୁ ଦେଖୁ ତାଙ୍କ ଅକାଉଣ୍ଟରୁ ସମସ୍ତ ପଇସା ଲୁଟିନେଇଥିଲେ ।ତେବେ ଏନେଇ ନାଗରିକ ଜଣଙ୍କ ସାଇବର ଥାନାରେ ଅଭିଯୋଗ ଆଣିଥିଲେ ।

Leave a Reply

Your email address will not be published. Required fields are marked *